ସୀତାରାମ ୟେଚୁରୀ ଅସୁସ୍ଥ, ଭେଣ୍ଟିଲେଟରରେ ଭର୍ତ୍ତି
ନୂଆଦିଲ୍ଲୀ,୬।୯: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ରେ ଭର୍ତ୍ତି ହୋଇଥିବା ସିପିଆଇ (ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରିଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ସୂଚନା ଅନୁଯାୟୀ, ଫୁସଫୁସ ସଂକ୍ରମଣ ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ପାର୍ଟି ଏହାର ଅଫିସିଆଲ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ୟେଚୁରୀଙ୍କ ସ୍ବାସ୍ଥ୍ୟ ବିଷୟରେ ସୂଚନା ଦେଇଥିଲା। ସିପିଆଇ (ଏମ) ଲେଖିଛି ଯେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ନୂଆଦିଲ୍ଲୀର ଅଲ […] The post ସୀତାରାମ ୟେଚୁରୀ ଅସୁସ୍ଥ, ଭେଣ୍ଟିଲେଟରରେ ଭର୍ତ୍ତି appeared first on Dharitri Odia News.
ନୂଆଦିଲ୍ଲୀ,୬।୯: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ରେ ଭର୍ତ୍ତି ହୋଇଥିବା ସିପିଆଇ (ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରିଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ସୂଚନା ଅନୁଯାୟୀ, ଫୁସଫୁସ ସଂକ୍ରମଣ ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ପାର୍ଟି ଏହାର ଅଫିସିଆଲ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ୟେଚୁରୀଙ୍କ ସ୍ବାସ୍ଥ୍ୟ ବିଷୟରେ ସୂଚନା ଦେଇଥିଲା।
ସିପିଆଇ (ଏମ) ଲେଖିଛି ଯେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ନୂଆଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ଚିକିତ୍ସିତ ହେଉଛନ୍ତି। ସେ ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ ଅଧୀନରେ ଅଛନ୍ତି। ଏହି ଟିମ ଶ୍ୱାସକ୍ରିୟା ସଂକ୍ରମଣର ଚିକିତ୍ସା କରୁଛି।
ସୂଚନାଯୋଗ୍ୟ, ଅଗଷ୍ଟ ୧୯ରେ ଖୁବ ଯୋରରେ ଜ୍ୱର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ ଆଇସିୟୁକୁ ସିପ୍ଟ କରାଯାଇଥିଲା। ଅଗଷ୍ଟ ୩୧ରେ ଆସିଥିବା ରିପୋର୍ଟରୁ ଜଣାପଡିଥିଲା ଯେ ସେ ଶ୍ୱାସକ୍ରିୟା ଜନିତ ସମସ୍ୟାରେ ପୀଡିତ ଅଛନ୍ତି ୟେଚୁରୀ। ୭୨ ବର୍ଷିୟ ଏହି ରାଜନେତାଙ୍କର ନିକଟରେ କାଟ୍ରାକ୍ଟ ସର୍ଜରୀ କରାଯାଇଥିଲା।
The post ସୀତାରାମ ୟେଚୁରୀ ଅସୁସ୍ଥ, ଭେଣ୍ଟିଲେଟରରେ ଭର୍ତ୍ତି appeared first on Dharitri Odia News.