ସୁକ୍‌ମା ଏନ୍‌କାଉଣ୍ଟର: ୧୮ ମାଓବାଦୀ ନିହତ

ମାଲକାନଗିରି, ୩୦ା୩(ଦୁର୍ଯ୍ୟୋଧନ ପାତ୍ର), ସୁକମା (ପି.ଟି.):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲା ଅଧୀନ କେରାଲପାଲ ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଶନିବାର ସକାଳେ ଗୁଳି ବିନିମୟ ଘଟିଛି। ସୁରକ୍ଷା କର୍ମୀଙ୍କ ଗୁଳିରେ ୧୭ ମାଓବାଦୀ ନିହତ ହୋଇଛନ୍ତି। ଗୁଳି ବିନିମୟ ବେଳେ ୪ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଡିଆର୍‌ଜି ବାହିନୀର ୩ଜଣ ଓ ସିଆର୍‌ପିଏଫ୍‌ର ଜଣେ ଯବାନ ଥିବା ସୂଚନା ମିଳିଛି। ସେହିପରି ବିଜାପୁର ଜିଲାରେ ଅନ୍ୟ ଏକ […] The post ସୁକ୍‌ମା ଏନ୍‌କାଉଣ୍ଟର: ୧୮ ମାଓବାଦୀ ନିହତ appeared first on Dharitri Odia News.

ସୁକ୍‌ମା ଏନ୍‌କାଉଣ୍ଟର: ୧୮ ମାଓବାଦୀ ନିହତ

ମାଲକାନଗିରି, ୩୦ା୩(ଦୁର୍ଯ୍ୟୋଧନ ପାତ୍ର), ସୁକମା (ପି.ଟି.):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲା ଅଧୀନ କେରାଲପାଲ ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଶନିବାର ସକାଳେ ଗୁଳି ବିନିମୟ ଘଟିଛି। ସୁରକ୍ଷା କର୍ମୀଙ୍କ ଗୁଳିରେ ୧୭ ମାଓବାଦୀ ନିହତ ହୋଇଛନ୍ତି। ଗୁଳି ବିନିମୟ ବେଳେ ୪ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଡିଆର୍‌ଜି ବାହିନୀର ୩ଜଣ ଓ ସିଆର୍‌ପିଏଫ୍‌ର ଜଣେ ଯବାନ ଥିବା ସୂଚନା ମିଳିଛି। ସେହିପରି ବିଜାପୁର ଜିଲାରେ ଅନ୍ୟ ଏକ ଏନ୍‌କାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀଙ୍କୁ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବାବେଳେ ଶନିବାର ଏନ୍‌କାଉଣ୍ଟର ଏହି ମିଶନ ଦିଗରେ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛତିଶଗଡ଼ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ଏହା ପୂର୍ବରୁ ସୁରକ୍ଷା ବଳ ସୁକମା ଅଞ୍ଚଳରେ ତଲାସି ଅଭିଯାନକୁ ଜୋର୍‌ଦାର କରିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ସୁକମ୍‌ ଏନ୍‌କାଉଣ୍ଟରର ପ୍ରଶଂସା କରିଛନ୍ତି। ପାଖରେ ଅସ୍ତ୍ର ରଖି ହିଂସାର ସାହାରା ନେଉଥିବା ଲୋକେ ପରିବର୍ତ୍ତନ ଆଣିପାରିବେ ନାହିଁ। ଶାନ୍ତି ଓ ବିକାଶ ଦ୍ୱାରା ପରିବର୍ତ୍ତନ ଆସିପାରିବ ବୋଲି ଶାହା କହିଛନ୍ତି।

ପୋଲିସ ସୂଚନା ଅନୁଯାୟୀ, ସୁକ୍‌ମା ଜିଲା କେରାଲପାଲ ଥାନା ଅଞ୍ଚଳ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ସୂଚନା ପାଇ ଡିଆର୍‌ଜି ଓ ସିଆର୍‌ପିଏଫ୍‌ ବାହିନୀ ମିଳିତ ଭାବେ ଉକ୍ତ ଅଞ୍ଚଳରେ କମ୍ବିଂ ଅପରେଶନ ଆରମ୍ଭ କରିଥିଲେ। ଶନିବାର ସକାଳ ପ୍ରାୟ ୮ଟାରୁ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ୪ ଘଣ୍ଟା ଗୁଳି ବିନିମୟ ହୋଇଥିଲା। ଏହାପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି। ସନ୍ଧ୍ୟା ସୁଦ୍ଧା ୧୭ ଜଣ ମାଓବାଦୀଙ୍କ ମୃତଦେହ ଠାବ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ୧୧ ମହିଳା ଓ ୬ ପୁରୁଷ ମାଓବାଦୀ ଅଛନ୍ତି। ନିହତ ୭ ଜଣ ମାଓବାଦୀଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟମାନଙ୍କ ପରିଚୟ ଜାଣିବାକୁ ଉଦ୍ୟମ ଜାରି ରହିଛି। ମୃତ ମାଓବାଦୀ କୁହଡମି ଜଗଦୀଶଙ୍କୁ ଧରାଇଦେଲେ ୨୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ପୂର୍ବରୁ ପୋଲିସ ଘୋଷଣା କରିଥିଲା। ୨୦୧୩ର ଝିରମ ଉପତ୍ୟକା ଆକ୍ରମଣ ସମେତ ଡଜନେରୁ ଊର୍ଦ୍ଧ୍ୱ ମାଓବାଦୀ ଆକ୍ରମଣରେ ଜଗଦୀଶ ସମ୍ପୃକ୍ତ।

ଗୁରୁତର ଆହତ ୨ ଯବାନଙ୍କ ଉନ୍ନତ ଚିକିତ୍ସା ନିମନ୍ତେ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରୁ ଏକେ ୪୭, ଏସ୍‌ଏଲ୍‌ଆର୍‌, ଇନ୍‌ସାସ୍‌ ରାଇଫଲ୍‌, ୩୦୩ ରାଇଫଲ, ରକେଟ ଲଞ୍ଚର, ବିଜିଏଲ୍‌ ଲଞ୍ଚର, ଅସ୍ତ୍ରଶସ୍ତ୍ର ଓ ବିସ୍ପୋରକ ସାମଗ୍ରୀ ଜବତ ହୋଇଥିବା ସୁକ୍‌ମା ଏସ୍‌ପି. କିରଣ ଚୌହାନ ସୂଚନା ଦେଇଛନ୍ତି। ଯବାନମାନେ ସର୍ଚ୍ଚ ଅପରେଶନ ସାରି ଫେରିବା ପରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ଚୌହାନ କହିଛନ୍ତି। ସୂଚନାଯୋଗ୍ୟ, ବସ୍ତର ଅଞ୍ଚଳର ବିଜାପୁର ଏବଂ କଙ୍କର ଜିଲାରେ ୧୦ ଦିନ ପୂର୍ବରୁ ହୋଇଥିବା ୨ଟି ଏନ୍‌କାଉଣ୍ଟରରେ ୩୦ ମାଓବାଦୀ ନିହତ ହୋଇଥିଲେ।

The post ସୁକ୍‌ମା ଏନ୍‌କାଉଣ୍ଟର: ୧୮ ମାଓବାଦୀ ନିହତ appeared first on Dharitri Odia News.