ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ଦିନରେ ୧୪ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ଦିନରେ ୧୪ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ। ରାଉରକେଲାରେ ଗୋଟିଏ ଦିନରେ ୧୦ ଜଣଙ୍କ ମୃତ୍ୟୁ... The post ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ଦିନରେ ୧୪ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ appeared first on .
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ଦିନରେ ୧୪ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ। ରାଉରକେଲାରେ ଗୋଟିଏ ଦିନରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ସୁନ୍ଦରଗଡ଼ରେ ୪ ଜଣଙ୍କ ଜୀବନ ଯାଇଛି। ୧୫ ଜଣଙ୍କ ଗୁରୁତର ଅଛନ୍ତି। ସମସ୍ତଙ୍କୁ ରାଉରକେଲା ସରକାରୀ ହସପିଟାଲରେ ଚିକିତ୍ସା କରାଯାଉଛି। ଗୁରୁତର ଥିବା ୪ ଜଣଙ୍କୁ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ, ଅଂଶୁଘାତରୁ ଜୀବନ ଯାଇଥିବା ସନ୍ଦେହ କରାଯାଉଛି। ଆରଜିଏଚରେ ରାଉରକେଲା ମହାନଗର ନିଗମ କମିଶନର ଓ ପାନପୋଷ ଉପଜିଲ୍ଲାପାଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମୃତ ୧୦ ଜଣଙ୍କ ମଧ୍ୟରୁ ୯ ଜଣଙ୍କ ପରିଚୟ ମିଳିଥିବା ବେଳେ, ଜଣଙ୍କ ପରିଚୟ ମିଳିନାହିଁ। ସୁନ୍ଦରଗଡ଼ରେ ୪ ମୃତକଙ୍କ ମୁଣ୍ଡ ବୁଲାଇବା ସହ ଅସ୍ବାଭାବିକ ଅନୁଭୂତି ନେଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କର ମୃତ୍ୟୁ ହୋଇଛି। ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି।
The post ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ଦିନରେ ୧୪ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ appeared first on .