ସୁପର-୮ ପର୍ଯ୍ୟାୟ ପୂର୍ବରୁ କ୍ରିକେଟ୍ ନୁହେଁ, ଏହି ଗେମ୍ ଖେଳିଲେ ଟିମ୍ ଇଣ୍ଡିଆର ଖେଳାଳି
ନୂଆଦିଲ୍ଲୀ,୧୭।୬: ଭାରତୀୟ ଦଳ ଟି-୨୦ ବିଶ୍ୱକପ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ କ୍ରମାଗତ ତିନିଟି ମ୍ୟାଚ ଜିତି ସୁପର-୮ରେ ସ୍ଥାନ ପାଇଛି। ଭାରତୀୟ ଦଳ ସୁପର-୮ ପାଇଁ ଗ୍ରୁପ-୧ରେ ଅଛି। ଏଠାରେ ଭାରତୀୟ ଦଳ ଆଫଗାନିସ୍ତାନ, ବାଂଲାଦେଶ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳିବାକୁ ପଡିବ। ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷରେ ଜୁନ ୨୦ରେ ବାରବାଡୋସରେ ଖେଳିବ। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତୀୟ ଖେଳାଳିମାନେ ବାରବାଡୋସର ସମୁଦ୍ର କୂଳରେ […] The post ସୁପର-୮ ପର୍ଯ୍ୟାୟ ପୂର୍ବରୁ କ୍ରିକେଟ୍ ନୁହେଁ, ଏହି ଗେମ୍ ଖେଳିଲେ ଟିମ୍ ଇଣ୍ଡିଆର ଖେଳାଳି appeared first on Dharitri Odia News.
ନୂଆଦିଲ୍ଲୀ,୧୭।୬: ଭାରତୀୟ ଦଳ ଟି-୨୦ ବିଶ୍ୱକପ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ କ୍ରମାଗତ ତିନିଟି ମ୍ୟାଚ ଜିତି ସୁପର-୮ରେ ସ୍ଥାନ ପାଇଛି। ଭାରତୀୟ ଦଳ ସୁପର-୮ ପାଇଁ ଗ୍ରୁପ-୧ରେ ଅଛି। ଏଠାରେ ଭାରତୀୟ ଦଳ ଆଫଗାନିସ୍ତାନ, ବାଂଲାଦେଶ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳିବାକୁ ପଡିବ। ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷରେ ଜୁନ ୨୦ରେ ବାରବାଡୋସରେ ଖେଳିବ।
ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତୀୟ ଖେଳାଳିମାନେ ବାରବାଡୋସର ସମୁଦ୍ର କୂଳରେ ଭଲିବଲ ଖେଳୁଥିବା ଦେଖିବାକୁ ମିଳିଥିଲା। ବିସିସିଆଇ ଏହାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛି। ଭିଡିଓରେ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂ, ରିଙ୍କୁ ସିଂ ଏବଂ ଯଶସ୍ବୀ ଜୟସ୍ବାଲ ଖେଳୁଛନ୍ତି। ଖେଳାଳିମାନେ ମ୍ୟାଚ ପୂର୍ବରୁ ଆରାମ ଏବଂ ସତେଜ ହେବା ପାଇଁ ଭଲିବଲ ଖେଳୁଛନ୍ତି।
ଚଳିତ ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡ ବିପକ୍ଷରେ ଜିତିଥିଲା। ଏହା ପରେ ଭାରତ ପଡୋଶୀ ପାକିସ୍ତାନକୁ ୬ ରନରେ ପରାସ୍ତ କରିଥିଲେ। ଟିମ ଇଣ୍ଡିଆ ଆମେରିକା ବିପକ୍ଷରେ ୭ ଉଇକେଟରେ ଜିତିଥିଲା।
Barbados
Unwinding at the beach
, the #TeamIndia way! #T20WorldCup pic.twitter.com/4GGHh0tAqg
— BCCI (@BCCI) June 17, 2024
The post ସୁପର-୮ ପର୍ଯ୍ୟାୟ ପୂର୍ବରୁ କ୍ରିକେଟ୍ ନୁହେଁ, ଏହି ଗେମ୍ ଖେଳିଲେ ଟିମ୍ ଇଣ୍ଡିଆର ଖେଳାଳି appeared first on Dharitri Odia News.
Barbados
, the