ସୁଧୁରୁନି ପରିସ୍ଥିତି: ଭୟ-ଆତଙ୍କରେ ୪୦ ସେବାଶ୍ରମ ଛାତ୍ର

ଦାରିଙ୍ଗବାଡି, ୨୬।୮ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଗତ ରବିବାର କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ଗସ୍ତ କରି ବିଭିନ୍ନ ସେବାଶ୍ରାମ ପରିଦର୍ଶନ କରିଥିଲେ। ଏକାଧିକ ସେବାଶ୍ରାମରେ ରହୁଥିବା ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ଓ ସମସ୍ତ ସେବାଶ୍ରମ ଦାୟିତ୍ୱରେ ଥିବା ଶିକ୍ଷକମାନେ ସେବାଶ୍ରମରେ ରହି ପିଲାଙ୍କ ଭଲମନ୍ଦ ବୁଝିବାକୁ ତାଗିତ ମଧ୍ୟ କରିଥିଲେ। କିନ୍ତୁ ଏବେ ମଧ୍ୟ ଏକାଧିକ ସେବାଶ୍ରମରେ ପାଠପଢା ସରିବା ପରେ ପିଲାଙ୍କୁ ହଷ୍ଟେଲରେ ଏକା ଛାଡି ଶିକ୍ଷକମାନେ […] The post ସୁଧୁରୁନି ପରିସ୍ଥିତି: ଭୟ-ଆତଙ୍କରେ ୪୦ ସେବାଶ୍ରମ ଛାତ୍ର appeared first on Dharitri Odia News.

ସୁଧୁରୁନି ପରିସ୍ଥିତି: ଭୟ-ଆତଙ୍କରେ ୪୦ ସେବାଶ୍ରମ ଛାତ୍ର

ଦାରିଙ୍ଗବାଡି, ୨୬।୮ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଗତ ରବିବାର କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ଗସ୍ତ କରି ବିଭିନ୍ନ ସେବାଶ୍ରାମ ପରିଦର୍ଶନ କରିଥିଲେ। ଏକାଧିକ ସେବାଶ୍ରାମରେ ରହୁଥିବା ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ଓ ସମସ୍ତ ସେବାଶ୍ରମ ଦାୟିତ୍ୱରେ ଥିବା ଶିକ୍ଷକମାନେ ସେବାଶ୍ରମରେ ରହି ପିଲାଙ୍କ ଭଲମନ୍ଦ ବୁଝିବାକୁ ତାଗିତ ମଧ୍ୟ କରିଥିଲେ। କିନ୍ତୁ ଏବେ ମଧ୍ୟ ଏକାଧିକ ସେବାଶ୍ରମରେ ପାଠପଢା ସରିବା ପରେ ପିଲାଙ୍କୁ ହଷ୍ଟେଲରେ ଏକା ଛାଡି ଶିକ୍ଷକମାନେ ଅନ୍ୟତ୍ର ରହୁଥିବା ସ୍ଥାନକୁ ଚାଲିଯାଉଥିବା ଜଣାପଡିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ସାମନବାଡି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ହଷ୍ଟେଲରେ ପରିସର ମଧ୍ୟରେ। ସେଠାରେ ପ୍ରଧାନଶିକ୍ଷକ ଓ ହଷ୍ଟେଲରେ ଥିବା ଶିକ୍ଷକ ଦୁହେଁ ହଷ୍ଟେଲ ଠାରୁ ପ୍ରାୟ ୩୦ କିଲୋମିଟର ଦୂର ବାଲିଗୁଡା ବ୍ଲକରେ ରହି ବିଦ୍ୟାଳୟକୁ ଯାତାୟତ କରୁଛନ୍ତି। ବିଦ୍ୟାଳୟରେ ପାଠପଢା ପରେ ବାଲିଗୁଡା ଯାଉଛନ୍ତି। ରାତିରେ ହଷ୍ଟେଲରେ ରହୁନାହାନ୍ତି । ଉକ୍ତ ହଷ୍ଟେଲରେ ୪୦ ଜଣ ଛାତ୍ର ରହୁଥିବା ବେଳେ ସେମାନଙ୍କୁ ରାତିରେ ସିସିଏ (କୁକ କାମ ଆଟେଣ୍ଡାଣ୍ଟ )ଜଗି ରହୁଛନ୍ତି। ଫଳରେ କୋମଳମତି ଶିଶୁମାନେ ଭୟରେ ରହୁଥିବାବେଳେ ପଚାରିଲେ କୁହନ୍ତି, କେବେ କେମିତି ତାଙ୍କ ଶିକ୍ଷକ ରାତ୍ରିଯାପନ କରନ୍ତି ବୋଲି କହିବା ସହ ସିସିଏ ମଧ୍ୟ ସମାନ କଥା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ସାମନବାଡି ଗ୍ରାମରେ ମୋବାଇଲ ନେଟୱାର୍କ ନ ଥିବାବେଳେ ସେଠାରେ ହଷ୍ଟେଲରେ ରହୁଥିବା ଛାତ୍ରଙ୍କ ରାତିରେ ସ୍ବାସ୍ଥ୍ୟହାନି ହେଲେ ତୁରନ୍ତ କାହାକୁ ଫୋନ କରିବା ବ୍ୟବସ୍ଥା ନାହିଁ। ତେଣୁ ସେଠାରେ ନିୟମିତ ରାତ୍ରୀ ଶିକ୍ଷକ ରହିବା ପାଇଁ ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ଅଭିଭାବକମାନେ ଦାବି କରିଛନ୍ତି। ଏନେଇ ଜିଲାପାଳ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି।

The post ସୁଧୁରୁନି ପରିସ୍ଥିତି: ଭୟ-ଆତଙ୍କରେ ୪୦ ସେବାଶ୍ରମ ଛାତ୍ର appeared first on Dharitri Odia News.