ସୁଯୋଗ ମିଳିଲେ ମହିଳାମାନେ ବହୁ ଆଗକୁ ଯାଇପାରିବେ: ଅଭ୍ୟୁଦୟ

ଭୁବନେଶ୍ୱର,୫।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଯାଜପୁର ୟୁନିଟ୍‌ (ପ୍ଲାଣ୍ଟ) ସୁରକ୍ଷା ବିଭାଗର କମାଣ୍ଡୋ ଟିମ୍‌ ସଦସ୍ୟା ସାଗରିକା ସୋରେନଙ୍କୁ ‘ଲିଙ୍ଗ ଓ ବିବିଧତା’ ବର୍ଗରେ ସମ୍ମାନଜନକ ‘ୱିଙ୍ଗସ୍‌ ଅଫ୍‌ ଷ୍ଟିଲ୍‌’ ପୁରସ୍କାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଭାରତୀୟ ଷ୍ଟିଲ୍‌ ଆସୋସିଏସନ (ଆଇଏସ୍‌ଏ) ପକ୍ଷରୁ ନୂଆଦିଲ୍ଲୀ ଠାରେ ୨ ଦିନିଆ ଭାରତୀୟ ଇସ୍ପାତ ସମ୍ମିଳନୀ/ ଏସଏ ଷ୍ଟିଲ୍‌ କନ୍‌କ୍ଲେଭର ୫ମ ସଂସ୍କରଣ ବୁଧବାରଠାରୁ ଆୟୋଜିତ ହୋଇଛି। ଏହି ଅବସରରେ ସାଗରିକା ସୋରେନଙ୍କୁ ଇସ୍ପାତ ସଚିବ […] The post ସୁଯୋଗ ମିଳିଲେ ମହିଳାମାନେ ବହୁ ଆଗକୁ ଯାଇପାରିବେ: ଅଭ୍ୟୁଦୟ appeared first on Dharitri Odia News.

ସୁଯୋଗ ମିଳିଲେ ମହିଳାମାନେ ବହୁ ଆଗକୁ ଯାଇପାରିବେ: ଅଭ୍ୟୁଦୟ

ଭୁବନେଶ୍ୱର,୫।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଯାଜପୁର ୟୁନିଟ୍‌ (ପ୍ଲାଣ୍ଟ) ସୁରକ୍ଷା ବିଭାଗର କମାଣ୍ଡୋ ଟିମ୍‌ ସଦସ୍ୟା ସାଗରିକା ସୋରେନଙ୍କୁ ‘ଲିଙ୍ଗ ଓ ବିବିଧତା’ ବର୍ଗରେ ସମ୍ମାନଜନକ ‘ୱିଙ୍ଗସ୍‌ ଅଫ୍‌ ଷ୍ଟିଲ୍‌’ ପୁରସ୍କାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଭାରତୀୟ ଷ୍ଟିଲ୍‌ ଆସୋସିଏସନ (ଆଇଏସ୍‌ଏ) ପକ୍ଷରୁ ନୂଆଦିଲ୍ଲୀ ଠାରେ ୨ ଦିନିଆ ଭାରତୀୟ ଇସ୍ପାତ ସମ୍ମିଳନୀ/ ଏସଏ ଷ୍ଟିଲ୍‌ କନ୍‌କ୍ଲେଭର ୫ମ ସଂସ୍କରଣ ବୁଧବାରଠାରୁ ଆୟୋଜିତ ହୋଇଛି। ଏହି ଅବସରରେ ସାଗରିକା ସୋରେନଙ୍କୁ ଇସ୍ପାତ ସଚିବ ନଗେନ୍ଦ୍ରନାଥ ସିହ୍ନା ଉକ୍ତ ପୁରସ୍କାର ପ୍ରଦାନ କରିଥିଲେ। ସେହିଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଦୃଢ଼ ସାହସ ଓ ସଂକଳ୍ପ ଦେଖାଇଥିବା ସାଗରିକାଙ୍କୁ କେନ୍ଦ୍ର ଭାରି ଶିଳ୍ପ ଏବଂ ଇସ୍ପାତ ମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ସାଗରିକାକୁ ଜୁରି ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରିଥିଲେ। ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଅନେକଙ୍କ ପାଇଁ ପ୍ରେରଣା ସାଜିଥିବା ସାଗରିକାଙ୍କୁ ତାଙ୍କ ନେତୃତ୍ୱ ଓ ଅଗ୍ରଣୀ ମାନସିକତା ପାଇଁ ଏହି ପୁରସ୍କାର ଦିଆଯାଇଛି। ଏପରିକି ଆଇଏସ୍‌ଏ ପକ୍ଷରୁ ସାଗରିକାଙ୍କୁ ଉକ୍ତ ପୁରସ୍କାର ମିଳିବା ଆମ ପାଇଁ ଏକ ଗୌରବର ବିଷୟ ହୋଇଥିଳାବେଳେ ତାଙ୍କ ନିଷ୍ଠା, ନେତୃତ୍ୱ ଓ ସାହସ ବେଶ୍‌ ପ୍ରେରଣାଦାୟକ । ସେହିଭଳି ଆମେ ବିଶ୍ୱାସକରୁ ଯେ ସୁଯୋଗ ମିଳିଲେ ମହିଳାମାନେ ବହୁ ଆଗକୁ ଯାଇପାରିବେ। ଏପରିକି ଆମେ ଏପରି ଏକ କର୍ମକ୍ଷେତ୍ର ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛୁ,ଯେଉଁଠି ମହିଳାମାନେ ସଶକ୍ତ ହୋଇ ଲକ୍ଷ୍ୟ ହାସଲ କରିବା ସହ ସକାରାତ୍ମକ ପ୍ରଭାବ ମଧ୍ୟ ଆଣିପାରିବେ। ଅପରପକ୍ଷରେ ସାଗରିକା କହିଛନ୍ତି, ଏହି ପୁରସ୍କାର ପାଇବା ମୋ ପାଇଁ ଏକ ବଡ଼ ଉପଲବ୍ଧି ହୋଇଥିଲାବେଳେ ପୃଷ୍ଠଭୂମି ନିର୍ବିଶେଷରେ ମହିଳାମାନେ ଯେକୌଣସି କ୍ଷେତ୍ରରେ ଉତ୍କଷ୍ଟ ହୋଇପାରିବେ।

The post ସୁଯୋଗ ମିଳିଲେ ମହିଳାମାନେ ବହୁ ଆଗକୁ ଯାଇପାରିବେ: ଅଭ୍ୟୁଦୟ appeared first on Dharitri Odia News.