‘ସୁଭଦ୍ରା’ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା; ଜାଣନ୍ତୁ କେବେ ମିଳିବ ସମସ୍ତଙ୍କୁ ଟଙ୍କା...
ଆଉ ଏକ ସପ୍ତାହ ମଧ୍ୟରେ ଏକ କୋଟି ଆବେଦନ ଆସିଯିବ। ୧ କୋଟି ମହିଳାଙ୍କୁ ସୁନିଶ୍ଚିତ ଟଙ୍କା ମିଳିବ। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ସୂଚନା ଦେଇଛନ୍ତି।
କିଛି ଦିନ ଭିତରେ ସୁଭଦ୍ରା ଯୋଜନାରେ ଆଉ ୨୫ ଲକ୍ଷ ମହିଳାଙ୍କୁ ମିଳିବ ସହାୟତା ରାଶି। ପର୍ଯ୍ୟାୟକ୍ରମେ ମୋଟ୍ କୋଟିଏ ମହିଳାଙ୍କୁ ଦିଆଯିବ ସୁଭଦ୍ରା ସହାୟତା। ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସୁଭଦ୍ରା ଯୋଜନାରେ ଏଯାଏଁ ୯୨ ଲକ୍ଷ ଆବେଦନ କରିସାରିଲେଣି। ଆଉ ସପ୍ତାହେ ଭିତରେ ଏକ କୋଟି ଆବେଦନ ଆସିଯିବ। ୧ କୋଟି ମହିଳାଙ୍କୁ ନିଶ୍ଚିତନ୍ତରେ ସୁନିଶ୍ଚିତ ଟଙ୍କା ମିଳିବ। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ସୂଚନା ଦେଇଛନ୍ତି।
ଅଧିକ ପଢନ୍ତୁ : ସୁଭଦ୍ରା ଟଙ୍କା ଶୀଘ୍ର ନ ଉଠାଇଲେ ଫେରିଯିବ ବୋଲି ଗୁଜବ; ବ୍ୟାଙ୍କରେ ଶହ ଶହ ମହିଳାଙ୍କ ପ୍ରବଳ ଭିଡ଼
ଦୁଇ ଦିନ ତଳେ ରିଭ୍ୟୁ ହୋଇଛି। ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦେଇ ସାରିଛୁ। E-KYC ପାଇଁ ଟିକେ ସମୟ ଲାଗୁଛି ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ। ମାର୍ଚ୍ଚ ୮ ପୂର୍ବରୁ ପ୍ରଥମ କିସ୍ତି ସମସ୍ତ ହିତାଧିକାରୀଙ୍କୁ ଦିଆଯିବ। କିନ୍ତୁ ଦ୍ବିତୀୟ କିସ୍ତି ଏକକାଳୀନ ମହିଳା ଦିବସରେ ପ୍ରଦାନ କରାଯିବ। କିଏ ଆଗ ଓ କିଏ ପରେ ପାଉଛି। କିନ୍ତୁ ସମସ୍ତେ ନିଶ୍ଚିତ ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
#୯୨_ଲକ୍ଷ_ଛୁଇଁଲା_ସୁଭଦ୍ରା_ଆବେଦନ
-‘ସୁଭଦ୍ରା’ ଯୋଜନାରେ ୯୨ ଲକ୍ଷ ଆବେଦନ କରିସାରିଲେଣି
-ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
-ଆଉ ଏକ ସପ୍ତାହ ମଧ୍ୟରେ ଆବେଦନ ୧ କୋଟି ଛୁଇଁଯିବ
-ଇ-କେୱାଇସି ପାଇଁ ଟିକେ ସମୟ ଲାଗୁଛି କହିଲେ ପ୍ରଭାତୀ
-‘୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦେଇ ସାରିଛୁ’
-‘୧ କୋଟି ମହିଳାଙ୍କ… pic.twitter.com/YEHzteqJuq — ଓଟିଭି (@otvkhabar) September 25, 2024
ନିଜ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ୨୫ ଲକ୍ଷ ୧୧ଜଣ ହିତାଧିକାରୀଙ୍କୁ ବାଣ୍ଟିଥିଲେ ସୁଭଦ୍ରା ପ୍ରଥମ କିସ୍ତି। ଯେଉଁଥିରେ ଖର୍ଚ୍ଚ ହୋଇଛି ୧୨୫୦ କୋଟି ୫୫ ହଜାର ଟଙ୍କା। ଏ ଯୋଜନାର ଲାଭ ଓଡ଼ିଶାର ୧ କୋଟିରୁ ଅଧିକ ମହିଳାଙ୍କୁ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ- ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ତାହା ପାଳନ କରୁଛୁ।
#୯୨_ଲକ୍ଷ_ଛୁଇଁଲା_ସୁଭଦ୍ରା_ଆବେଦନ
‘ସୁଭଦ୍ରା’ ଯୋଜନାରେ ୯୨ ଲକ୍ଷ ଆବେଦନ କରିସାରିଲେଣି । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଉ ଏକ ସପ୍ତାହ ମଧ୍ୟରେ ଆବେଦନ ୧ କୋଟି ଛୁଇଁଯିବଇ-କେୱାଇସି ପାଇଁ ଟିକେ ସମୟ ଲାଗୁଛି କହିଲେ ପ୍ରଭାତୀ #OTV pic.twitter.com/IEfjKJ9pgt — ଓଟିଭି (@otvkhabar) September 25, 2024
ଅଧିକ ପଢନ୍ତୁ : ‘ସୁଭଦ୍ରା ଯୋଜନାରେ ୨ ହଜାର ମହିଳାଙ୍କ ଆବେଦନ ଖାରଜ’