‘ସୁଭଦ୍ରା ଯୋଜନା’କୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ଜାଣନ୍ତୁ କ’ଣ କହିଲେ…
ଭୁବନେଶ୍ୱର,୨୮।୬: ଖୁବ୍ଶୀଘ୍ର ଆରମ୍ଭ ହେବ ସୁଭଦ୍ରା ଯୋଜନା । ଯାହା ନିର୍ବାଚନରେ ପ୍ରତିଶ୍ରୁତି ଦିଆଯାଇଥିଲା ତାକୁ ବାସ୍ତବ ରୂପରେଖ ଦେବେ ସରକାର । ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏବେ ସୁଭଦ୍ରା ଯୋଜନାର ମୋଡାଲିଟି ତିଆରି ଚାଲିଛି, ଏହାପରେ କ୍ରିୟାନ୍ବୟନ ପ୍ରକ୍ରିୟା ଆରମ୍ଭ ହେବ। ଶୀଘ୍ର ବାସ୍ତବ ରୂପରେଖ ଲୋକଙ୍କ ସାମ୍ନାକୁ ଆସିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ଅପରପକ୍ଷେ ଗତ କିଛିଦିନ ତଳେ ସୁଭଦ୍ରା ଯୋଜନାକୁ ନେଇ ଉପ […] The post ‘ସୁଭଦ୍ରା ଯୋଜନା’କୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ଜାଣନ୍ତୁ କ’ଣ କହିଲେ… appeared first on Dharitri Odia News.
ଭୁବନେଶ୍ୱର,୨୮।୬: ଖୁବ୍ଶୀଘ୍ର ଆରମ୍ଭ ହେବ ସୁଭଦ୍ରା ଯୋଜନା । ଯାହା ନିର୍ବାଚନରେ ପ୍ରତିଶ୍ରୁତି ଦିଆଯାଇଥିଲା ତାକୁ ବାସ୍ତବ ରୂପରେଖ ଦେବେ ସରକାର । ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏବେ ସୁଭଦ୍ରା ଯୋଜନାର ମୋଡାଲିଟି ତିଆରି ଚାଲିଛି, ଏହାପରେ କ୍ରିୟାନ୍ବୟନ ପ୍ରକ୍ରିୟା ଆରମ୍ଭ ହେବ। ଶୀଘ୍ର ବାସ୍ତବ ରୂପରେଖ ଲୋକଙ୍କ ସାମ୍ନାକୁ ଆସିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।
ଅପରପକ୍ଷେ ଗତ କିଛିଦିନ ତଳେ ସୁଭଦ୍ରା ଯୋଜନାକୁ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ଯେ, ଏବେ ସୁଭଦ୍ରା ଯୋଜନା ଡ୍ରାଫ୍ଟରେ ଅଛି । ସରକାର ଯାହା ଯୋଜନା କରିଛନ୍ତି ତାର ଶହେ ଦିନ ମଧ୍ୟରେ ପୁରା ରୂପରେଖ ଆସିବ । ପରେ ସେହି ଅନୁସାରେ କାର୍ଯ୍ୟ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କହିଥିଲେ।
ଏହାଛଡ଼ା ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସବୁ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସେ ସୂଚନା ଦେଇ କହିଥିଲେ ଯେ, ମହିଳା ଓ ଶିଶୁ ବିଭାଗ ସମ୍ପୂର୍ଣ୍ଣ ଭାବେ ଏହି ଯୋଜନାକୁ ମହିଳାମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ରହିଛି । ଆଉ ଏହି ସୁଭଦ୍ରା ଯୋଜନା ପାଇଁ ଯେଉଁ ବଜେଟର ଆବଶ୍ୟକତା ରହିଛି, ସେନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି।
The post ‘ସୁଭଦ୍ରା ଯୋଜନା’କୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ଜାଣନ୍ତୁ କ’ଣ କହିଲେ… appeared first on Dharitri Odia News.