ସୁପର ଫ୍ଲପ୍ ହେଉଥିବା ସ୍ଵୀକାର କଲେ ରୋହିତ ଶର୍ମା, ଆଗାମୀ ୨ଟି ମ୍ୟାଚ୍‌ରେ କରିବେ ଏହି କାମ

ନୂଆଦିଲ୍ଲୀ: ବ୍ୟାଟିଂରେ ବହୁତ ଖରାପ ପ୍ରଦର୍ଶନ କରୁଥିବା ସ୍ଵୀକାର କରିଛନ୍ତି ଅଧିନାୟକ ରୋହିତ ଶର୍ମା। କିନ୍ତୁ ସେ ନିଜର ଖେଳକ ନେଇ ଭଲ ଅନୁଭବ କରୁଥିବା କହିଛନ୍ତି। ତେଣୁ ବର୍ଡର-ଗାଭାସ୍କର ଟ୍ରଫିର ଅବଶିଷ୍ଟ ଦୁଇଟି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ହିଟ୍‌ମ୍ୟାନ। ନିଜର ଦ୍ଵିତୀୟ ସନ୍ତାନ ଜନ୍ମ କାରଣରୁ ପ୍ରଥମ ଟେଷ୍ଟ ଖେଳି ପାରି ନ ଥିବା ରୋହିତ ଏହି ଗସ୍ତରେ ୩, ୬ ଓ ୧୦ ରନ କରିଛନ୍ତି। ସେ କେଏଲ ରାହୁଲଙ୍କୁ ଇନିଂସ ଓପନ କରିବାକୁ ସୁଯୋଗ ଦେଇ ନିଜେ ଛଅ ବର୍ଷ ପରେ ମଧ୍ୟକ୍ରମରେ ବ୍ୟାଟିଂ କରୁଛନ୍ତି। ଫଳରେ ତାଙ୍କର ବ୍ୟାଟିଂକୁ ନେଇ ଚ୍ୟାଲେଞ୍ଜ ଅଧିକ ବଢି ଯାଇଛି। ଗାବାରେ  ଖେଳା ଯାଇଥିବା ତୃତୀୟ ଟେଷ୍ଟ ଡ୍ର ରହିବା ପରେ ରୋହିତ ନିଜର ବ୍ୟାଟିଂକୁ ନେଇ କହିଛନ୍ତି ଯେ, ମୁଁ ଭଲ ବ୍ୟାଟିଂ କରି ପାରୁନି। ଏହାକୁ ସ୍ଵୀକାର କରିବାରେ କୌଣସି ସଙ୍କୋଚ ନାହିଁ। କିନ୍ତୁ ମୋତେ ଜଣା ଯେ, ମୁଁ କେଉଁଭଳି ପ୍ରସ୍ତୁତି କରୁଛି। ଏଥିରେ କୌଣସି ହେଳା କରୁନି, ବାସ୍ କ୍ରିଜରେ ଅଧିକ ସମୟ ତିଷ୍ଠି ରହିବାର ଆବଶ୍ୟକତା ରହିଛି ଏବଂ ଏହା ଜଲଦି ହେବ ବୋଲି ରୋହିତ ଶର୍ମା କହିଛନ୍ତି।ସେ କହିଛନ୍ତି, ଯେ ପର୍ଯ୍ୟନ୍ତ ମୋର ମସ୍ତିଷ୍କ, ମୋର ଶରୀର ଓ ମୋର ପାଦ ଠିକ୍ ଚାଲୁଥିବ ମୁଁ ଖୁସି। ଅନେକ ରେକର୍ଡରୁ ଆପଣଙ୍କୁ ଲାଗିଥାଏ ଯେ, ବହୁତ ସମୟ ହେବ ବଡ଼ ଇନିଂସ ଖେଳିନାହିଁ। ମାତ୍ର ମୋ ପାଇଁ ଏହା ମହତ୍ଵ ରଖେ ଯେ ମୋତେ

ସୁପର ଫ୍ଲପ୍ ହେଉଥିବା ସ୍ଵୀକାର କଲେ ରୋହିତ ଶର୍ମା, ଆଗାମୀ ୨ଟି ମ୍ୟାଚ୍‌ରେ କରିବେ ଏହି କାମ

ନୂଆଦିଲ୍ଲୀ: ବ୍ୟାଟିଂରେ ବହୁତ ଖରାପ ପ୍ରଦର୍ଶନ କରୁଥିବା ସ୍ଵୀକାର କରିଛନ୍ତି ଅଧିନାୟକ ରୋହିତ ଶର୍ମା। କିନ୍ତୁ ସେ ନିଜର ଖେଳକ ନେଇ ଭଲ ଅନୁଭବ କରୁଥିବା କହିଛନ୍ତି। ତେଣୁ ବର୍ଡର-ଗାଭାସ୍କର ଟ୍ରଫିର ଅବଶିଷ୍ଟ ଦୁଇଟି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ହିଟ୍‌ମ୍ୟାନ। ନିଜର ଦ୍ଵିତୀୟ ସନ୍ତାନ ଜନ୍ମ କାରଣରୁ ପ୍ରଥମ ଟେଷ୍ଟ ଖେଳି ପାରି ନ ଥିବା ରୋହିତ ଏହି ଗସ୍ତରେ ୩, ୬ ଓ ୧୦ ରନ କରିଛନ୍ତି। ସେ କେଏଲ ରାହୁଲଙ୍କୁ ଇନିଂସ ଓପନ କରିବାକୁ ସୁଯୋଗ ଦେଇ ନିଜେ ଛଅ ବର୍ଷ ପରେ ମଧ୍ୟକ୍ରମରେ ବ୍ୟାଟିଂ କରୁଛନ୍ତି। ଫଳରେ ତାଙ୍କର ବ୍ୟାଟିଂକୁ ନେଇ ଚ୍ୟାଲେଞ୍ଜ ଅଧିକ ବଢି ଯାଇଛି। 

ଗାବାରେ  ଖେଳା ଯାଇଥିବା ତୃତୀୟ ଟେଷ୍ଟ ଡ୍ର ରହିବା ପରେ ରୋହିତ ନିଜର ବ୍ୟାଟିଂକୁ ନେଇ କହିଛନ୍ତି ଯେ, ମୁଁ ଭଲ ବ୍ୟାଟିଂ କରି ପାରୁନି। ଏହାକୁ ସ୍ଵୀକାର କରିବାରେ କୌଣସି ସଙ୍କୋଚ ନାହିଁ। କିନ୍ତୁ ମୋତେ ଜଣା ଯେ, ମୁଁ କେଉଁଭଳି ପ୍ରସ୍ତୁତି କରୁଛି। ଏଥିରେ କୌଣସି ହେଳା କରୁନି, ବାସ୍ କ୍ରିଜରେ ଅଧିକ ସମୟ ତିଷ୍ଠି ରହିବାର ଆବଶ୍ୟକତା ରହିଛି ଏବଂ ଏହା ଜଲଦି ହେବ ବୋଲି ରୋହିତ ଶର୍ମା କହିଛନ୍ତି।

ସେ କହିଛନ୍ତି, ଯେ ପର୍ଯ୍ୟନ୍ତ ମୋର ମସ୍ତିଷ୍କ, ମୋର ଶରୀର ଓ ମୋର ପାଦ ଠିକ୍ ଚାଲୁଥିବ ମୁଁ ଖୁସି। ଅନେକ ରେକର୍ଡରୁ ଆପଣଙ୍କୁ ଲାଗିଥାଏ ଯେ, ବହୁତ ସମୟ ହେବ ବଡ଼ ଇନିଂସ ଖେଳିନାହିଁ। ମାତ୍ର ମୋ ପାଇଁ ଏହା ମହତ୍ଵ ରଖେ ଯେ ମୋତେ ନିଜକୁ କେମିତି ଲାଗୁଛି। ସବୁଠୁ ବଡ଼ କଥା ମୁଁ ନିଜେ କେମିତି ପ୍ରସ୍ତୁତି କରୁଛି। ଅଶ୍ଵିନଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇ ରୋହିତ କହିଛନ୍ତି ଯେ, ଖେଳାଳିଙ୍କ ପଦାର୍ପଣ ଓ ବିଦାୟ କ୍ରୀଡ଼ାର ଏକ ଅଂଶ। ଆମେ ସବୁ ଖେଳାଳି ଅଧିକାଂଶ ସଂପର୍କରେ ରହିଛୁ।