ସୁଭଦ୍ରା ଯୋଜନା ଆବେଦନ ହେବ ସହଜ, ଲୋକଙ୍କୁ ସମସ୍ତ ପ୍ରକାର…
ଦାରିଙ୍ଗବାଡ଼ି,୧୧ା୯(ଅରୁଣ ସାହୁ): ସାରା ରାଜ୍ୟରେ ଏବେ ସୁଭଦ୍ରା ଯୋଜନାକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଏହି ଯୋଜନାକୁ ନେଇ ଲୋକଙ୍କ ମନରେ ବିଭିନ୍ନ ଆଶଙ୍କା ରହିଥିବା ବେଳେ ତାକୁ ଦୂର କରିବା ଲକ୍ଷ୍ୟ ଓ ମହିଳାମାନେ କିଭଳି ଏହି ଯୋଜନାରେ ସଠିକ୍ ଭାବେ ଆବେଦନ କରିବେ ଓ ସମସ୍ତ ହିତାଧିକାରୀ ରାଜ୍ୟ ସରକାରଙ୍କ ଏହି ଯୋଜନାରେ ଫାଇଦା ନେଇପାରିବେ ସେ ନେଇ ରାଜ୍ୟଠାରୁ ଆରମ୍ଭ କରି ବ୍ଲକ ଏବଂ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ଏଥିପାଇଁ ସମସ୍ତ ପ୍ରକାର ପ୍ରୟାସ […] The post ସୁଭଦ୍ରା ଯୋଜନା ଆବେଦନ ହେବ ସହଜ, ଲୋକଙ୍କୁ ସମସ୍ତ ପ୍ରକାର… appeared first on Dharitri Odia News.
ଦାରିଙ୍ଗବାଡ଼ି,୧୧ା୯(ଅରୁଣ ସାହୁ): ସାରା ରାଜ୍ୟରେ ଏବେ ସୁଭଦ୍ରା ଯୋଜନାକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଏହି ଯୋଜନାକୁ ନେଇ ଲୋକଙ୍କ ମନରେ ବିଭିନ୍ନ ଆଶଙ୍କା ରହିଥିବା ବେଳେ ତାକୁ ଦୂର କରିବା ଲକ୍ଷ୍ୟ ଓ ମହିଳାମାନେ କିଭଳି ଏହି ଯୋଜନାରେ ସଠିକ୍ ଭାବେ ଆବେଦନ କରିବେ ଓ ସମସ୍ତ ହିତାଧିକାରୀ ରାଜ୍ୟ ସରକାରଙ୍କ ଏହି ଯୋଜନାରେ ଫାଇଦା ନେଇପାରିବେ ସେ ନେଇ ରାଜ୍ୟଠାରୁ ଆରମ୍ଭ କରି ବ୍ଲକ ଏବଂ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ଏଥିପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି।
ଏଥିପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଗୁରୁବାରଠାରୁ ପ୍ରତି ପଞ୍ଚାୟତକୁ ସୁଭଦ୍ରା ରଥ ଗଡ଼ିବ ଓ ଲୋକଙ୍କୁ ସମସ୍ତ ପ୍ରକାର ସନ୍ଦେହ ଦୂର କରି ଏହି ଯୋଜନାର କିଭଳି ଫାଇଦା ମିଳିବ ସେନେଇ ପ୍ରୟାସ କରାଯାଉଥିବା ବିଡିଓ ଗଦାଧର ପାତ୍ର କହିଛନ୍ତି।
ପ୍ରଥମ ଦିନ ସୁଭଦ୍ରା ରଥ ଉକ୍ତ ବ୍ଲକର ଦୁର୍ଗମ ପଞ୍ଚାୟତ ଗୁମିକିଆ, ବୁଡ଼ାଗୁଡା, ତିଲୋରୀ, କିରିକୁଟି, ସିମନବାଡ଼ି ଅଞ୍ଚଳରେ ଲୋକଙ୍କୁ ସଚେତନ କରିବା ସହ ଶୁକ୍ରବାର ଶ୍ରାନିକେତା, ଦାରିଙ୍ଗବାଡ଼ି,ବାଡାବାଙ୍ଗା, ସିଆଙ୍ଗବାଲି ଓ ଭ୍ରମରବାଡ଼ି, ଶନିବାର ଗ୍ରୀନବାଡ଼ି,ପର୍ତ୍ତମାହା, ପ୍ଳିହେରି, ଦାନେକବାଡ଼ି, ସିର୍କାବର୍ଗ, ରବିବାର ଦାସିଙ୍ଗବାଡ଼ି, ସୋନପୁର, ତାଜୁଙ୍ଗିଆ,ସରାମୁଳି ଏବଂ ଗଦାପୁରରେ ସଚେତନ କରିବ।
ସେହିପରି ଶେଷଦିନ ଅର୍ଥାତ ସୋମବାର ବ୍ରାହ୍ମଣୀଗାଁ, ଝିଞ୍ଜିରୀଗୁଡା, କୁମ୍ଭାରୀଗାଁ, କାଟିଙ୍ଗିଆ ଏବଂ ହାତୀମୁଣ୍ଡା ପଞ୍ଚାୟତ ଅଞ୍ଚଳରେ ଲୋକଙ୍କୁ ସଚେତନ କରିବ ଏହି ସମୟରେ ସମସ୍ତ ପଞ୍ଚାୟତର ଲୋକପ୍ରତିନିଧି, ପ୍ରଶାସନ, ପଞ୍ଚାୟତ ଅଧିକାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିବେ ବୋଲି ବିଡିଓ ପାତ୍ର ସୂଚନା ଦେଇଛନ୍ତି। ଏବେ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଏହି ରଥ ବୁଲୁଥିବା ବେଳେ ଗୁରୁବାର ଦାରିଙ୍ଗବାଡ଼ି ଅଞ୍ଚଳରେ ବୁଲିବା ପାଇଁ ପ୍ରସ୍ତୁତି ଶେଷ ହୋଇଛି।
The post ସୁଭଦ୍ରା ଯୋଜନା ଆବେଦନ ହେବ ସହଜ, ଲୋକଙ୍କୁ ସମସ୍ତ ପ୍ରକାର… appeared first on Dharitri Odia News.