ସିମ୍‌ଲା ରାଜିନାମାକୁ ନେଇ ଦୋହଲିଲା ପାକିସ୍ତାନ: ସରକାରରେ ମତଭେଦ

ଇସ୍‌ଲାମାବାଦ,୭ା୬:ସିମ୍‌ଲା ରାଜିନାମାକୁ ନେଇ ପାକିସ୍ତାନର ଶେହବାଜ ଶରିଫ୍‌ ସରକାରରେ ମତଭେଦ ଦେଖାଦେଇଛି। ୧୯୭୨ର ସିମ୍‌ଲା ରାଜିନାମା ଏକ ମୃତ ଦସ୍ତାବିଜ୍‌ ବୋଲି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ବଜା ଅସିଫ୍‌ ଘୋଷଣା କରିବାର କିଛି ଘଣ୍ଟା ପରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ଏହାକୁ ଖଣ୍ଡନ କରିଛି। ଗୁରୁତ୍ୱପୂର୍ଣ୍ଣ ସିମ୍‌ଲା ରାଜିନାମା ସମେତ ଭାରତ ସହ କୌଣସି ଦ୍ୱିପାକ୍ଷିକ ଚୁକ୍ତିନାମା ରଦ୍ଦ କରିବା ପାଇଁ କୌଣସି ନିଷ୍ପତ୍ତି ହୋଇ ନ ଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅସିଫ୍‌ଙ୍କ ମନ୍ତବ୍ୟକୁ […] The post ସିମ୍‌ଲା ରାଜିନାମାକୁ ନେଇ ଦୋହଲିଲା ପାକିସ୍ତାନ: ସରକାରରେ ମତଭେଦ appeared first on Dharitri Odia News.

ସିମ୍‌ଲା ରାଜିନାମାକୁ ନେଇ ଦୋହଲିଲା ପାକିସ୍ତାନ: ସରକାରରେ ମତଭେଦ

ଇସ୍‌ଲାମାବାଦ,୭ା୬:ସିମ୍‌ଲା ରାଜିନାମାକୁ ନେଇ ପାକିସ୍ତାନର ଶେହବାଜ ଶରିଫ୍‌ ସରକାରରେ ମତଭେଦ ଦେଖାଦେଇଛି। ୧୯୭୨ର ସିମ୍‌ଲା ରାଜିନାମା ଏକ ମୃତ ଦସ୍ତାବିଜ୍‌ ବୋଲି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ବଜା ଅସିଫ୍‌ ଘୋଷଣା କରିବାର କିଛି ଘଣ୍ଟା ପରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ଏହାକୁ ଖଣ୍ଡନ କରିଛି। ଗୁରୁତ୍ୱପୂର୍ଣ୍ଣ ସିମ୍‌ଲା ରାଜିନାମା ସମେତ ଭାରତ ସହ କୌଣସି ଦ୍ୱିପାକ୍ଷିକ ଚୁକ୍ତିନାମା ରଦ୍ଦ କରିବା ପାଇଁ କୌଣସି ନିଷ୍ପତ୍ତି ହୋଇ ନ ଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅସିଫ୍‌ଙ୍କ ମନ୍ତବ୍ୟକୁ ନେଇ ପ୍ରଶ୍ନ କରାଯିବାରୁ ବହିର୍ବ୍ୟାପାର ବିଭାଗର ଜଣେ ଅଧିକାରୀ କହିଛନ୍ତି, ଇସ୍‌ଲାମାବାଦରେ ଏଭଳି ଭିତିରି ଆଲୋଚନା ଚାଲିଥିଲେ ମଧ୍ୟ ନୂଆଦିଲ୍ଲୀ ସହ ରହିଥିବା ଦ୍ୱିପାକ୍ଷିକ ଚୁକ୍ତିନାମା ରଦ୍ଦ କରିବା ଦିଗରେ କୌଣସି ଆନୁଷ୍ଠାନିକ ପଦକ୍ଷେପ ନିଆଯାଇ ନାହିଁ। ସିମ୍‌ଲା ଚୁକ୍ତିନାମା ସମେତ ସମସ୍ତ ଚୁକ୍ତି କାର୍ଯ୍ୟକାରୀ ରହିଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଗତ ମାସ ୭ ତାରିଖରେ ପାକିସ୍ତାନ ଓ ପାକ୍‌ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ ଭିତ୍ତିଭୂମି ଉପରେ ଆକ୍ରମଣ କରିଥିଲା। ଏହା ପରେ ସିମ୍‌ଲା ରାଜିନାମାର ସମୀକ୍ଷା କରିବ ବୋଲି ପାକିସ୍ତାନ ଧମକ ଦେଇଥିଲେ ମଧ୍ୟ କୌଣସି ଆନୁଷ୍ଠାନିକ ପଦକ୍ଷେପ ନେଇନାହିଁ।

The post ସିମ୍‌ଲା ରାଜିନାମାକୁ ନେଇ ଦୋହଲିଲା ପାକିସ୍ତାନ: ସରକାରରେ ମତଭେଦ appeared first on Dharitri Odia News.