ସୁଭଦ୍ରାକୁ ନେଇ ପୁଣି ବଡ଼ ଅପଡେଟ୍, ଘରେ ଗାଡି ଥିଲେ…
ଭୁବନେଶ୍ୱର,୩୦।୭: ଅଗଷ୍ଟ ୯ ତାରିଖ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ଏନେଇ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବାକୁ ସର୍ଭେ ହେବ। ୨୧ ବର୍ଷ ହୋଇଥିବା ଯୁବତୀ/ମହିଳା କରିପାରିବେ ଆବେଦନ। ସୂଚନାନୁସାରେ ପ୍ରଥମ କିସ୍ତି ନେଲା ପରେ କିଏ ଆଇଟି ରିଟର୍ଣ୍ଣ ଭରିଛି ତ ଆଉ କିଏ ଗାଡ଼ି କିଣିଥିବା ଜଣା ପଡିଛି। ଏହାର ସର୍ଭେ ହେବ, ତଥ୍ୟ ସଠିକ ଥିଲେ […] The post ସୁଭଦ୍ରାକୁ ନେଇ ପୁଣି ବଡ଼ ଅପଡେଟ୍, ଘରେ ଗାଡି ଥିଲେ… appeared first on Dharitri Odia News.
ଭୁବନେଶ୍ୱର,୩୦।୭: ଅଗଷ୍ଟ ୯ ତାରିଖ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ଏନେଇ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବାକୁ ସର୍ଭେ ହେବ। ୨୧ ବର୍ଷ ହୋଇଥିବା ଯୁବତୀ/ମହିଳା କରିପାରିବେ ଆବେଦନ।
ସୂଚନାନୁସାରେ ପ୍ରଥମ କିସ୍ତି ନେଲା ପରେ କିଏ ଆଇଟି ରିଟର୍ଣ୍ଣ ଭରିଛି ତ ଆଉ କିଏ ଗାଡ଼ି କିଣିଥିବା ଜଣା ପଡିଛି। ଏହାର ସର୍ଭେ ହେବ, ତଥ୍ୟ ସଠିକ ଥିଲେ ଆଉ ସୁଭଦ୍ରା ଟଙ୍କା ମିଳିବ ନାହିଁ ବୋଲି କହିଛନ୍ତି ପ୍ରଭାତୀ ପରିଡା। ଏପରିକି କି ୯୩ ହଜାର ମହିଳା ଯାହାଙ୍କୁ ୬୦ ବର୍ଷ ହୋଇଛି ସେମାନେ ସିଧାସଳଖ sspd ଜରିଆରେ ଭତ୍ତା ପାଇଁ ବିବେଚିତ ହୋଇଛନ୍ତି।
ଅଗଷ୍ଟ ୯ରେ ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା । ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ଟଙ୍କା । ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କା ପାଇସାରିଛନ୍ତି ୧ କୋଟିରୁ ଅଧିକ ହିତାଧିକାରୀ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯେଭଳି ଭାବେ ସୁଭଦ୍ରା ପହଞ୍ଚିବ ସେ ନେଇ ଯୋଜନାକୁ କ୍ରିୟନ୍ବୟନ କରିବାକୁ ଲଗାତାର ଭାବେ ପ୍ରୟାସ କରିଛନ୍ତି ସରକାର।
The post ସୁଭଦ୍ରାକୁ ନେଇ ପୁଣି ବଡ଼ ଅପଡେଟ୍, ଘରେ ଗାଡି ଥିଲେ… appeared first on Dharitri Odia News.