ସୀମାରେ ଆଇଇଡି ବିସ୍ଫୋରଣ, ୫ ଯବାନ ଆହତ

ମାଲକାନଗିରି,୨୯ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଆଇଇଡି ବିସ୍ଫୋରଣ ହୋଇ ୫ ଯବାନ ଆହତ ହୋଇଛନ୍ତି। ସୂଚନା ମୁତାବକ, ଛତିଶଗଡ଼ ବିଜାପୁର ଜିଲା ଚିନ୍ନାଗେଲୁର ସିଆରପିଏଫ୍‌ କ୍ୟାମ୍ପ୍‌ରୁ ରବିବାର ସକାଳୁ ଯବାନମାନେ ସର୍ଚ୍ଚ ଅପରେଶନ ପାଇଁ ଯାଇଥିବା ବେଳେ ତର୍‌ରେମ ଥାନା ଅଞ୍ଚଳରେ ମାଓବାଦୀମାନେ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ହୋଇଥିଲା। ଫଳରେ ୫ ଯବାନ ସାମାନ୍ୟ ଆହତ ହୋଇଛନ୍ତି। ତେବେ ଏହି ଆଇଇଡି ବିସ୍ଫୋରଣରେ କେବଳ ପୋଲିସ କିମ୍ବା ସୁରକ୍ଷାକର୍ମୀ ନୁହନ୍ତି ବରଂ […] The post ସୀମାରେ ଆଇଇଡି ବିସ୍ଫୋରଣ, ୫ ଯବାନ ଆହତ appeared first on Dharitri Odia News.

ସୀମାରେ ଆଇଇଡି ବିସ୍ଫୋରଣ, ୫ ଯବାନ ଆହତ

ମାଲକାନଗିରି,୨୯ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଆଇଇଡି ବିସ୍ଫୋରଣ ହୋଇ ୫ ଯବାନ ଆହତ ହୋଇଛନ୍ତି। ସୂଚନା ମୁତାବକ, ଛତିଶଗଡ଼ ବିଜାପୁର ଜିଲା ଚିନ୍ନାଗେଲୁର ସିଆରପିଏଫ୍‌ କ୍ୟାମ୍ପ୍‌ରୁ ରବିବାର ସକାଳୁ ଯବାନମାନେ ସର୍ଚ୍ଚ ଅପରେଶନ ପାଇଁ ଯାଇଥିବା ବେଳେ ତର୍‌ରେମ ଥାନା ଅଞ୍ଚଳରେ ମାଓବାଦୀମାନେ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ହୋଇଥିଲା। ଫଳରେ ୫ ଯବାନ ସାମାନ୍ୟ ଆହତ ହୋଇଛନ୍ତି।

ତେବେ ଏହି ଆଇଇଡି ବିସ୍ଫୋରଣରେ କେବଳ ପୋଲିସ କିମ୍ବା ସୁରକ୍ଷାକର୍ମୀ ନୁହନ୍ତି ବରଂ ସାଧାରଣ ଲୋକ ମଧ୍ୟ ଶିକାର ହୋଇଥିବା ସୂଚନା ପ୍ରଦାନ କରିଛନ୍ତି। ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଉତ୍ତମ ଚିକିତ୍ସା ପାଇଁ ବିଜାପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ବର୍ତ୍ତମାନ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଥିବା ସୂଚନାରୁ ଜଣାପଡ଼ିଛି।

The post ସୀମାରେ ଆଇଇଡି ବିସ୍ଫୋରଣ, ୫ ଯବାନ ଆହତ appeared first on Dharitri Odia News.