ସୁନୀତା ଓ୍ବିଲିୟମ୍ସଙ୍କୁ କେତେ ମିଳେ ଦରମା? ଏପରି ରିସ୍କ କଭର୍ ପାଇଁ ନାସା ଦିଏ ସ୍ପେଶାଲ…
ଓ୍ବାଶିଂଟନ୍,୨୧।୧୨: କୁହାଯାଏ କି ମହାକାଶଚାରୀମାନେ ଦୁନିଆର ସବୁଠାରୁ ସାହସୀ ଲୋକମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ପୃଥିବୀର ମାଧ୍ୟାକର୍ଷଣକୁ ଚ୍ୟାଲେଞ୍ଜ କରି ମହାକାଶକୁ ଯାତ୍ରା କରନ୍ତି। ଏହିପରି ଜଣେ ସାହାସୀ ମହାକାଶଚାରୀ ହେଲେ ସୁନୀତା ୱିଲିୟମ୍ସ। ସେ ଜଣେ ଭାରତୀୟ ମହାକାଶଚାରୀ। ସୁନୀତା ୱିଲିୟମ୍ସ ଦୀର୍ଘ ସମୟ ଧରି ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ଅଟକି ରହିଛନ୍ତି। ସୁନୀତା ୱିଲିୟମ୍ସ ମହାକାଶରେ ଅବିଶ୍ୱସନୀୟ ଭାବରେ ୩୨୨ ଦିନ ବିତାଇଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ ଏପରି ସାହାସିକ କାମ […] The post ସୁନୀତା ଓ୍ବିଲିୟମ୍ସଙ୍କୁ କେତେ ମିଳେ ଦରମା? ଏପରି ରିସ୍କ କଭର୍ ପାଇଁ ନାସା ଦିଏ ସ୍ପେଶାଲ… appeared first on Dharitri Odia News.
ଓ୍ବାଶିଂଟନ୍,୨୧।୧୨: କୁହାଯାଏ କି ମହାକାଶଚାରୀମାନେ ଦୁନିଆର ସବୁଠାରୁ ସାହସୀ ଲୋକମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ପୃଥିବୀର ମାଧ୍ୟାକର୍ଷଣକୁ ଚ୍ୟାଲେଞ୍ଜ କରି ମହାକାଶକୁ ଯାତ୍ରା କରନ୍ତି। ଏହିପରି ଜଣେ ସାହାସୀ ମହାକାଶଚାରୀ ହେଲେ ସୁନୀତା ୱିଲିୟମ୍ସ। ସେ ଜଣେ ଭାରତୀୟ ମହାକାଶଚାରୀ। ସୁନୀତା ୱିଲିୟମ୍ସ ଦୀର୍ଘ ସମୟ ଧରି ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ଅଟକି ରହିଛନ୍ତି।
ସୁନୀତା ୱିଲିୟମ୍ସ ମହାକାଶରେ ଅବିଶ୍ୱସନୀୟ ଭାବରେ ୩୨୨ ଦିନ ବିତାଇଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ ଏପରି ସାହାସିକ କାମ ପାଇଁ ନାସା ତାଙ୍କୁ କେତେ ଦରମା ଦିଏ। ଏତେ ଅସୁବିଧା ସତ୍ତ୍ୱେ ସେ ନିଜ ଜୀବନକୁ ପାଣି ଛଡାଇ ମହାକାଶରେ ରହିବା ସହଜ କଥା ନୁହେଁ।
ସୁନୀତା ୱିଲିୟମ୍ସ ଜଣେ ଭାରତୀୟ ମହାକାଶଚାରୀ। ସେ ୧୯୯୮ରେ ନାସାର ମହାକାଶ ମିଶନ ପାଇଁ ଜଣେ ମହାକାଶଚାରୀ ଭାବରେ ମନୋନୀତ ହୋଇଥିଲେ। ସେ ଆମେରିକାର ନୌସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ । ସେ ୫୦ ଘଣ୍ଟା, ୪୦ମିନିଟ ପାଇଁ ସ୍ପେସଓ୍ବାକ୍ କରିଥିବା ରେକର୍ଡଧାରୀ ମହାକାଶଚାରୀ।
ନାସା ହେଉଛି ବିଶ୍ୱର ସର୍ବବୃହତ ମହାକାଶ ସଂସ୍ଥା। ସୂଚନା ଅନୁଯାୟୀ, ନାସାରେ ସାଧାରଣ ନାଗରିକ ମହାକାଶଚାରୀଙ୍କ ଦରମା ଆମେରିକା ସରକାରଙ୍କ ଦରମାନାମା ଦ୍ୱାରା ର୍ନିଣ୍ଣୟ କରାଯାଏ। ବିଶେଷ ଭାବରେ ଏହା GS-13 ରୁ GS-15 ଗ୍ରେଡ ଦ୍ୱାରା ନିର୍ଦ୍ଧାରିତ କରାଯାଏ।
ତେବେ ଏହି ଦରମା ଗ୍ରେଡେସନ ଅନୁସାରେ ସୁନୀତାଙ୍କୁ ଜିଏସ-୧୫ ପେଗ୍ରେଡ ଅନୁସାରେ ଦରମା ମିଳିଥାଏ। ତାଙ୍କୁ ବର୍ଷକୁ ୧୪୬,୭୫୭ ଡଲାର ମିଳିଥାଏ। ଯାହା ଭାରତୀୟ ମୁଦ୍ରାରେ ୧.୨୭ କୋଟି ଟଙ୍କା ଅଟେ। ମହାକାଶଚାରୀଙ୍କ ଚିକିତ୍ସା ସମ୍ବନ୍ଧୀୟ ଖର୍ଚ୍ଚକୁ ନେଇ ନାସା ବ୍ୟାପକ ସ୍ବାସ୍ଥ୍ୟ ବୀମା ଯୋଗାଇଥାଏ।
The post ସୁନୀତା ଓ୍ବିଲିୟମ୍ସଙ୍କୁ କେତେ ମିଳେ ଦରମା? ଏପରି ରିସ୍କ କଭର୍ ପାଇଁ ନାସା ଦିଏ ସ୍ପେଶାଲ… appeared first on Dharitri Odia News.