ସୁଭଦ୍ରା ଯୋଜନାରେ କେଉଁମାନେ ଟଙ୍କା ପାଇଛନ୍ତି, କେଉଁମାନଙ୍କର ଖାରଜ ହୋଇଛି ଆବେଦନ; ଆସିଲା ଲିଷ୍ଟ
ଭୁବନେଶ୍ୱର,୧୨।୧୧: ସୁଭଦ୍ରା ଯୋଜନାରେ ସରକାର ପ୍ରଥମ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୬୦ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ଦେଇସାରିଲେଣି। ତେବେ ଆସନ୍ତା ନଭେମ୍ବର ୨୪ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ରିଲିଜ ହେବ। ଏହା ପୂର୍ବରୁ ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର ଲିଙ୍କ ସମ୍ବନ୍ଧୀୟ ସମସ୍ୟା ରହିଛି, ସେମାନଙ୍କର ଏକ ଲିଷ୍ଟ ଜାରି କରିଛନ୍ତି ସରକାର। ଲୋକମାନେ ଘରେ ବସି ନିଜର ମୋବାଇଲରେ ଏହି ଲିଷ୍ଟକୁ ଦେଖିପାରିବେ। ତେବେ ଆସନ୍ତୁ ଜାଣିବା କିପରି […] The post ସୁଭଦ୍ରା ଯୋଜନାରେ କେଉଁମାନେ ଟଙ୍କା ପାଇଛନ୍ତି, କେଉଁମାନଙ୍କର ଖାରଜ ହୋଇଛି ଆବେଦନ; ଆସିଲା ଲିଷ୍ଟ appeared first on Dharitri Odia News.
ଭୁବନେଶ୍ୱର,୧୨।୧୧: ସୁଭଦ୍ରା ଯୋଜନାରେ ସରକାର ପ୍ରଥମ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୬୦ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ଦେଇସାରିଲେଣି। ତେବେ ଆସନ୍ତା ନଭେମ୍ବର ୨୪ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ରିଲିଜ ହେବ। ଏହା ପୂର୍ବରୁ ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର ଲିଙ୍କ ସମ୍ବନ୍ଧୀୟ ସମସ୍ୟା ରହିଛି, ସେମାନଙ୍କର ଏକ ଲିଷ୍ଟ ଜାରି କରିଛନ୍ତି ସରକାର। ଲୋକମାନେ ଘରେ ବସି ନିଜର ମୋବାଇଲରେ ଏହି ଲିଷ୍ଟକୁ ଦେଖିପାରିବେ। ତେବେ ଆସନ୍ତୁ ଜାଣିବା କିପରି ଜଣେ ସାଧାରଣ ନାଗରିକ ତାଙ୍କର ମୋବାଇଲ ଫୋନରେ ଏହି ଲିଷ୍ଟ ଦେଖିପାରିବେ।
ରିଜେକ୍ଟ ତାଲିକା:
୧. ଆପଣ ପ୍ରଥମେ ସୁଭଦ୍ରା ଯୋଜନାର ଅଫିସିଆଲ ପୋର୍ଟାଲ https://subhadra.odisha.gov.in/ ଖୋଲନ୍ତୁ।
୨. ଏହାପରେ ଟିକିଏ ତଳକୁ ଯାଇ ବ୍ୟାଙ୍କ ଆକାଉଣ୍ଟ ସଚଳ କିମ୍ବା ଅପ୍ ଡେଟ ଆବଶ୍ୟକ ତାଲିକା ଉପରେ କ୍ଲିକ୍ କରନ୍ତୁ। https://subhadra.odisha.gov.in/npci-rejected-list
୩. ଏହାପରେ ଆପଣ ନିଜର ଜିଲା, ବ୍ଲକ୍ ଏବଂ ପଞ୍ଚାୟତ କିମ୍ଵା ୱାର୍ଡ ଚୟନ କରି, (ଦେଖନ୍ତୁ) ଉପରେ କ୍ଲିକ କରିବେ ଏବଂ ଲିଷ୍ଟ ଦେଖିପାରିବେ।
ହିତାଧିକାରୀ ତାଲିକା: https://subhadra.odisha.gov.in/benificary-list
ସେହିଭଳି ଯେଉଁମାନଙ୍କୁ ସୁଭଦ୍ରା ଟଙ୍କା ମିଳିଛି ସେମାନଙ୍କ ତାଲିକା ଜାଣିବା ପାଇଁ ମୁଖ୍ୟ ପୃଷ୍ଠାରେ ହିତାଧକାରୀ ତାଲିକା ଉପରେ କ୍ଲିକ କରନ୍ତୁ।
୧. ଏହାପରେ ଆପଣ ନିଜର ଜିଲା, ବ୍ଲକ୍ ଏବଂ ପଞ୍ଚାୟତ କିମ୍ଵା ୱାର୍ଡ ଚୟନ କରି, (ଦେଖନ୍ତୁ) ଉପରେ କ୍ଲିକ କରିବେ ଏବଂ ଲିଷ୍ଟ ଦେଖିପାରିବେ।
The post ସୁଭଦ୍ରା ଯୋଜନାରେ କେଉଁମାନେ ଟଙ୍କା ପାଇଛନ୍ତି, କେଉଁମାନଙ୍କର ଖାରଜ ହୋଇଛି ଆବେଦନ; ଆସିଲା ଲିଷ୍ଟ appeared first on Dharitri Odia News.