ସିରିଜ୍‌ ଦୁର୍ଘଟଣା, ଜଣଙ୍କ ଜୀବନ ଗଲା

ଭଦ୍ରକ,୨ା୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥ ଭଦ୍ରକ ଜିଲା ବିଷ୍ଣୁପୁର ନିକଟରେ ଶୁକ୍ରବାର ସକାଳେ ସିରିଜ୍‌ ଦୁର୍ଘଟଣା ଘଟିଛି। ପଛକୁ ପଛ ୩ ଗାଡ଼ି ପିଟି ହେବାରୁ ଜଣେ ବାଇକ୍‌ଆରୋହୀଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ତେଲ ବୋଝେଇ ଟ୍ୟାଙ୍କର ଏକ ଟ୍ରେଲରକୁ ଧକ୍କା ଦେବାରୁ ଟ୍ରେଲରଟି ରାସ୍ତା କଡ଼ରେ ଥିବା ଏକ କାର୍‌କୁ ଧକ୍କା ଦେବା ସହ ରାଜପଥ ପାର୍ଶ୍ୱରେ ଥିବା ଏକ ଇଟା ଫ୍ୟାକ୍ଟ୍ରି ଭିତରେ ପଶି […] The post ସିରିଜ୍‌ ଦୁର୍ଘଟଣା, ଜଣଙ୍କ ଜୀବନ ଗଲା appeared first on Dharitri Odia News.

ସିରିଜ୍‌ ଦୁର୍ଘଟଣା, ଜଣଙ୍କ ଜୀବନ ଗଲା

ଭଦ୍ରକ,୨ା୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥ ଭଦ୍ରକ ଜିଲା ବିଷ୍ଣୁପୁର ନିକଟରେ ଶୁକ୍ରବାର ସକାଳେ ସିରିଜ୍‌ ଦୁର୍ଘଟଣା ଘଟିଛି। ପଛକୁ ପଛ ୩ ଗାଡ଼ି ପିଟି ହେବାରୁ ଜଣେ ବାଇକ୍‌ଆରୋହୀଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ତେଲ ବୋଝେଇ ଟ୍ୟାଙ୍କର ଏକ ଟ୍ରେଲରକୁ ଧକ୍କା ଦେବାରୁ ଟ୍ରେଲରଟି ରାସ୍ତା କଡ଼ରେ ଥିବା ଏକ କାର୍‌କୁ ଧକ୍କା ଦେବା ସହ ରାଜପଥ ପାର୍ଶ୍ୱରେ ଥିବା ଏକ ଇଟା ଫ୍ୟାକ୍ଟ୍ରି ଭିତରେ ପଶି ଯାଇଥିଲା। ଏହି ସମୟରେ ଆସୁଥିବା ଜନୈକ ବାଇକ୍‌ ଆରୋହୀଙ୍କ ଉପରେ ମଧ୍ୟ ଗାଡି ଚଢ଼ିଯିବାରୁ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ସହ ୧୬ ନଂ ଜାତୀୟ ରାଜପଥକୁ ସ୍ଥାନୀୟ ଲୋକେ ଅବରୋଧ କରିଛନ୍ତି l ଉଭୟ ପଟରେ ବହୁସଂଖ୍ୟାରେ ଗାଡ଼ି ଅଟକି ରହିଛି।

The post ସିରିଜ୍‌ ଦୁର୍ଘଟଣା, ଜଣଙ୍କ ଜୀବନ ଗଲା appeared first on Dharitri Odia News.