ସୀମା ବାହାର ଟିକେଟ କାହିଁକି ବିକୁଥିଲ

ନୂଆଦିଲ୍ଲୀ,୨୦ା୨: ନୂଆଦିଲ୍ଲୀ ରେଳଷ୍ଟେଶନରେ ଗତ ୧୫ ତାରିଖରେ ଦଳାଚକଟା ଯୋଗୁ ମହାକୁମ୍ଭକୁ ଯିବା ପାଇଁ ବାହାରିଥିବା ୧୮ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ବୁଧବାର ଦିଲ୍ଲୀ ହାଇକୋର୍ଟ ରେଲଓ୍ବେକୁ ଭର୍ତ୍ସନା କରିଛନ୍ତି। ଏକ କୋଚ୍‌ର ଧାରଣ କ୍ଷମତାଠାରୁ ଅଧିକ ସଂଖ୍ୟକ ଟିକେଟ ଯାତ୍ରୀମାନଙ୍କୁ କାହିଁକି ବିକ୍ରି କରାଯାଇଥିଲା ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି। ରେଳଷ୍ଟେଶନରେ ଦଳାଚକଟା ପରେ ଭବିଷ୍ୟତରେ ଦେଶର ରେଳଷ୍ଟେଶନଗୁଡ଼ିକରେ ଏଭଳି ଘଟଣା ଏଡ଼ାଇବା ପାଇଁ ସୁରକ୍ଷା ପଦକ୍ଷେପ ସମ୍ପର୍କିତ ଏକ ପିଟିଶନ ଦିଲ୍ଲୀ ହାଇକୋର୍ଟରେ […] The post ସୀମା ବାହାର ଟିକେଟ କାହିଁକି ବିକୁଥିଲ appeared first on Dharitri Odia News.

ସୀମା ବାହାର ଟିକେଟ କାହିଁକି ବିକୁଥିଲ

ନୂଆଦିଲ୍ଲୀ,୨୦ା୨: ନୂଆଦିଲ୍ଲୀ ରେଳଷ୍ଟେଶନରେ ଗତ ୧୫ ତାରିଖରେ ଦଳାଚକଟା ଯୋଗୁ ମହାକୁମ୍ଭକୁ ଯିବା ପାଇଁ ବାହାରିଥିବା ୧୮ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ବୁଧବାର ଦିଲ୍ଲୀ ହାଇକୋର୍ଟ ରେଲଓ୍ବେକୁ ଭର୍ତ୍ସନା କରିଛନ୍ତି। ଏକ କୋଚ୍‌ର ଧାରଣ କ୍ଷମତାଠାରୁ ଅଧିକ ସଂଖ୍ୟକ ଟିକେଟ ଯାତ୍ରୀମାନଙ୍କୁ କାହିଁକି ବିକ୍ରି କରାଯାଇଥିଲା ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି।
ରେଳଷ୍ଟେଶନରେ ଦଳାଚକଟା ପରେ ଭବିଷ୍ୟତରେ ଦେଶର ରେଳଷ୍ଟେଶନଗୁଡ଼ିକରେ ଏଭଳି ଘଟଣା ଏଡ଼ାଇବା ପାଇଁ ସୁରକ୍ଷା ପଦକ୍ଷେପ ସମ୍ପର୍କିତ ଏକ ପିଟିଶନ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଛି। ଜଷ୍ଟିସ୍‌ ଡିକେ ଉପାଧ୍ୟାୟ ଏବଂ ତୁଷାର ରାଓ ଗେଡେଲାଙ୍କୁ ନେଇ ଖଣ୍ଡପୀଠ ଏହାର ଶୁଣାଣି କରି କହିଛନ୍ତି, ଏକ କୋଚ୍‌ରେ କେତେ ସଂଖ୍ୟକ ଯାତ୍ରୀଙ୍କୁ ବସାଯାଇପାରିବ ତାହା ରେଲଓ୍ବେ ସ୍ଥିର କରିଥାଏ। ଏଭଳି ସ୍ଥଳେ ଅଧିକ ସଂଖ୍ୟକ ଟିକେଟ କାହିଁକି ବିକ୍ରି କରାଗଲା? ଦଳାଚକଟା ଘଟିବା ଦିନ ଷ୍ଟେଶନରେ କେତେ ଲକ୍ଷ ଯାତ୍ରୀ ଥିଲେ ସେନେଇ ରେଲଓ୍ବେ ଅବଗତ ଥିଲା କି ନାହିଁ ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି। ଏଥିସହ ନିୟମିତ ଭାବେ ଯାତ୍ରୀଙ୍କ ସର୍ବାଧିକ ସଂଖ୍ୟା ଓ ପ୍ଲାଟ୍‌ଫର୍ମ ଟିକେଟ ବିକ୍ରି ଆଦିର ସମୀକ୍ଷା କରିବାକୁ ରେଲଓ୍ବେକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ଆସନ୍ତା ମାର୍ଚ୍ଚ ୧୬ରେ ପରବର୍ତ୍ତୀ ଶୁଣାଣି କରିବାକୁ ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି।

The post ସୀମା ବାହାର ଟିକେଟ କାହିଁକି ବିକୁଥିଲ appeared first on Dharitri Odia News.