ସୁନା ଚାଲାଣ କରୁଥିଲେ ଏୟାର ଇଣ୍ଡିଆର କ୍ୟାବିନ କ୍ରିଉ, ଏୟାପୋର୍ଟରୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ସୁନା ଚାଲାଣ ବେଳେ ଧରାପଡ଼ିଲେ ଏୟାର ଇଣ୍ଡିଆର କ୍ୟାବିନ କ୍ରିଉ। ଏୟାର ଇଣ୍ଡିଆର ସଦସ୍ୟ ଜଣଙ୍କ ଜଣେ ଯାତ୍ରୀଙ୍କୁ ୨୪ କ୍ୟାରେଟର ୧.୭ କେଜି ସୁନା ସ୍ମଗଲିଂ କରିବାରେ ସହାୟତା କରୁଥିଲେ। ଚେନ୍ନାଇ ଏୟାରପୋର୍ଟରେ ସେ ଧରାପଡ଼ିଛନ୍ତି। ଡିସେମ୍ବର ୧୫ ତାରିଖ, ରବିବାର। କ୍ୟାବିନ କ୍ରିଉ ଓ ଯାତ୍ରୀ ଜଣଙ୍କ ଦୁବାଇରୁ ଏୟାର ଇଣ୍ଡିଆ ବିମାନରେ ଚେନ୍ନାଇ ଏୟାରପୋର୍ଟରେ ପହଞ୍ଚିଥିଲେ। ବିମାନ ମଧ୍ୟରେ ସ୍ମଗଲିଂ ପାଇଁ ଯାତ୍ରୀ ଜଣଙ୍କ ଏୟାର ଇଣ୍ଡିଆର କ୍ୟାବିନ କ୍ରିଉଙ୍କୁ ସୁନା ଦେଇଥିଲେ। ସେ ଏହାକୁ ଧରି ବାହାରକୁ ଆସୁଥିବା ବେଳେ କଷ୍ଟମ ବିଭାଗ ହାତରେ ଧରାପଡ଼ିଛନ୍ତି। ତେବେ ଏନେଇ ଏୟାର ଇଣ୍ଡିଆ ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ଆସିନାହିଁ।ଅଧିକାରୀମାନେ ସର୍ଚ୍ଚ କରିବା ବେଳେ କ୍ୟାବିନ କ୍ରୁଙ୍କ ଅନ୍ତଃବସ୍ତ୍ରରେ ସୁନା ରଖିଥିଲେ। ସବୁଠୁ ବଡ଼ କଥା ହେଲା ସୁନା ତରଳ ଅବସ୍ଥାରେ ରହିଥିବା ଜଣାପଡ଼ିଥିଲା। ସୁନା ମିଳିବା ପରେ କ୍ୟାବିନ କ୍ରିଉ ଓ ଯାତ୍ରୀଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସୁନା ଚାଲାଣ କରୁଥିଲେ ଏୟାର ଇଣ୍ଡିଆର କ୍ୟାବିନ କ୍ରିଉ, ଏୟାପୋର୍ଟରୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ସୁନା ଚାଲାଣ ବେଳେ ଧରାପଡ଼ିଲେ ଏୟାର ଇଣ୍ଡିଆର କ୍ୟାବିନ କ୍ରିଉ। ଏୟାର ଇଣ୍ଡିଆର ସଦସ୍ୟ ଜଣଙ୍କ ଜଣେ ଯାତ୍ରୀଙ୍କୁ ୨୪ କ୍ୟାରେଟର ୧.୭ କେଜି ସୁନା ସ୍ମଗଲିଂ କରିବାରେ ସହାୟତା କରୁଥିଲେ। ଚେନ୍ନାଇ ଏୟାରପୋର୍ଟରେ ସେ ଧରାପଡ଼ିଛନ୍ତି। 

ଡିସେମ୍ବର ୧୫ ତାରିଖ, ରବିବାର। କ୍ୟାବିନ କ୍ରିଉ ଓ ଯାତ୍ରୀ ଜଣଙ୍କ ଦୁବାଇରୁ ଏୟାର ଇଣ୍ଡିଆ ବିମାନରେ ଚେନ୍ନାଇ ଏୟାରପୋର୍ଟରେ ପହଞ୍ଚିଥିଲେ। ବିମାନ ମଧ୍ୟରେ ସ୍ମଗଲିଂ ପାଇଁ ଯାତ୍ରୀ ଜଣଙ୍କ ଏୟାର ଇଣ୍ଡିଆର କ୍ୟାବିନ କ୍ରିଉଙ୍କୁ ସୁନା ଦେଇଥିଲେ। ସେ ଏହାକୁ ଧରି ବାହାରକୁ ଆସୁଥିବା ବେଳେ କଷ୍ଟମ ବିଭାଗ ହାତରେ ଧରାପଡ଼ିଛନ୍ତି। ତେବେ ଏନେଇ ଏୟାର ଇଣ୍ଡିଆ ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ଆସିନାହିଁ।

ଅଧିକାରୀମାନେ ସର୍ଚ୍ଚ କରିବା ବେଳେ କ୍ୟାବିନ କ୍ରୁଙ୍କ ଅନ୍ତଃବସ୍ତ୍ରରେ ସୁନା ରଖିଥିଲେ। ସବୁଠୁ ବଡ଼ କଥା ହେଲା ସୁନା ତରଳ ଅବସ୍ଥାରେ ରହିଥିବା ଜଣାପଡ଼ିଥିଲା। ସୁନା ମିଳିବା ପରେ କ୍ୟାବିନ କ୍ରିଉ ଓ ଯାତ୍ରୀଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।