ସୁଡାନରେ ସୈନ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ, ୪୯ ମୃତ
ନନ୍ଦିଘୋଷ ବ୍ୟୁରୋ : ସୁଡାନରେ ସୈନ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ। ଏଥିରେ ଥିବା ୪୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ... The post ସୁଡାନରେ ସୈନ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ, ୪୯ ମୃତ appeared first on .
ନନ୍ଦିଘୋଷ ବ୍ୟୁରୋ : ସୁଡାନରେ ସୈନ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ। ଏଥିରେ ଥିବା ୪୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହାତ ହୋଇଛନ୍ତି । ଏନେଇ ସେନା ଅଧିକାରୀ ସୂଚନା ଦେଇଛନ୍ତି।
ସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୁଡାନର ଓମଡୁରମାନ ସହରରେ ଘଟିଛି ଏହି ଦୁର୍ଘଟଣା। ସେନା ବିମାନ ଆଣ୍ଟୋନୋଭ୍ ମଙ୍ଗଳବାର ଦିନ ଓମଡୁରମାନର ଉତ୍ତରରେ ଥିବା ୱାଡି ସୟେଦନା ଏୟାରବେସରୁ ଉଡ଼ାଣ ଭରିଥିଲା। ତେବେ ଟେକ୍ ଅପ୍ କରିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସେନା ଅଧିକାରୀ ସ୍ପଷ୍ଟ କରିନାହିନ୍ତି ।
ଏହି ଦୁର୍ଘଟଣାରେ ସାମରିକ କର୍ମଚାରୀ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସେନା ଅଧିକାରୀ ସୂଚନା ଦେଇଛନ୍ତି ।
The post ସୁଡାନରେ ସୈନ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ, ୪୯ ମୃତ appeared first on .