ସୁଇସାଇଡ ନୋଟ ଲେଖି ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ଭୁବନେଶେବର: ସୁଇସାଇଡ ନୋଟ ଲେଖି ଟ୍ରେନ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ବାରଙ୍ଗ ଥାନା ଅନ୍ତର୍ଗତ ସାରଙ୍ଗେଇ ମନ୍ଦିର ନିକଟ ରେଳ ଟ୍ରାକରୁ ରେଲୱେ ପୁଲିସ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଜବତ କରିଛି। ମୃତକଙ୍କ ନାମ ଆଶିଷ ଜେନା ବୋଲି ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରୁ ଆଶିଷଙ୍କ ସ୍କୁଟି ଏବଂ ମୋବାଇଲ ଫୋନ ସହିତ ଏକ ଡାଏରୀ ଜବତ କରିଛି, ଯେଉଁଥିରେ ସେ ଆତ୍ମହତ୍ୟାର କାରଣ ଲେଖିଛନ୍ତି। ସୂଚନା ଅନୁଯାୟୀ, ଗତକାଲି ରାତିରେ ଯୁବକ ଜଣକ […]

ସୁଇସାଇଡ ନୋଟ ଲେଖି ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା
death

ଭୁବନେଶେବର: ସୁଇସାଇଡ ନୋଟ ଲେଖି ଟ୍ରେନ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ବାରଙ୍ଗ ଥାନା ଅନ୍ତର୍ଗତ ସାରଙ୍ଗେଇ ମନ୍ଦିର ନିକଟ ରେଳ ଟ୍ରାକରୁ ରେଲୱେ ପୁଲିସ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଜବତ କରିଛି। ମୃତକଙ୍କ ନାମ ଆଶିଷ ଜେନା ବୋଲି ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରୁ ଆଶିଷଙ୍କ ସ୍କୁଟି ଏବଂ ମୋବାଇଲ ଫୋନ ସହିତ ଏକ ଡାଏରୀ ଜବତ କରିଛି, ଯେଉଁଥିରେ ସେ ଆତ୍ମହତ୍ୟାର କାରଣ ଲେଖିଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଯୁବକ ଜଣକ ଏକ ସ୍କୁଟି ଯୋଗେ ଆସି ଟ୍ରେନ ଲାଇନ କଡ଼ରେ ଗାଡ଼ି ଥୋଇ ଏକ ଡ଼ାଏରୀରେ ସୁଇସାଇଡ ନୋଟ ଲେଖି ସ୍କୁଟି ଡିକିରେ ରଖିଥିଲେ । ପରେ ସ୍କୁଟି ଚାବିଟିକୁ ସ୍କୁଟି ଉପରେ ରଖିଦେଇ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେଠାରେ ଏକ ପାସେଞ୍ଜର ଟ୍ରେନ ଅଟକି ରହିଥିଲା। ଯୁବକଙ୍କ ନାମ ଆଶିଷ କୁମାର ଜେନା ବୋଲି ତାଙ୍କ ଗାଡ଼ିରୁ ମିଳିଥିବା ଡାଏରୀରୁ ଜଣା ପଡ଼ିଥିଲା। ହେଲେ ସେ କେଉଁ ଅଞ୍ଚଳର ବୋଲି ତାହା ଜଣା ପଡ଼ିନାହିଁ। ନିଜ ମୃତ୍ୟୁ ପାଇଁ ଆଶିଷ ଦୁଇ ଜଣ ଯୁବକଙ୍କୁ ଦାୟୀ କରିଛନ୍ତି। ଯୁବକଦ୍ବୟଙ୍କ ନାମ ବ୍ରହ୍ମାନନ୍ଦ ମଙ୍ଗରାଜ ଓ ଦେବୁଦତ୍ତ ସ୍ବାଇଁ ବୋଲି ଆଶିଷ ଲେଖିଛନ୍ତି। ଉଭୟ ବ୍ରହ୍ମାନନ୍ଦ ଏବଂ ଦେବୁଦତ୍ତ ତାଙ୍କୁ ବାରମ୍ବାର ଧମକ ଏବଂ ନିର୍ଯାତନା ଦେଉଥିବା କାରଣରୁ ସେ ଆତ୍ମହତ୍ୟା କରିଥିବା ଆଶିଷ ଉଲ୍ଲେଖ କରିଛନ୍ତି। ଖବର ପାଇ ବାରଙ୍ଗ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତାଙ୍କର ମୋବାଇଲ ଫୋନ, ସ୍କୁଟି ଏବଂ ଉକ୍ତ ଡାଏରୀକୁ ମଧ୍ୟ ଜବତ କରି ତଦନ୍ତ ଜାରି ରଖିଛି ।