ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଜିଲ୍ଲାରେ ଜନ ଜୀବନର ସୁରକ୍ଷା ଦୃଷ୍ଟିରୁ ବେଆଇନ ଗାଡିଚାଳନାକୁ କଡାକଡି ଚେକିଂ କରାଯିବ। ଏ ନେଇ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଅଧ୍ୟକ୍ଷତା କରି ଜିଲ୍ଲାରେ ସଡ଼କ ଦୁର୍ଘଟଣା କୁ ରୋକିବା ନିମନ୍ତେ ରାସ୍ତାରେ ବେଆଇନ ଗାଡିଚାଳନାକୁ ଉଭୟ ପରିବହନ ବିଭାଗ ଓ ପୋଲିସ ପ୍ରଶାସନ ମିଳିତ ଭାବେ ଚେକିଂକୁ କଡାକଡ଼ି […] The post ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ appeared first on Odisha.News.

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଜିଲ୍ଲାରେ ଜନ ଜୀବନର ସୁରକ୍ଷା ଦୃଷ୍ଟିରୁ ବେଆଇନ ଗାଡିଚାଳନାକୁ କଡାକଡି ଚେକିଂ କରାଯିବ। ଏ ନେଇ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଅଧ୍ୟକ୍ଷତା କରି ଜିଲ୍ଲାରେ ସଡ଼କ ଦୁର୍ଘଟଣା କୁ ରୋକିବା ନିମନ୍ତେ ରାସ୍ତାରେ ବେଆଇନ ଗାଡିଚାଳନାକୁ ଉଭୟ ପରିବହନ ବିଭାଗ ଓ ପୋଲିସ ପ୍ରଶାସନ ମିଳିତ ଭାବେ ଚେକିଂକୁ କଡାକଡ଼ି କରିବାକୁ ନିର୍ଦେଶ ଦେଇଛନ୍ତି। ଜିଲ୍ଲାର ଦୁର୍ଘଟଣା ଜନିତ ମୃତ୍ୟୁହାରକୁ ହ୍ରାସ କରିବା ନିମନ୍ତେ ସମସ୍ତେ ସୁସମନ୍ୱୟ ପୂର୍ବକ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଛନ୍ତି। ସୋନପୁର ସହର ସହ ଜିଲ୍ଲାର ଅନ୍ୟ ସହର ଗୁଡିକର ଜନଗହଳି ରାସ୍ତାରେ ଅବୈଧ ଦୋକାନ, ଠେଲା ଦୋକାନ, ପନିପରିବା ଦୋକାନ ପ୍ରଭୁତିକୁ ଵିଧି ମୁତାବକ ସ୍ଥାନାନ୍ତରଣ, କରି ରାସ୍ତା ଗୁଡିକୁ ଜନସାଧାରଣଙ୍କ ନିମନ୍ତେ ବ୍ୟବସ୍ଥିତ ଚଳପ୍ରଚଳ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନିର୍ଦେଶ ପ୍ରଦାନ କରିଛନ୍ତି। ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଜେନା ବୈଠକରେ ଗତ ବୈଠକ ନିଷ୍ପତ୍ତିର ତଥ୍ୟ ଉପସ୍ଥାପନ କରିଥିଲେ। ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ସ୍କୁଲ ସୁରକ୍ଷା କମିଟି ଗଠନ ଉପରେ ଆଲୋଚନା ହୋଇଥିଲା। ଆରଟିଓ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ମିଳିତ ଭାବେ ସଡ଼କ ସୁରକ୍ଷା ଉପରେ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ମଧ୍ୟରେ ଯଥେଷ୍ଟ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଯେପରିକି ସ୍କୁଲ ଯାଉଥିବା ଛାତ୍ରଛାତ୍ରୀ ଗାଡି ଚାଳନାରୁ ନିବୃତ ରହିବେ। ସହରର ବୁଢ଼ାରଜା ଛକ ଓ ବ୍ଲକ ଛକରେ ଟ୍ରାଫିକ ବ୍ୟବସ୍ଥା ସହ ଟ୍ରାଫିକ ଉନ୍ନତି କରଣର ପଦକ୍ଷେପ ନେବାକୁ ପିଡବ୍ଲୁଡି ନିର୍ବାହୀ ଯନ୍ତ୍ରୀଙ୍କୁ ବୈଠକରେ ନିର୍ଦେଶ ଦିଆଯାଇଛି। ବେଆଇନ ଗାଡି ଚାଳନାକୁ ରୋକିବା ପାଇଁ ପରିବହନ ବିଭାଗ ଓ ପୋଲିସ ବିଭାଗର ଅଧିକାରୀ କଠୋର ପଦକ୍ଷେପ ଗ୍ରହଣ କରିବା ସହ କଡ଼ାକଡ଼ି ଚେକିଙ୍ଗ କରିବା ଉପରେ ବୈଠକରେ ଆଲୋଚନା କରାଯାଇଛି। ବୈଠକରେ କମିଟି ସଦସ୍ୟ ସଦସ୍ୟା ବିଭିନ୍ନ ବିଭାଗୀୟ ଅଧିକାରୀ, ପରିବହନ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।
The post ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ appeared first on Odisha.News.