ସୁଭଦ୍ରା ଯୋଜନା ଏସ୍‌ଓପିକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ, ବାହିନୀପତି କହିଲେ…

ଭୁବନେଶ୍ୱର,୨୦।୮(ଅନିଲଦାସ): ଅଗଷ୍ଟ ୧୫ ତାରିଖ ସୁଦ୍ଧା ‘ସୁଭଦ୍ରା’ ଯୋଜନାର ଏସ୍‌ଓପି ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସ୍ବାଧୀନତା ଦିବସ ଯାଇ ରାଖୀ ଆସିଲାଣି। ହେଲେ ‘ସୁଭଦ୍ରା’ ଯୋଜନାର ଏସ୍‌ଓପି ଆସିଲା ନାହିଁ। କୁଆଡ଼େ ଗଲା ‘ସୁଭଦ୍ରା’ ଯୋଜନାର ଏସ୍‌ଓପି ବୋଲି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନ କରିଛନ୍ତି । କହିଛନ୍ତି, ଉପମୁଖ୍ୟମନ୍ତ୍ରୀ ମଜୁରିଆଙ୍କୁ ଆଜି ନାହିଁ, କାଲିକି ଆସ କହିବା ଭଳି ‘ସୁଭଦ୍ରା’ ଯୋଜନା ଏସ୍‌ଓପି କ୍ଷେତ୍ରରେ […] The post ସୁଭଦ୍ରା ଯୋଜନା ଏସ୍‌ଓପିକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ, ବାହିନୀପତି କହିଲେ… appeared first on Dharitri Odia News.

ସୁଭଦ୍ରା ଯୋଜନା ଏସ୍‌ଓପିକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ, ବାହିନୀପତି କହିଲେ…

ଭୁବନେଶ୍ୱର,୨୦।୮(ଅନିଲଦାସ): ଅଗଷ୍ଟ ୧୫ ତାରିଖ ସୁଦ୍ଧା ‘ସୁଭଦ୍ରା’ ଯୋଜନାର ଏସ୍‌ଓପି ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସ୍ବାଧୀନତା ଦିବସ ଯାଇ ରାଖୀ ଆସିଲାଣି। ହେଲେ ‘ସୁଭଦ୍ରା’ ଯୋଜନାର ଏସ୍‌ଓପି ଆସିଲା ନାହିଁ। କୁଆଡ଼େ ଗଲା ‘ସୁଭଦ୍ରା’ ଯୋଜନାର ଏସ୍‌ଓପି ବୋଲି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନ କରିଛନ୍ତି ।
କହିଛନ୍ତି, ଉପମୁଖ୍ୟମନ୍ତ୍ରୀ ମଜୁରିଆଙ୍କୁ ଆଜି ନାହିଁ, କାଲିକି ଆସ କହିବା ଭଳି ‘ସୁଭଦ୍ରା’ ଯୋଜନା ଏସ୍‌ଓପି କ୍ଷେତ୍ରରେ ସେହିଭଳି କରୁଛନ୍ତି। ତୁରନ୍ତ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନା ଏସ୍‌ଓପି ଆଣନ୍ତୁ। ନଚେତ୍‌ କଂଗ୍ରେସ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବ ବୋଲି ସେ କହିଛନ୍ତି। ଏଥିସହିତ ଆଗାମୀ ଦିନରେ କଂଗ୍ରେସ ପୋଲାଭରମ୍‌, କୋଟିଆ ପ୍ରସଙ୍ଗକୁ ଜୋରଦାର କରିବ। ଆଦିବାସୀଙ୍କ ପାଇଁ କଂଗ୍ରେସ ସରକାର ପେସା ଆଇନ ଆଣିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ପେସା ଆଇନ ଲାଗୁ କରିନାହାନ୍ତି। ଖାଲି ଭଣ୍ଡାଇ ଚାଲିଛନ୍ତି। ଖୁବ୍‌ଶୀଘ୍ର ରାଜ୍ୟ ସରକାର ପେସା ଆଇନ ଲାଗୁ କରାନ୍ତୁ। ସେହିପରି ବେକାରି ସମସ୍ୟା, ଆଳୁ ସଙ୍କଟ ଭଳି ଅନେକ ପ୍ରସଙ୍ଗ କଂଗ୍ରେସ ବିଧାନସଭାରେ ଉଠାଇବ ବୋଲି ତାରା କହିଛନ୍ତି ।

The post ସୁଭଦ୍ରା ଯୋଜନା ଏସ୍‌ଓପିକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ, ବାହିନୀପତି କହିଲେ… appeared first on Dharitri Odia News.