ସୁନ୍ଦରଗଡ଼ରେ ଜଙ୍ଗଲରେ ବୁଲୁଛି କଳା ବାଘ, ଟ୍ରାପ କ୍ୟାମେରାରେ କଏଦ ହେଲା ଚିତ୍ର
କନକବ୍ୟୁରୋ: ସୁନ୍ଦରଗଡ଼ରେ ପୁଣି କଳା ବାଘ ଠାବ ହୋଇଛି । ହେମଗିରି ଫରେଷ୍ଟ ରେଞ୍ଜ ଦାଘୋରା ସେକ୍ସନ ଜଙ୍ଗଲରେ ଠାବ ହୋଇଛି ଏହି କଳା ବାଘ। ଟ୍ରାପ କ୍ୟାମେରାରେ କଏଦ ହୋଇଛି ଚିତ୍ର। ଏନେଇ ସୁନ୍ଦରଗଡ଼ ଡିଏଫ୍ଓ ପ୍ରଦୀପ ମିରାସେ ସୂଚନା ଦେଇଛନ୍ତି। ଦାଘୋରା ଜଙ୍ଗଲରେ ଅନେକ ଦିନ ହେଲା ରହିଛି ବ୍ଲାକ ପାନ୍ଥର । ଏହା ପୂର୍ବରୁ ଜଙ୍ଗଲରେ ୨୦୧୮ମସିହା, ୨୦୨୨ ଓ ୨୦୨୩ ମସିହାରେ ବାଘ ବୁଲୁଥିବା ଚିତ୍ର ସାମ୍ନାକୁ ଆସିଥିଲା। ଏବେ ପୁଣିଥରେ ଏହି ବିରଳ ବାଘ ବୁଲୁଥିବାର ଚିତ୍ର କ୍ୟାମମେରାରେ କଏଦ ହୋଇଛି । ବାଘ ଠାବ ହେବାପରେ ସେଠାରେ ଉପଯୁକ୍ତ ପରିବେଶ ତିଆରି କରିବାପାଇଁ କାମ ପ୍ରସ୍ତୁତି ଆରମ୍ଭ କରିଛି ବନବିଭାଗ।

କନକବ୍ୟୁରୋ: ସୁନ୍ଦରଗଡ଼ରେ ପୁଣି କଳା ବାଘ ଠାବ ହୋଇଛି । ହେମଗିରି ଫରେଷ୍ଟ ରେଞ୍ଜ ଦାଘୋରା ସେକ୍ସନ ଜଙ୍ଗଲରେ ଠାବ ହୋଇଛି ଏହି କଳା ବାଘ। ଟ୍ରାପ କ୍ୟାମେରାରେ କଏଦ ହୋଇଛି ଚିତ୍ର। ଏନେଇ ସୁନ୍ଦରଗଡ଼ ଡିଏଫ୍ଓ ପ୍ରଦୀପ ମିରାସେ ସୂଚନା ଦେଇଛନ୍ତି। ଦାଘୋରା ଜଙ୍ଗଲରେ ଅନେକ ଦିନ ହେଲା ରହିଛି ବ୍ଲାକ ପାନ୍ଥର ।
ଏହା ପୂର୍ବରୁ ଜଙ୍ଗଲରେ ୨୦୧୮ମସିହା, ୨୦୨୨ ଓ ୨୦୨୩ ମସିହାରେ ବାଘ ବୁଲୁଥିବା ଚିତ୍ର ସାମ୍ନାକୁ ଆସିଥିଲା। ଏବେ ପୁଣିଥରେ ଏହି ବିରଳ ବାଘ ବୁଲୁଥିବାର ଚିତ୍ର କ୍ୟାମମେରାରେ କଏଦ ହୋଇଛି । ବାଘ ଠାବ ହେବାପରେ ସେଠାରେ ଉପଯୁକ୍ତ ପରିବେଶ ତିଆରି କରିବାପାଇଁ କାମ ପ୍ରସ୍ତୁତି ଆରମ୍ଭ କରିଛି ବନବିଭାଗ।