ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ପାଳପକାଇ ସ୍କୁଟି ସହ ଯୁବକଙ୍କୁ ଜାଳିଦେଲେ
ସୁନ୍ଦରଗଡ଼,୨୮।୧୨(ଜୟ ନାରାୟଣ ମେଣ୍ଡୁଳି): ପାଳଗଦାରୁ ସ୍କୁଟି ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହୋଇଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲା ଲେଫ୍ରିପଡ଼ା ଥାନା ସର୍ଗିପାଲି ନବୋଦୟ ସ୍କୁଲ ନିକଟରେ। ଏକ ବିଲରେ ସ୍କୁଟି ସହିତ ଜନୈକ ବ୍ୟକ୍ତଙ୍କ ପୋଡା କଙ୍କାଳ ପୋଲିସ ଉଦ୍ଧାର କରିଛି। ଗୁରୁବାର ରାତିରେ ସ୍କୁଲ ପଛପଟୁ ଉକ୍ତ ପାଳଗଦା ଜଳୁଥିବା କେତେକ ଲୋକେ ଦେଖିଥିବା ବେଳେ ଶୁକ୍ରବାର ସେଠାରେ ଚାଷ କରୁଥିବା ଜଣେ ଚାଷୀ ବିଲକୁ ଯାଇ ପୋଡା ମୃତଦେହ ଓ […] The post ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ପାଳପକାଇ ସ୍କୁଟି ସହ ଯୁବକଙ୍କୁ ଜାଳିଦେଲେ appeared first on Dharitri Odia News.
ସୁନ୍ଦରଗଡ଼,୨୮।୧୨(ଜୟ ନାରାୟଣ ମେଣ୍ଡୁଳି): ପାଳଗଦାରୁ ସ୍କୁଟି ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହୋଇଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲା ଲେଫ୍ରିପଡ଼ା ଥାନା ସର୍ଗିପାଲି ନବୋଦୟ ସ୍କୁଲ ନିକଟରେ। ଏକ ବିଲରେ ସ୍କୁଟି ସହିତ ଜନୈକ ବ୍ୟକ୍ତଙ୍କ ପୋଡା କଙ୍କାଳ ପୋଲିସ ଉଦ୍ଧାର କରିଛି। ଗୁରୁବାର ରାତିରେ ସ୍କୁଲ ପଛପଟୁ ଉକ୍ତ ପାଳଗଦା ଜଳୁଥିବା କେତେକ ଲୋକେ ଦେଖିଥିବା ବେଳେ ଶୁକ୍ରବାର ସେଠାରେ ଚାଷ କରୁଥିବା ଜଣେ ଚାଷୀ ବିଲକୁ ଯାଇ ପୋଡା ମୃତଦେହ ଓ ସ୍କୁଟି ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛି। ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏ ନେଇ ପୋଲିସ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି।
The post ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ପାଳପକାଇ ସ୍କୁଟି ସହ ଯୁବକଙ୍କୁ ଜାଳିଦେଲେ appeared first on Dharitri Odia News.