ସିସୋଡିଆଙ୍କୁ ସୁପ୍ରିମକୋର୍ଟ୍‌ରୁ ମିଳିଲାନି ଆଶ୍ୱସ୍ତି

ନୂଆଦିଲ୍ଲୀ,୧୫ା୭: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲ୍‌ରେ ଥିବା ଆମ ଆଦ୍‌ମୀ ପାର୍ଟି (ଏଏପି) ନେତା ମନୀଷ ସିସୋଡିଆଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା ଲାଗିଛି। ପ୍ରଥମେ ସୁପ୍ରିମକୋର୍ଟରେ ଶୁଣାଣି ସ୍ଥଗିତ ରଖାଯାଇଥିଲା ଏବଂ ବର୍ତ୍ତମାନ ସୋମବାର ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସିସୋଡିଆ କୋର୍ଟରେ ହାଜର ହୋଇଥିଲେ। ରାଉସ ଆଭେନ୍ୟୁ କୋର୍ଟରେ ପରବର୍ତ୍ତୀ ଶୁଣାଣି ଜୁଲାଇ ୨୨ରେ ହେବ। ସିସୋଡିଆ ଦିଲ୍ଲୀ ସରକାରରେ ଅବକାରୀ […] The post ସିସୋଡିଆଙ୍କୁ ସୁପ୍ରିମକୋର୍ଟ୍‌ରୁ ମିଳିଲାନି ଆଶ୍ୱସ୍ତି appeared first on Dharitri Odia News.

ସିସୋଡିଆଙ୍କୁ ସୁପ୍ରିମକୋର୍ଟ୍‌ରୁ ମିଳିଲାନି ଆଶ୍ୱସ୍ତି

ନୂଆଦିଲ୍ଲୀ,୧୫ା୭: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲ୍‌ରେ ଥିବା ଆମ ଆଦ୍‌ମୀ ପାର୍ଟି (ଏଏପି) ନେତା ମନୀଷ ସିସୋଡିଆଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା ଲାଗିଛି। ପ୍ରଥମେ ସୁପ୍ରିମକୋର୍ଟରେ ଶୁଣାଣି ସ୍ଥଗିତ ରଖାଯାଇଥିଲା ଏବଂ ବର୍ତ୍ତମାନ ସୋମବାର ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସିସୋଡିଆ କୋର୍ଟରେ ହାଜର ହୋଇଥିଲେ। ରାଉସ ଆଭେନ୍ୟୁ କୋର୍ଟରେ ପରବର୍ତ୍ତୀ ଶୁଣାଣି ଜୁଲାଇ ୨୨ରେ ହେବ।

ସିସୋଡିଆ ଦିଲ୍ଲୀ ସରକାରରେ ଅବକାରୀ ମନ୍ତ୍ରୀ ଥିଲେ। ଗତ ବର୍ଷ ଫେବୃଆରୀ ୨୬ରେ ସିବିଆଇ ତାଙ୍କୁ ମଦ ଦୁର୍ନୀତି ମାମଲାରେ ଗିରଫ କରିଥିଲା। ୨୮ ଫେବୃଆରୀ ୨୦୨୩ରେ ସିସୋଡିଆ ତୁରନ୍ତ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ଏନ୍‌ଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ତାଙ୍କୁ ମାର୍ଚ୍ଚ ୨୦୨୩ରେ ମଦ ସହ ଜଡ଼ିତ ଅର୍ଥ କାରବାର ମାମଲାରେ ଗିରଫ କରିଥିଲା। ବର୍ତ୍ତମାନ ଉଭୟ ଇଡି ଏବଂ ସିବିଆଇ ଦ୍ୱାରା ସିସୋଡିଆ ବିରୋଧରେ ମାମଲା ଚାଲିଛି।

ଜାମିନ ପାଇଁ ସିସୋଡିଆ ବେଳେବେଳେ ସୁପ୍ରିମକୋର୍ଟଙ୍କ କବାଟ ଖଟ୍‌ଖଟ୍‌ କରିଥାନ୍ତି ଆଉ ବେଳେ ବେଳେ ରାଉସ ଆଭେନ୍ୟୁର ମଧ୍ୟ ଦ୍ୱାରସ୍ଥ ହୋଇଥାନ୍ତି। କିନ୍ତୁ ଆମ ଆଦ୍‌ମୀ ପାର୍ଟି ନେତା ଦେଶର ସର୍ବୋଚ୍ଚ ନ୍ୟାୟାଳୟରୁ କିମ୍ବା ନିମ୍ନ ଅଦାଲତରୁ ଆଶ୍ୱସ୍ତି ପାଇନାହାନ୍ତି। ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଜୁଲାଇ ୧୧ରେ ସୁପ୍ରିମକୋର୍ଟରେ ଶୁଣାଣି ହେବା କଥା। କିନ୍ତୁ ଶୁଣାଣି ବେଞ୍ଚରେ ଥିବା ଜଷ୍ଟିସ ସଞ୍ଜୟ କୁମାର ବ୍ୟକ୍ତିଗତ କାରଣରୁ ଏହି ମାମଲାରୁ ନିଜକୁ ଦୂରେଇ ରଖିଥିଲେ।

ସିସୋଡିଆଙ୍କ ଜାମିନ ଆବେଦନ ଉପରେ ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ସଞ୍ଜୟ କରୋଲ ଏବଂ ଜଷ୍ଟିସ ସଞ୍ଜୟ କୁମାର ଶୁଣାଣି କରିବେ। ଏହି ବେଞ୍ଚ କହିଛନ୍ତି, ଜଷ୍ଟିସ ସଞ୍ଜୟ କୁମାର ସଦସ୍ୟ ନ ଥିବା ଅନ୍ୟ ଏକ ବେଞ୍ଚ ମଦ ଦୁର୍ନୀତି ପ୍ରସଙ୍ଗରେ ଏନ୍‌ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏବଂ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ) ଦ୍ୱାରା ଦାଖଲ ହୋଇଥିବା ମାମଲାରେ ମନୀଷ ସିସୋଡିଆଙ୍କ ଜାମିନ ଆବେଦନ କରିବେ। ଜଷ୍ଟିସ ଖାନ୍ନା କହିଛନ୍ତି, ଆମର ଭାଇଙ୍କର କିଛି ଅସୁବିଧା ଅଛି, ସେ ବ୍ୟକ୍ତିଗତ କାରଣରୁ ଏହି ମାମଲାର ଶୁଣାଣି କରିବାକୁ ଚାହୁଁନାହାନ୍ତି।

The post ସିସୋଡିଆଙ୍କୁ ସୁପ୍ରିମକୋର୍ଟ୍‌ରୁ ମିଳିଲାନି ଆଶ୍ୱସ୍ତି appeared first on Dharitri Odia News.