ସିମେଣ୍ଟ କାରଖାନା ଦୁର୍ଘଟଣା ଘଟଣା: ୩୬ ଘଣ୍ଟା ପରେ ୨ ମୃତଦେହ ଉଦ୍ଧାର
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ କାରଖାନାରେ କୋଇଲା ହପର ଭୁଶୁଡିବା ଘଟଣାରେ ୨ ମୃତଦେହ ଉଦ୍ଧାର । ୩୬ ଘଣ୍ଟା ପରେ ମିଳିଛି ମୃତଦେହ । ଏବେ ବି ଜଣେ ଶ୍ରମିକ ନିଖୋଜ ଅଛନ୍ତି । ଦୁର୍ଘଟଣା ପରେ କାରଖାନାର ସମସ୍ତ ଷ୍ଟ୍ରକଚର ଯାଞ୍ଚ ପାଇଁ ଦାବି ହୋଇଛି । ସୂଚନା ଅନୁସାରେ ଗତ ୧୬ ତାରିଖ ଅପରାହ୍ନ ସାଢେ ୫ଟାରେ କାରଖାନାର ୟୁନିଟ-୨ ତାପଜ ବିଦ୍ୟୁତ ପ୍ରକଳ୍ପ (ପାୱାର ପ୍ଲାଣ୍ଟ)ର […] The post ସିମେଣ୍ଟ କାରଖାନା ଦୁର୍ଘଟଣା ଘଟଣା: ୩୬ ଘଣ୍ଟା ପରେ ୨ ମୃତଦେହ ଉଦ୍ଧାର appeared first on KNews Odisha.

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ କାରଖାନାରେ କୋଇଲା ହପର ଭୁଶୁଡିବା ଘଟଣାରେ ୨ ମୃତଦେହ ଉଦ୍ଧାର । ୩୬ ଘଣ୍ଟା ପରେ ମିଳିଛି ମୃତଦେହ । ଏବେ ବି ଜଣେ ଶ୍ରମିକ ନିଖୋଜ ଅଛନ୍ତି । ଦୁର୍ଘଟଣା ପରେ କାରଖାନାର ସମସ୍ତ ଷ୍ଟ୍ରକଚର ଯାଞ୍ଚ ପାଇଁ ଦାବି ହୋଇଛି ।
ସୂଚନା ଅନୁସାରେ ଗତ ୧୬ ତାରିଖ ଅପରାହ୍ନ ସାଢେ ୫ଟାରେ କାରଖାନାର ୟୁନିଟ-୨ ତାପଜ ବିଦ୍ୟୁତ ପ୍ରକଳ୍ପ (ପାୱାର ପ୍ଲାଣ୍ଟ)ର ୨ଟି କୋଲ୍ ହପର ଭୁଶୁଡ଼ି ପଡ଼ିଥିଲା । ଟନ୍ ଟନ୍ କୋଇଲା ତଳେ ଶ୍ରମିକ ପୋତି ହୋଇଯାଇଥିଲେ। କାରଖାନାର ବୈଷୟିକ ଦଳ ସହ ଜିଲ୍ଲାର ୭ଟି ଅଗ୍ନିଶମ ବାହିନୀ, ଓଡ୍ରାଫ ଦଳ ଓ ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଜିଲ୍ଲାପାଳ ମନୋଜ ମହାଜନ, ଡିଆଇଜି ବ୍ରିଜେଶ ରାୟ, ଏସପି ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀଙ୍କ ତତ୍ତ୍ବାବଧାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେପଟେ ଶ୍ରମିକଙ୍କ ସମ୍ପର୍କୀୟ ଓ ପରିବାର ଲୋକ କାରଖାନା ଆଗରେ ଜମା ହୋଇହୋଇଥିଲେ । ପରିସ୍ଥିତି ନିୟନ୍ତ୍ରଣ ପାଇଁ କାରଖାନା ସମ୍ମୁଖ ପୁଲିସ୍ ଛାଉଣିରେ ପରିଣତ ହୋଇଛି ।
The post ସିମେଣ୍ଟ କାରଖାନା ଦୁର୍ଘଟଣା ଘଟଣା: ୩୬ ଘଣ୍ଟା ପରେ ୨ ମୃତଦେହ ଉଦ୍ଧାର appeared first on KNews Odisha.