ସୁଭଦ୍ରା ଯୋଜନା ନିୟମାବଳୀକୁ ନେଇ ଉଠିଲା ଆପତ୍ତି
ବାଲିକୁଦା,୫ା୯(ତାପସ ସ୍ବାଇଁ):ସୁଭଦ୍ରା ଯୋଜନା ନିୟମାବଳୀକୁ ନେଇ ଜଗତ୍ସିଂହପୁର ଜିଲାପାଳଙ୍କୁ ଅଳାଭର ସରପଞ୍ଚ ମଧୁଛନ୍ଦା ସ୍ବାଇଁ ବୁଧବାର ଆପତ୍ତି କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ ସରକାର ଆରମ୍ଭ କରିଥିବା ସୁଭଦ୍ରା ଯୋଜନା ପାଇଁ ମହିଳାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଥମତଃ ଆଧାର ସଂଶୋଧନ ବା ବିବାହିତା ମହିଳାଙ୍କର ବାପାଙ୍କ ନାମ ଜାଗାରେ ସ୍ବାମୀଙ୍କ ନାମ ଯୋଡ଼ା ଯିବା ଓ କେତେଜଣ ମହିଳାଙ୍କ ବୟସ ଆଧାର କାର୍ଡରେ ୬୦ ପୂରିଥିବା ସ୍ଥଳେ ଭୋଟର ପରିଚୟ ପତ୍ରରେ […] The post ସୁଭଦ୍ରା ଯୋଜନା ନିୟମାବଳୀକୁ ନେଇ ଉଠିଲା ଆପତ୍ତି appeared first on Dharitri Odia News.
ବାଲିକୁଦା,୫ା୯(ତାପସ ସ୍ବାଇଁ):ସୁଭଦ୍ରା ଯୋଜନା ନିୟମାବଳୀକୁ ନେଇ ଜଗତ୍ସିଂହପୁର ଜିଲାପାଳଙ୍କୁ ଅଳାଭର ସରପଞ୍ଚ ମଧୁଛନ୍ଦା ସ୍ବାଇଁ ବୁଧବାର ଆପତ୍ତି କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ ସରକାର ଆରମ୍ଭ କରିଥିବା ସୁଭଦ୍ରା ଯୋଜନା ପାଇଁ ମହିଳାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଥମତଃ ଆଧାର ସଂଶୋଧନ ବା ବିବାହିତା ମହିଳାଙ୍କର ବାପାଙ୍କ ନାମ ଜାଗାରେ ସ୍ବାମୀଙ୍କ ନାମ ଯୋଡ଼ା ଯିବା ଓ କେତେଜଣ ମହିଳାଙ୍କ ବୟସ ଆଧାର କାର୍ଡରେ ୬୦ ପୂରିଥିବା ସ୍ଥଳେ ଭୋଟର ପରିଚୟ ପତ୍ରରେ ୬୦ ତଳକୁ ରହିଛି। ଏପରି ସ୍ଥଳେ ସେହି ମହିଳାମାନେ ନା ସୁଭଦ୍ରା ଯୋଜନାରେ ନିଜକୁ ସାମିଲ କରି ସରାକାରୀ ଯୋଜନା ହାତେଇ ପାରୁଛନ୍ତି ନା ବାର୍ଦ୍ଧକ୍ୟ ଭତ୍ତା। ସେହିପରି ବିଭିନ୍ନ ଆଧାର ଓ ଜନସେବା କେନ୍ଦ୍ରରେ ଅସମ୍ଭବ ଭିଡ଼କୁ ଦେଖି ସ୍ବାଇଁ ତାଙ୍କ ପଞ୍ଚାୟତର ଡାକଘରେ ଏହି ସୁବିଧା ଯୋଗାଇ ଦେଇ ମହିଳାମାନଙ୍କ ସମସ୍ୟା ଦୂର କରିବାକୁ ନିବେଦନ କରିଛନ୍ତି। ନିଜ ପଞ୍ଚାୟତରେ ୧ହଜାରରୁ ବେଶି ମହିଳା ବା ୨୧ ବର୍ଷରୁ ଊର୍ଦ୍ଧ୍ୱ ବୟସର ଯୁବତୀମାନେ ଏହି ଯୋଜାନରେ ଅନ୍ତର୍ଭୁକ୍ତ ହେବାକୁ ରହିଛନ୍ତି। ତେବେ ଡାକଘରେ ସେହି ସୁବିଧା ଯୋଗାଇବା ନିମନ୍ତେି ସେ ଜିଲାପାଳଙ୍କୁ ନିବେଦନ କରି ସହଯୋଗ ଚାହିଁଛନ୍ତି।
The post ସୁଭଦ୍ରା ଯୋଜନା ନିୟମାବଳୀକୁ ନେଇ ଉଠିଲା ଆପତ୍ତି appeared first on Dharitri Odia News.