‘ସୁଭଦ୍ରା’ରେ ଆତ୍ମନିର୍ଭରଶୀଳ ହେବେ ମହିଳା
କେସିଙ୍ଗା,୧୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଓ ଏନ୍ଏସିର ମିଳିତ ଉଦ୍ୟମରେ ସୁଭଦ୍ରା ଯୋଜନା ପାଇଁ ପ୍ରଶାସନ ପକ୍ଷରୁ ଏକ ବିଶାଳ ପଦଯାତ୍ରା ସଚେତନ ପାଇଁ ଶୋଭାଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମନାଭ ପୁରୋହିତ, ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ, ନିର୍ବାହୀ ଅଧିକାରୀ ପ୍ରଣବ କୁମାର ଚାନ୍ଦ, ସିଡିପିଓ ସୁଷମା ମିଶ୍ର, ଜିଲା ମିଶନ ଶକ୍ତି ଫେଡେରେଶନ ସଭାନେତ୍ରୀ ବିଜୟଲକ୍ଷ୍ମୀ ପାଢ଼ୀ, ମିଶନ ଶକ୍ତି ବିପିସି, ଓଡ଼ିଶା ଜୀବନ […] The post ‘ସୁଭଦ୍ରା’ରେ ଆତ୍ମନିର୍ଭରଶୀଳ ହେବେ ମହିଳା appeared first on Dharitri Odia News.
କେସିଙ୍ଗା,୧୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଓ ଏନ୍ଏସିର ମିଳିତ ଉଦ୍ୟମରେ ସୁଭଦ୍ରା ଯୋଜନା ପାଇଁ ପ୍ରଶାସନ ପକ୍ଷରୁ ଏକ ବିଶାଳ ପଦଯାତ୍ରା ସଚେତନ ପାଇଁ ଶୋଭାଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମନାଭ ପୁରୋହିତ, ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ, ନିର୍ବାହୀ ଅଧିକାରୀ ପ୍ରଣବ କୁମାର ଚାନ୍ଦ, ସିଡିପିଓ ସୁଷମା ମିଶ୍ର, ଜିଲା ମିଶନ ଶକ୍ତି ଫେଡେରେଶନ ସଭାନେତ୍ରୀ ବିଜୟଲକ୍ଷ୍ମୀ ପାଢ଼ୀ, ମିଶନ ଶକ୍ତି ବିପିସି, ଓଡ଼ିଶା ଜୀବନ ଜୀବିକା ମିଶନ , ବିପିଏମ୍ଙ୍କ ସମେତ ବିଭିନ୍ନ ମହିଳା ଗୋଷ୍ଠୀଙ୍କ ନେତୃତ୍ୱରେ ଶତାଧିକ ସିଆର୍ପି,ଏମ୍ବିକେ, ଫେଡେରେଶନ କର୍ମକର୍ତ୍ତା, ସ୍ବୟଂ ସହାୟକ ଗୋଷ୍ଠୀ, ଆଇସିଡିଏସ୍ କର୍ମୀମାନେ ଯୋଗ ଦେଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହି ପଦଯାତ୍ରାଟି ବ୍ଲକ କାର୍ଯ୍ୟାଳୟରୁ ବାହାରି ସହରର ପୋଲିସ ଷ୍ଟେଶନ ଛକ ଯାଏ ପଦଯାତ୍ରା କରି ଘରେ ଘରେ ସୁଭଦ୍ରା ଯୋଜନା ନାରା ଦେଇ ଲୋକଙ୍କୁ ସଚେତନତା କରିଥିଲେ।
ଏହି ପରିପ୍ରେକ୍ଷୀରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଡିଓଶ୍ରୀ ପୁରୋହିତ ସୁଭଦ୍ରା ଯୋଜନାକୁ ନେଇ ଯେମିତି ଲୋକଙ୍କ ପାଖରେ ଠିକ୍ ଭାବେ ପହଞ୍ଚିବ ଏବଂ ମହିଳାମାନେ ସମସ୍ତେ ଯତ୍ନବାନ ହେବା ସହ ଉପକୃତ ମହିଳାମାନେ କିପରି ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହୋଇ ପାରିବେ ତାହା ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ସେହିପରି କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ପ୍ରଶାସନ ପକ୍ଷରୁ ପଦଯାତ୍ରା କରାଯାଇଥିଲା।
The post ‘ସୁଭଦ୍ରା’ରେ ଆତ୍ମନିର୍ଭରଶୀଳ ହେବେ ମହିଳା appeared first on Dharitri Odia News.