ସୁନା ବ୍ୟବସାୟୀ ମୃତ୍ୟୁ ଘଟଣାରେ ପ୍ରତିବାଦ, ୧୨ ଘଣ୍ଟିଆ ଜୟପୁର ସହରର ବଜାର ବନ୍ଦ
ଜୟପୁର ୦୨।୧୧ : ଆଜି ୧୨ ଘଣ୍ଟା ପାଇଁ ଜୟପୁର ସହରର ବଜାର ବନ୍ଦ। ଏଥିରେ ଛୋଟ ଦୋକାନ ଠାରୁ ଆରମ୍ଭ କରି ବଡ ବଡ ବ୍ୟବସାୟୀକ ପ୍ରତିଷ୍ଠାନ ସାମିଲ ହୋଇଛନ୍ତି। ଜୟପୁର ଚାମ୍ବର ଅଫ୍ କମର୍ସ ଏହି ବନ୍ଦ ଡାକରା ଦେଇଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଗତ ୨୯ ତାରିଖ ଦିନ ସହରର ମୁଖ୍ୟ ରାସ୍ତା କଡରେ ଥିବା ନ୍ୟୁ ବାସବୀ ସୁନା ଦୋକାନ ଉପରେ GST ବିଭାଗ ତରଫରୁ ଚଢାଉ କରାଯାଇଥିଲା । ସେହି ସମୟରେ ହିଁ ଦୋକାନର ମାଲିକ ପେଣ୍ଟା ହର ପ୍ରସାଦ ଅସୁସ୍ଥ ଅନୁଭବ କରିଥିଲେ। ପରିବାର ଲୋକ ତାଙ୍କୁ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା । ଏହି ମୃତ୍ୟୁ ପଛରେ ପରିବାର ଲୋକ ଓ ଜୟପୁର ଚାମ୍ବର ଅଫ୍ କମର୍ସ GST ବିଭାଗକୁ ଦାୟୀ କରିଛନ୍ତି। ଜାଣିଶୁଣି ଧନତେରାସ ପରି ଦିନରେ ଚଢାଉ କରି ତାଙ୍କୁ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ ତାଙ୍କ ଦୋକାନ ଉପରେ ଚଢାଉ କରାଯାଇଥିଲା। ତେଣୁ ସେ ମାନସିକ ଚାପରେ ଥିଲେ । ସେପଟେ ହର ପ୍ରସାଦଙ୍କ ମୃତ୍ୟୁକୁ ନେଇ GST ବିଭାଗ ତରଫରୁ ଶୋକ ପ୍ରକାଶ କରାଯାଇଛି। ଏହି ଚଢାଉକୁ ଏକ ସାଧାରଣ ପ୍ରକ୍ରିୟା କହିଛି ବିଭାଗ। ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଏହି ଚଢାଉ ହୋଇଥିଲା।
ଜୟପୁର ୦୨।୧୧ : ଆଜି ୧୨ ଘଣ୍ଟା ପାଇଁ ଜୟପୁର ସହରର ବଜାର ବନ୍ଦ। ଏଥିରେ ଛୋଟ ଦୋକାନ ଠାରୁ ଆରମ୍ଭ କରି ବଡ ବଡ ବ୍ୟବସାୟୀକ ପ୍ରତିଷ୍ଠାନ ସାମିଲ ହୋଇଛନ୍ତି। ଜୟପୁର ଚାମ୍ବର ଅଫ୍ କମର୍ସ ଏହି ବନ୍ଦ ଡାକରା ଦେଇଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।
ଗତ ୨୯ ତାରିଖ ଦିନ ସହରର ମୁଖ୍ୟ ରାସ୍ତା କଡରେ ଥିବା ନ୍ୟୁ ବାସବୀ ସୁନା ଦୋକାନ ଉପରେ GST ବିଭାଗ ତରଫରୁ ଚଢାଉ କରାଯାଇଥିଲା । ସେହି ସମୟରେ ହିଁ ଦୋକାନର ମାଲିକ ପେଣ୍ଟା ହର ପ୍ରସାଦ ଅସୁସ୍ଥ ଅନୁଭବ କରିଥିଲେ। ପରିବାର ଲୋକ ତାଙ୍କୁ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା । ଏହି ମୃତ୍ୟୁ ପଛରେ ପରିବାର ଲୋକ ଓ ଜୟପୁର ଚାମ୍ବର ଅଫ୍ କମର୍ସ GST ବିଭାଗକୁ ଦାୟୀ କରିଛନ୍ତି। ଜାଣିଶୁଣି ଧନତେରାସ ପରି ଦିନରେ ଚଢାଉ କରି ତାଙ୍କୁ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ ତାଙ୍କ ଦୋକାନ ଉପରେ ଚଢାଉ କରାଯାଇଥିଲା। ତେଣୁ ସେ ମାନସିକ ଚାପରେ ଥିଲେ । ସେପଟେ ହର ପ୍ରସାଦଙ୍କ ମୃତ୍ୟୁକୁ ନେଇ GST ବିଭାଗ ତରଫରୁ ଶୋକ ପ୍ରକାଶ କରାଯାଇଛି। ଏହି ଚଢାଉକୁ ଏକ ସାଧାରଣ ପ୍ରକ୍ରିୟା କହିଛି ବିଭାଗ। ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଏହି ଚଢାଉ ହୋଇଥିଲା।