ସୁଭଦ୍ରା ଯୋଜନାକୁ ନେଇ ପ୍ରଶାସନ ତତ୍ପର, ବାଦ୍ ପଡ଼ିବେନି ଯୋଗ୍ୟ ହିତାଧିକାରୀ
ଦାରିଙ୍ଗବାଡ଼ି,୧୫ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ରବିବାର ପଦଯାତ୍ରା ମାଧ୍ୟମରେ ଜନସଚେତନ କରାଯାଇଛି। ବିଡିଓ ଗଦାଧର ପାତ୍ର ଏବଂ ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡାଙ୍କ ତତ୍ତ୍ୱାବଧାନରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଏହି ଶୋଭାଯାତ୍ରାକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଶରତ ଶବର, ଆଇଆଇଆସି ରମେଶ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମହିଳା […] The post ସୁଭଦ୍ରା ଯୋଜନାକୁ ନେଇ ପ୍ରଶାସନ ତତ୍ପର, ବାଦ୍ ପଡ଼ିବେନି ଯୋଗ୍ୟ ହିତାଧିକାରୀ appeared first on Dharitri Odia News.
ଦାରିଙ୍ଗବାଡ଼ି,୧୫ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ରବିବାର ପଦଯାତ୍ରା ମାଧ୍ୟମରେ ଜନସଚେତନ କରାଯାଇଛି। ବିଡିଓ ଗଦାଧର ପାତ୍ର ଏବଂ ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡାଙ୍କ ତତ୍ତ୍ୱାବଧାନରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଏହି ଶୋଭାଯାତ୍ରାକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଶରତ ଶବର, ଆଇଆଇଆସି ରମେଶ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମହିଳା ମିଶନଶକ୍ତିର ଶତାଧିକ ମହିଳା, ଅଙ୍ଗନଓ୍ବାଡି କର୍ମୀ, ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧି ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ପଦଯାତ୍ରାଟି ମହିଳା ଓ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ପରିସର ମଧ୍ୟରୁ ବାହାରି ଚାରି ଛକ ଦେଇ ତିନିଛକ ଦେଇ ବ୍ଲକ ଅଫିସରେ ପହଞ୍ଚିଲା। ସେଠାରେ ଏହି ଯୋଜନାକୁ ନେଇ ବ୍ୟାପକ ସଚେତନ କରାଯାଇଥିଲା। ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସରକାର ଯେତିକି ତତ୍ପରତା ଦେଖାଉଛନ୍ତି ସେତିକି ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପକ୍ଷରୁ ଯୋଜନାକୁ ନେଇ ତତ୍ପରତା ବୃଦ୍ଧି ପାଉଛି। ସେହି କ୍ରମରେ ଗାଁ ତଥା ଦୁର୍ଗମ ଗାଁଗୁଡିକରେ ମଧ୍ୟ ଏହି ଯୋଜନାକୁ ନେଇ ୨୧ ବର୍ଷଠାରୁ ୬୦ ବର୍ଷ ମହିଳାଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛ। ତେବେ ଏହି ଯୋଜନାରେ କିଭଳି ସମସ୍ତ ହିତାଧିକାରୀ ସଫକତାର ସହ ନିଜ ନାମ ପଞ୍ଜୀକୃତ କରିବେ ତାକୁ ନେଇ ରାଜ୍ୟ ସରକାର ସମସ୍ତ ପ୍ରୟାସ କରୁଛନ୍ତି।
The post ସୁଭଦ୍ରା ଯୋଜନାକୁ ନେଇ ପ୍ରଶାସନ ତତ୍ପର, ବାଦ୍ ପଡ଼ିବେନି ଯୋଗ୍ୟ ହିତାଧିକାରୀ appeared first on Dharitri Odia News.