ଚର୍ଚ୍ଚାରେ ଅତିଶୀ, ମମତାଙ୍କ ପରେ ଦେଶରେ ବର୍ତ୍ତମାନ ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ହେଲେ…

ନୂଆଦିଲ୍ଲୀ,୧୭।୯: ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ ଅତିଶୀଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରେ ଅତିଶି ବର୍ତ୍ତମାନ ଭାରତର ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମଙ୍ଗଳବାର ଆମ ଆଦମୀ ପାର୍ଟି (ଏଏପି) ର ବିଧାନସଭା ଦଳର ବୈଠକରେ ଅତିଶୀଙ୍କ ନାମ ଅନୁମୋଦନ କରାଯାଇଥିଲା। ତାଙ୍କ ନାମ ଅରବିନ୍ଦ କେଜରିୱାଲ ନିଜେ ବିଧାୟକ ଦଳ ବୈଠକରେ ପ୍ରସ୍ତାବ ଦେଇଥିଲେ, ଯେଉଁଥିରେ ସମସ୍ତ ସଦସ୍ୟ ଏକମତ ହୋଇଥିଲେ। ଆମ ଆଦମୀ ପାର୍ଟିର ବିଧାୟକ ଦଳ […] The post ଚର୍ଚ୍ଚାରେ ଅତିଶୀ, ମମତାଙ୍କ ପରେ ଦେଶରେ ବର୍ତ୍ତମାନ ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ହେଲେ… appeared first on Dharitri Odia News.

ଚର୍ଚ୍ଚାରେ ଅତିଶୀ, ମମତାଙ୍କ ପରେ ଦେଶରେ ବର୍ତ୍ତମାନ ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ହେଲେ…

ନୂଆଦିଲ୍ଲୀ,୧୭।୯: ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ ଅତିଶୀଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରେ ଅତିଶି ବର୍ତ୍ତମାନ ଭାରତର ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମଙ୍ଗଳବାର ଆମ ଆଦମୀ ପାର୍ଟି (ଏଏପି) ର ବିଧାନସଭା ଦଳର ବୈଠକରେ ଅତିଶୀଙ୍କ ନାମ ଅନୁମୋଦନ କରାଯାଇଥିଲା। ତାଙ୍କ ନାମ ଅରବିନ୍ଦ କେଜରିୱାଲ ନିଜେ ବିଧାୟକ ଦଳ ବୈଠକରେ ପ୍ରସ୍ତାବ ଦେଇଥିଲେ, ଯେଉଁଥିରେ ସମସ୍ତ ସଦସ୍ୟ ଏକମତ ହୋଇଥିଲେ।

ଆମ ଆଦମୀ ପାର୍ଟିର ବିଧାୟକ ଦଳ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଅରବିନ୍ଦ କେଜରିୱାଲଙ୍କ ପରେ ବର୍ତ୍ତମାନ ଅତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ। ଏହାପୂର୍ବରୁ ଶୀଲା ଦୀକ୍ଷିତ ଏବଂ ସୁଷମା ସ୍ବରାଜ ମଧ୍ୟ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ଦିଲ୍ଲୀ ସିଏମ ଚେୟାରରେ ଥିଲେ। ଏହିପରି ଅତିଶୀ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ବର୍ତ୍ତମାନର ମହିଳା ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଆଲୋଚନା କରି ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ପରେ ଅତିଶୀ ସମଗ୍ର ଦେଶରେ ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ହେବେ।

The post ଚର୍ଚ୍ଚାରେ ଅତିଶୀ, ମମତାଙ୍କ ପରେ ଦେଶରେ ବର୍ତ୍ତମାନ ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ହେଲେ… appeared first on Dharitri Odia News.