ସିଲ୍‌ ହେଲା ନକଲି ଗୁଟ୍‌ଖା କମ୍ପାନୀ: ୨ କର୍ମଚାରୀଙ୍କୁ ଉଠାଇ ନେଲା ଜିଏସ୍‌ଟି ବିଭାଗ

କୁନ୍ଦୁରା,୯ା୨(ସନ୍ତୋଷ ପ୍ରହରାଜ)- କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ ମସିଗାଁ ପଞ୍ଚାୟତର ବରଗୁଡା, ତରାପୁଟ ଗାଁ ଓ ଦିଗାପୁର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଚାଲିଥିବା ନକଲି ଗୁଟ୍‌ଖା କମ୍ପାନୀ ଉପରେ କେନ୍ଦ୍ର ଏବଂ ଆନ୍ଧ୍ର ଜିଏସ୍‌ଟି ବିଭାଗ ପକ୍ଷରୁ ଶନିବାର ଚଢ଼ାଉ କରି ସିଲ୍‌ କରାଯାଇଛି। କମ୍ପାନୀ ମୁଖ୍ୟ ଫାଟକ ବାହାରେ ଅଧିକାରୀଙ୍କ ସୁରକ୍ଷା ପାଇଁ ଯବାନ ମୁତୟନ ହୋଇଥିଲେ। କମ୍ପାନୀର ୨ କର୍ମଚାରୀଙ୍କୁ ସେଠାରୁ ନେଇଯାଇଥିବା ଶ୍ରମିକମାନେ କହିଛନ୍ତି। ଏହି ଚଢ଼ାଉ ନେଇ ସ୍ଥାନୀୟ ପୋଲିସ ଓ […] The post ସିଲ୍‌ ହେଲା ନକଲି ଗୁଟ୍‌ଖା କମ୍ପାନୀ: ୨ କର୍ମଚାରୀଙ୍କୁ ଉଠାଇ ନେଲା ଜିଏସ୍‌ଟି ବିଭାଗ appeared first on Dharitri Odia News.

ସିଲ୍‌ ହେଲା ନକଲି ଗୁଟ୍‌ଖା କମ୍ପାନୀ: ୨ କର୍ମଚାରୀଙ୍କୁ ଉଠାଇ ନେଲା ଜିଏସ୍‌ଟି ବିଭାଗ

କୁନ୍ଦୁରା,୯ା୨(ସନ୍ତୋଷ ପ୍ରହରାଜ)- କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ ମସିଗାଁ ପଞ୍ଚାୟତର ବରଗୁଡା, ତରାପୁଟ ଗାଁ ଓ ଦିଗାପୁର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଚାଲିଥିବା ନକଲି ଗୁଟ୍‌ଖା କମ୍ପାନୀ ଉପରେ କେନ୍ଦ୍ର ଏବଂ ଆନ୍ଧ୍ର ଜିଏସ୍‌ଟି ବିଭାଗ ପକ୍ଷରୁ ଶନିବାର ଚଢ଼ାଉ କରି ସିଲ୍‌ କରାଯାଇଛି। କମ୍ପାନୀ ମୁଖ୍ୟ ଫାଟକ ବାହାରେ ଅଧିକାରୀଙ୍କ ସୁରକ୍ଷା ପାଇଁ ଯବାନ ମୁତୟନ ହୋଇଥିଲେ। କମ୍ପାନୀର ୨ କର୍ମଚାରୀଙ୍କୁ ସେଠାରୁ ନେଇଯାଇଥିବା ଶ୍ରମିକମାନେ କହିଛନ୍ତି। ଏହି ଚଢ଼ାଉ ନେଇ ସ୍ଥାନୀୟ ପୋଲିସ ଓ ଜନ ପ୍ରତିନିଧିଙ୍କ ନିକଟରେ କୌଣସି ସୂଚନା ନ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଏହି କମ୍ପାନୀରେ ଦଶ ବର୍ଷ ହେବ କାଜୁ ମିଲ୍‌ ଚାଲିଥିବା ବେଳେ ସ୍ଥାନୀୟ ଶ୍ରମିକ କାମ କରୁଥିଲେ। ଗତ ୨ ବର୍ଷ ହେବ କାଜୁ ମିଲ୍‌ ବନ୍ଦ ହେବା ପରେ ସେଠାରେ ନକଲି ଗୁଟ୍‌ଖା କମ୍ପାନୀ ଚାଲୁଥିବା ଜଣାପଡ଼ିଛି। କାନପୁର ଓ ମଧ୍ୟପ୍ରଦେଶର ଶତାଧିକ ଶ୍ରମିକ ୩ ମାସ ହେବ କାମ କରୁଥିଲେ। ସେମାନଙ୍କୁ ଗତ ମାସର ମଜୁରି ମିଳି ନ ଥିବା ଓ ଘରକୁ ଫେରିବାକୁ ଟଙ୍କା ନ ଥିବା କହିଛନ୍ତି।

The post ସିଲ୍‌ ହେଲା ନକଲି ଗୁଟ୍‌ଖା କମ୍ପାନୀ: ୨ କର୍ମଚାରୀଙ୍କୁ ଉଠାଇ ନେଲା ଜିଏସ୍‌ଟି ବିଭାଗ appeared first on Dharitri Odia News.