ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଘର କାମ ନସାରିବା ଯାଏଁ କରିପାରିବେନି ଆବଣ୍ଟନ
ନୂଆଦିଲ୍ଲୀ ୦୯।୦୯ : ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ରାୟ । ଯଦି କୌଣସି ବି ଠିକା ସଂସ୍ଥା ଘର ଦେବାକୁ ପ୍ରତିଶୃତି ଦେଉଛି । ତେବେ ତାହା ପୂର୍ବରୁ ଘର କାମ ଶେଷ ହୋଇଥିବା ଦରକାର, ଏହାସହିତ ବିଲ୍ଡିଂର ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ପାଇଥିବା ଦରକାର ବୋଲି ମାନ୍ୟବର କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ ବିଚାରପତି ବିକ୍ରମ ନାଥ ଏବଂ ପ୍ରସନ୍ନ ଭାଲଚନ୍ଦ୍ର ଭାରାଲେଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ । ଧର୍ମେନ୍ଦ୍ର ଶର୍ମାଙ୍କୁ ଅଭିଯୋଗର ଶୁଣାଣି କରି ମାନ୍ୟବର କୋର୍ଟ ଆଗ୍ରା ବିକାଶ ପ୍ରାଧିକରଣକୁ କଡ଼ା ନିର୍ଦ୍ଦେଶ ଦେବା ସହ ୧୫ ଲକ୍ଷ ଟଙ୍କାର ଜରିମାନା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ୨୦୧୪ ମସିହାରେ ଧର୍ମେନ୍ଦ୍ର ଶର୍ମାଙ୍କୁ ଏକ ଫ୍ଲାଟ ଦେବା ନେଇ କାଗଜପତ୍ର ହୋଇଥିଲା। ଯାହାକି ପରବର୍ତ୍ତୀ ସମୟରେ ହୋଇପାରିନଥିଲା । ଶେଷରେ କୋର୍ଟର ଆଶ୍ରମୟ ନେଇଥିଲେ ଧର୍ମେନ୍ଦ୍ର ଶର୍ମା ।
ନୂଆଦିଲ୍ଲୀ ୦୯।୦୯ : ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ରାୟ । ଯଦି କୌଣସି ବି ଠିକା ସଂସ୍ଥା ଘର ଦେବାକୁ ପ୍ରତିଶୃତି ଦେଉଛି । ତେବେ ତାହା ପୂର୍ବରୁ ଘର କାମ ଶେଷ ହୋଇଥିବା ଦରକାର, ଏହାସହିତ ବିଲ୍ଡିଂର ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ପାଇଥିବା ଦରକାର ବୋଲି ମାନ୍ୟବର କୋର୍ଟ କହିଛନ୍ତି ।
ସୁପ୍ରିମକୋର୍ଟ ବିଚାରପତି ବିକ୍ରମ ନାଥ ଏବଂ ପ୍ରସନ୍ନ ଭାଲଚନ୍ଦ୍ର ଭାରାଲେଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ । ଧର୍ମେନ୍ଦ୍ର ଶର୍ମାଙ୍କୁ ଅଭିଯୋଗର ଶୁଣାଣି କରି ମାନ୍ୟବର କୋର୍ଟ ଆଗ୍ରା ବିକାଶ ପ୍ରାଧିକରଣକୁ କଡ଼ା ନିର୍ଦ୍ଦେଶ ଦେବା ସହ ୧୫ ଲକ୍ଷ ଟଙ୍କାର ଜରିମାନା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ୨୦୧୪ ମସିହାରେ ଧର୍ମେନ୍ଦ୍ର ଶର୍ମାଙ୍କୁ ଏକ ଫ୍ଲାଟ ଦେବା ନେଇ କାଗଜପତ୍ର ହୋଇଥିଲା। ଯାହାକି ପରବର୍ତ୍ତୀ ସମୟରେ ହୋଇପାରିନଥିଲା । ଶେଷରେ କୋର୍ଟର ଆଶ୍ରମୟ ନେଇଥିଲେ ଧର୍ମେନ୍ଦ୍ର ଶର୍ମା ।