ସୁପ୍ରିମକୋର୍ଟରେ ୨ ନୂଆ ବିଚାରପତି: ୩୪ରେ ପହଞ୍ଚିଲା ସଂଖ୍ୟା

ନୂଆଦିଲ୍ଲୀ,୧୮।୭:ସୁପ୍ରିମକୋର୍ଟରେ ଗୁରୁବାର ୨ ନୂଆ ବିଚାରପତି ନିଯୁକ୍ତ ହୋଛନ୍ତି। ମାଡ୍ରାସ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଆର. ମହାଦେବନ ଏବଂ ଜମ୍ମୁ କଶ୍ମୀରର ତଥା ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ନଙ୍ଗମେଇକାପାମ କୋଟିଶ୍ୱର ସିଂ ମଧ୍ୟ ସୁପ୍ରିମକୋର୍ଟର ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୂଡ ଉଭୟଙ୍କୁ ଶପଥ ପାଠ କରାଇଲେ। ସୁପ୍ରିମକୋର୍ଟ କଲେଜିୟମ ଦୁଇ ବିଚାରପତିଙ୍କୁ ସୁପାରିଶ କରିବାର କିଛି ଦିନ ପରେ ଜୁଲାଇ ୧୧ରେ ଅନୁମୋଦନ କରାଯାଇଥିଲା। ଦୁଇ ବିଚାରପତିଙ୍କୁ ସୁପାରିଶ […] The post ସୁପ୍ରିମକୋର୍ଟରେ ୨ ନୂଆ ବିଚାରପତି: ୩୪ରେ ପହଞ୍ଚିଲା ସଂଖ୍ୟା appeared first on Dharitri Odia News.

ସୁପ୍ରିମକୋର୍ଟରେ ୨ ନୂଆ ବିଚାରପତି: ୩୪ରେ ପହଞ୍ଚିଲା ସଂଖ୍ୟା

ନୂଆଦିଲ୍ଲୀ,୧୮।୭:ସୁପ୍ରିମକୋର୍ଟରେ ଗୁରୁବାର ୨ ନୂଆ ବିଚାରପତି ନିଯୁକ୍ତ ହୋଛନ୍ତି। ମାଡ୍ରାସ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଆର. ମହାଦେବନ ଏବଂ ଜମ୍ମୁ କଶ୍ମୀରର ତଥା ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ନଙ୍ଗମେଇକାପାମ କୋଟିଶ୍ୱର ସିଂ ମଧ୍ୟ ସୁପ୍ରିମକୋର୍ଟର ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୂଡ ଉଭୟଙ୍କୁ ଶପଥ ପାଠ କରାଇଲେ।
ସୁପ୍ରିମକୋର୍ଟ କଲେଜିୟମ ଦୁଇ ବିଚାରପତିଙ୍କୁ ସୁପାରିଶ କରିବାର କିଛି ଦିନ ପରେ ଜୁଲାଇ ୧୧ରେ ଅନୁମୋଦନ କରାଯାଇଥିଲା। ଦୁଇ ବିଚାରପତିଙ୍କୁ ସୁପାରିଶ କରିବାବେଳେ କଲେଜିୟମ ବେଞ୍ଚରେ ବିବିଧତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଜଷ୍ଟିସ ସିଂ ଏବଂ ମହାଦେବ ଶପଥ ଗ୍ରହଣ କରିବା ପରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି।

The post ସୁପ୍ରିମକୋର୍ଟରେ ୨ ନୂଆ ବିଚାରପତି: ୩୪ରେ ପହଞ୍ଚିଲା ସଂଖ୍ୟା appeared first on Dharitri Odia News.