ସୀମାନ୍ତରେ ଭୁଷୁଡିବାରେ ଲାଗିଛି ମାଓ ଗଡ, ୧୯ଲକ୍ଷ ଇନାମ ଥିବା ୫ ମାଓବାଦୀ କଲେ ଆତ୍ମସମର୍ପଣ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବସ୍ତରରେ ମାଓ ସଂଗଠନକୁ ଶକ୍ତ ଧକ୍କା ଲାଗିଛି। ସେଠାରେ ସକ୍ରିୟ ମାଓ ସଂଗଠନର ପ୍ଲାଟୁନ୍ ନମ୍ବର ୩୦ର ଡେପୁଟି କମାଣ୍ଡରଙ୍କ ସମେତ ପାଞ୍ଚ ଜଣ କୁଖ୍ୟାତ ମାଓବାଦୀ ଆଜି ସୁକମା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ମାଓବାଦୀଙ୍କ ମଧ୍ୟରେ ୩ ମହିଳା ଏବଂ ୨ ପୁରୁଷ ମାଓବାଦୀ ସାମିଲ ଥିବା ଜଣା ପଡିଛି। ଆତ୍ମସମର୍ପଣ କାରୀ ମାଓବାଦୀଙ୍କ ନାମରେ ମୋଟ ୧୯ଲକ୍ଷ ଟଙ୍କାର ଇନାମ ମଧ୍ୟ ଘୋଷଣା […]

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବସ୍ତରରେ ମାଓ ସଂଗଠନକୁ ଶକ୍ତ ଧକ୍କା ଲାଗିଛି। ସେଠାରେ ସକ୍ରିୟ ମାଓ ସଂଗଠନର ପ୍ଲାଟୁନ୍ ନମ୍ବର ୩୦ର ଡେପୁଟି କମାଣ୍ଡରଙ୍କ ସମେତ ପାଞ୍ଚ ଜଣ କୁଖ୍ୟାତ ମାଓବାଦୀ ଆଜି ସୁକମା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ମାଓବାଦୀଙ୍କ ମଧ୍ୟରେ ୩ ମହିଳା ଏବଂ ୨ ପୁରୁଷ ମାଓବାଦୀ ସାମିଲ ଥିବା ଜଣା ପଡିଛି। ଆତ୍ମସମର୍ପଣ କାରୀ ମାଓବାଦୀଙ୍କ ନାମରେ ମୋଟ ୧୯ଲକ୍ଷ ଟଙ୍କାର ଇନାମ ମଧ୍ୟ ଘୋଷଣା କରାଯାଇଥିଲା ବୋଲି ପୋଲିସ ପକ୍ଷରୁ ଜଣା ପଡିଛି।
ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାରେ ଥିବା ଛତିଶଗଡରେ ସକ୍ରିୟ ଭ୍ବାଏ ମାଓ ସଂଗଠନରେ କାର୍ଯ୍ୟ କରୁଥିବା ୫ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ଆତ୍ମସମର୍ପଣ କରିଥିବା ୫ ଜଣ ନକ୍ସଲଙ୍କ ମଧ୍ୟରେ ମାଓବାଦୀ ସଂଗଠନର ଡେପୁଟି କମାଣ୍ଡର ତଥା ପିପିସିଏମ୍ ସଦସ୍ୟ କାୱାସୀ ଦୁଲା ସାମିଲ ଥିବା ବେଳେ ତାଙ୍କ ଉପରେ ପୂର୍ବରୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସେହିପରି ପ୍ଲାଟୁନ୍ ନମ୍ବର ୩୦ର ସେକ୍ସନ୍ କମାଣ୍ଡର ସୋଡି ବୁଦ୍ଧ୍ରା, କୁଖ୍ୟାତ ମାଓବାଦୀ ମାଡାକମ୍ ଗାଙ୍ଗୀ ରହିଥିବା ବେଳେ ଏମାନଙ୍କ ନାମରେ ମଧ୍ୟ ୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା ହୋଇଥିଲା। ସେହିପରି ଏଥିରେ ଅନ୍ୟ ଦୁଇ ମାଓବାଦୀ ହେଲେ ପୋଡିୟମ୍ ସୋମଡି ଓ ମାଡାକମ୍ ଆୟତୁ ମଧ୍ୟ ଆତ୍ମସମର୍ପଣ କରିଥିବା ବେଳେ ସେମାନଙ୍କ ନାମରେ ୨ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା ହୋଇଥିଲା। ପୋଲିସ ଆଗରେ ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ମାନେ ଗତ ୧୦ ବର୍ଷ ମଧ୍ୟରେ ପ୍ରମୁଖ ନକ୍ସଲ ଅପରାଧରେ ସାମିଲ ଥିବା ନେଇ ସୁକୁମା ଏସପି କିରଣ ଚୌହାନ ସୂଚନା ଦେଇଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀ ମାନଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ସହିତ ଖୁବ ଶୀଘ୍ର ସେମାନଙ୍କୁ ପୁନର୍ବାସ ନୀତି ଅଧୀନରେ ଅନ୍ୟାନ୍ୟ ସୁବିଧା ଦିଆଯିବ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି।