ସୁନକଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ: ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଲଣ୍ଡନ,୧୧।୧:ବ୍ରିଟେନ ଗସ୍ତରେ ଥିବା ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲଣ୍ଡନରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଲଣ୍ଡନର ୧୦ ଡାଉନିଙ୍ଗ ଷ୍ଟ୍ରିଟରେ ଏହି ଦୁଇ ନେତାଙ୍କୁ ଭେଟିଥିଲେ। ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଉଭୟ ଦେଶ ସେମାନଙ୍କର ଐତିହାସିକ ସମ୍ପର୍କକୁ ଆଧୁନିକ, ବହୁମୁଖୀ ଏବଂ ପାରସ୍ପରିକ ଲାଭଦାୟକ ସହଭାଗୀତାରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ବ୍ରିଟେନ ଏବଂ ଅନ୍ୟାନ୍ୟ ସମାନ […] The post ସୁନକଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ: ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା appeared first on Dharitri Odia News.
ଲଣ୍ଡନ,୧୧।୧:ବ୍ରିଟେନ ଗସ୍ତରେ ଥିବା ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲଣ୍ଡନରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଲଣ୍ଡନର ୧୦ ଡାଉନିଙ୍ଗ ଷ୍ଟ୍ରିଟରେ ଏହି ଦୁଇ ନେତାଙ୍କୁ ଭେଟିଥିଲେ। ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଉଭୟ ଦେଶ ସେମାନଙ୍କର ଐତିହାସିକ ସମ୍ପର୍କକୁ ଆଧୁନିକ, ବହୁମୁଖୀ ଏବଂ ପାରସ୍ପରିକ ଲାଭଦାୟକ ସହଭାଗୀତାରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ବ୍ରିଟେନ ଏବଂ ଅନ୍ୟାନ୍ୟ ସମାନ ଦେଶ ଭାରତ ସହ ମିଶି ଏକ ଶାନ୍ତିପୂର୍ଣ୍ଣ ତଥା ସ୍ଥିର ବିଶ୍ୱ ନିୟମ ଆଧାରିତ ଶୃଙ୍ଖଳାକୁ ଦୃଢ଼ କରିବା ଉଚିତ ଏବଂ ଭାରତର ବୃଦ୍ଧିରେ ସହଯୋଗୀ ହୋଇପାରିବ। ବ୍ରିଟିଶ ପ୍ରଧାନମନ୍ତ୍ରୀ ସୁନକ ମଧ୍ୟ ଦୁଇ ଦେଶ ସହିତ ବାଣିଜ୍ୟ, ପ୍ରତିରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ରାଜି ହୋଇଥିଲେ। ଦୁଇ ଦେଶ ମଧ୍ୟରେ ଚାଲିଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ଏକ ସଫଳ ସିଦ୍ଧାନ୍ତରେ ନିଆଯାଇପାରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାମ ଦରବାରଙ୍କ ପ୍ରତିମୂର୍ତ୍ତିକୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଉପହାର ଦେଇଛନ୍ତି। ଏହି ବୈଠକରେ ବ୍ରିଟେନର ଜାତୀୟ ସୁରକ୍ଷା ପରାମର୍ଶଦାତା ସାର୍ ଟିମ ବାରୋ ମଧ୍ୟ ଉପସ୍ଥିତ ଥିଲେ।
The post ସୁନକଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ: ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା appeared first on Dharitri Odia News.