ଦିଲ୍ଲୀରେ କଂଗ୍ରେସ ଠାରୁ ବିଜେପିକୁ ଅଧିକ ଭୋଟ ଦେଇଛନ୍ତି ମୁସଲମାନ ! ଏକଜିଟ୍ ପୋଲ୍ରେ ବଡ଼ ଦାବି
ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଏବେ ପେବ୍ରୁଆରୀ ୮ରେ ଭୋଟ ଗଣତି ହେବ । ଏହା ପୂର୍ବରୁ ଆସିଥିବା ଅଧିକାଂଶ ଏକଜିଟ୍ ପୋଲରେ ବିଜେପି ସରକାର ଗଢୁଥିବା ଅନୁମାନ କରାଯାଉଛି । କେବଳ ମାଟ୍ରିଜ୍ର ଏକଜିଟ୍ ପୋଲ୍ରେ ଦୁଇ ଦଳ ମଧ୍ୟରେ ଟକ୍କର ଦେଖିବାକୁ ମିଳିପାରେ ।ନିର୍ବାଚନରେ ସବୁଠୁ ଏକ ବଡ଼ ପ୍ରଶ୍ନ ଥିଲା, ଚଳିତ ଥର ମୁସଲିମ ଭୋଟର୍ସ କାହା ସପକ୍ଷରେ ଯିବେ । ୨୦୨୦ରେ ହୋଇଥିବା ଦଙ୍ଗା ପରର ପ୍ରଥମ ବିଧାନସଭା ନିର୍ବାଚନରେ ଦିଲ୍ଲୀର ମୁସଲିମ ଭୋଟର୍ସ ଆପ୍କୁ ଛାଡ଼ି କଂଗ୍ରେସକୁ ସମର୍ଥନ ଦେବେ କି ? ଏବେ ମେଟ୍ରାଇଜ ସର୍ଭେରେ ଏହି ପ୍ରଶ୍ନର ଜବାବ ଜାଣିବା ପାଇ ଉଦ୍ୟମ କରାଯାଇଛି । ତେବେ ଏହାର ପରିମାଣ ଟିକେ ଆଶ୍ଚର୍ଯ୍ୟ କଲା ଭଳି ରହିଛି ।ମେଟ୍ରାଇଜ୍ ସର୍ଭେ ଅନୁସାରେ ମୁସଲିମ୍ ଭୋଟର୍ସ କଂଗ୍ରେସ ଅପେକ୍ଷା ବିଜେପିକୁ ଅଧିକ ଭରସା କରିଛନ୍ତି । ଏକଜିଟ୍ ପୋଲ୍ ଅନୁସାରେ ୬୭ ପ୍ରତିଶତ ମୁସଲମାନ ଆପ୍କୁ ଭୋଟ୍ ଦେଇଛନ୍ତି । ଅନ୍ୟପଟେ ୯ ପ୍ରତିଶତ ଭୋଟର୍ସ କଂଗ୍ରେସକୁ ବାଛିଛନ୍ତି । ସେହିପରି ୧୧ ପ୍ରତିଶତ ମୁସଲମାନ ଏଥର ବିଜେପିକୁ ଶାସନରେ ବସାଇବା ପାଇଁ ପଦ୍ମ ଚିହ୍ନକୁ ଦବାଇଛନ୍ତି । ଅନ୍ୟଙ୍କୁ ୧୩ ପ୍ରତିଶତ ଭୋଟ ମିଳିଥିବା ଅନୁମାନ କରାଯାଇଛି । ଏଭଳି ସ୍ଥିତିରେ ପୁଣି ଏକ ପ୍ରଶ୍ନ ଉଠୁଛି ଯେ ବିଜେପି ପ୍ରତି ମୁସଲମାନଙ୍କ ବିଶ୍ୱାସ ବଢୁଛି କି ? ଗତ କିଛି ନିର୍ବାଚନରେ ବି ଏଭଳି ଦେଖିବାକୁ ମିଳ
ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଏବେ ପେବ୍ରୁଆରୀ ୮ରେ ଭୋଟ ଗଣତି ହେବ । ଏହା ପୂର୍ବରୁ ଆସିଥିବା ଅଧିକାଂଶ ଏକଜିଟ୍ ପୋଲରେ ବିଜେପି ସରକାର ଗଢୁଥିବା ଅନୁମାନ କରାଯାଉଛି । କେବଳ ମାଟ୍ରିଜ୍ର ଏକଜିଟ୍ ପୋଲ୍ରେ ଦୁଇ ଦଳ ମଧ୍ୟରେ ଟକ୍କର ଦେଖିବାକୁ ମିଳିପାରେ ।
ନିର୍ବାଚନରେ ସବୁଠୁ ଏକ ବଡ଼ ପ୍ରଶ୍ନ ଥିଲା, ଚଳିତ ଥର ମୁସଲିମ ଭୋଟର୍ସ କାହା ସପକ୍ଷରେ ଯିବେ । ୨୦୨୦ରେ ହୋଇଥିବା ଦଙ୍ଗା ପରର ପ୍ରଥମ ବିଧାନସଭା ନିର୍ବାଚନରେ ଦିଲ୍ଲୀର ମୁସଲିମ ଭୋଟର୍ସ ଆପ୍କୁ ଛାଡ଼ି କଂଗ୍ରେସକୁ ସମର୍ଥନ ଦେବେ କି ? ଏବେ ମେଟ୍ରାଇଜ ସର୍ଭେରେ ଏହି ପ୍ରଶ୍ନର ଜବାବ ଜାଣିବା ପାଇ ଉଦ୍ୟମ କରାଯାଇଛି । ତେବେ ଏହାର ପରିମାଣ ଟିକେ ଆଶ୍ଚର୍ଯ୍ୟ କଲା ଭଳି ରହିଛି ।
ମେଟ୍ରାଇଜ୍ ସର୍ଭେ ଅନୁସାରେ ମୁସଲିମ୍ ଭୋଟର୍ସ କଂଗ୍ରେସ ଅପେକ୍ଷା ବିଜେପିକୁ ଅଧିକ ଭରସା କରିଛନ୍ତି । ଏକଜିଟ୍ ପୋଲ୍ ଅନୁସାରେ ୬୭ ପ୍ରତିଶତ ମୁସଲମାନ ଆପ୍କୁ ଭୋଟ୍ ଦେଇଛନ୍ତି । ଅନ୍ୟପଟେ ୯ ପ୍ରତିଶତ ଭୋଟର୍ସ କଂଗ୍ରେସକୁ ବାଛିଛନ୍ତି । ସେହିପରି ୧୧ ପ୍ରତିଶତ ମୁସଲମାନ ଏଥର ବିଜେପିକୁ ଶାସନରେ ବସାଇବା ପାଇଁ ପଦ୍ମ ଚିହ୍ନକୁ ଦବାଇଛନ୍ତି । ଅନ୍ୟଙ୍କୁ ୧୩ ପ୍ରତିଶତ ଭୋଟ ମିଳିଥିବା ଅନୁମାନ କରାଯାଇଛି । ଏଭଳି ସ୍ଥିତିରେ ପୁଣି ଏକ ପ୍ରଶ୍ନ ଉଠୁଛି ଯେ ବିଜେପି ପ୍ରତି ମୁସଲମାନଙ୍କ ବିଶ୍ୱାସ ବଢୁଛି କି ? ଗତ କିଛି ନିର୍ବାଚନରେ ବି ଏଭଳି ଦେଖିବାକୁ ମିଳିଛି । ମୁସଲିମ୍ ବହୁଳ ଅଞ୍ଚଳରେ ବିଜେପି ପ୍ରାର୍ଥୀ ବିଜୟୀ ବି ହୋଇଥିବା ବେଳେ ଅନେକ ସ୍ଥାନରେ ବିଜେପି ଭୋଟ ପ୍ରତିଶତ ବି ବଢିଛି । ଅନୁମାନ କରାଯାଉଛି ଯେ ଟ୍ରିପଲ୍ ତଲାକ ପରି ଆଇନ ଯୋଗୁ ମୁସଲିମ୍ ମହିଳା ବିଜେପିକୁ ଭୋଟ୍ ଦେବା ଆରମ୍ଭ କରିଛନ୍ତି ।