ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ କରି ଖଞ୍ଜୁଥିଲେ ବିସ୍ଫୋରକ ସାମଗ୍ରୀ: ମାଡ଼ି ବସିଲେ ଯବାନ

ମାଲକାନଗିରି, ୧୭।୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକ୍‌ମା ଜିଲାରେ ଯବାନଙ୍କ ତଲାସି ଅଭିଯାନ ସମୟରେ ଜଣେ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ମାଓବାଦୀ ଜଣକ ହେଲେ କାୱାସୀ ଯୋଗା। ସେ ମାଓବାଦୀ ସଙ୍ଗଠନର କୋଣ୍ଟା ଏରିଆ କମିଟିରେ ଭଣ୍ଡାରପଦର ଆରପିସି ସଭାପତି ପଦରେ କାର୍ଯ୍ୟ କରୁଥିଲେ। ତାଙ୍କ ନିକଟରୁ ବ୍ୟାପକ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ସୁକ୍‌ମା ଜିଲାର ଗାଦିରାସ ପୋଲିସ, ଯବାନ ଜିରାମପାଲ ଜଙ୍ଗଲ […] The post ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ କରି ଖଞ୍ଜୁଥିଲେ ବିସ୍ଫୋରକ ସାମଗ୍ରୀ: ମାଡ଼ି ବସିଲେ ଯବାନ appeared first on Dharitri Odia News.

ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ କରି ଖଞ୍ଜୁଥିଲେ ବିସ୍ଫୋରକ ସାମଗ୍ରୀ: ମାଡ଼ି ବସିଲେ ଯବାନ

ମାଲକାନଗିରି, ୧୭।୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକ୍‌ମା ଜିଲାରେ ଯବାନଙ୍କ ତଲାସି ଅଭିଯାନ ସମୟରେ ଜଣେ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ମାଓବାଦୀ ଜଣକ ହେଲେ କାୱାସୀ ଯୋଗା। ସେ ମାଓବାଦୀ ସଙ୍ଗଠନର କୋଣ୍ଟା ଏରିଆ କମିଟିରେ ଭଣ୍ଡାରପଦର ଆରପିସି ସଭାପତି ପଦରେ କାର୍ଯ୍ୟ କରୁଥିଲେ। ତାଙ୍କ ନିକଟରୁ ବ୍ୟାପକ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।

ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ସୁକ୍‌ମା ଜିଲାର ଗାଦିରାସ ପୋଲିସ, ଯବାନ ଜିରାମପାଲ ଜଙ୍ଗଲ ଏହାର ଆଖପାଖ ଅଞ୍ଚଳରେ ତଲାସି କରୁଥିବାବେଳେ କିଛି ବ୍ୟକ୍ତି ସେମାନଙ୍କୁ ଦେଖି ଦୌଡ଼ିବା ଆରମ୍ଭ କରିଥିଲେ। ସେମାନଙ୍କ ଉପରେ ସନ୍ଦେହ ହେବାରୁ ଯବାନମାନେ ସେମାନଙ୍କୁ ପିଛା କରି ଜଣେ ବ୍ୟକ୍ତିକୁ କାବୁ କରିବାରେ ସଫଳ ହୋଇଥିଲେ।

ଅନ୍ୟମାନେ ସେଠାରୁ ଖସି ପଳାଇଥିଲେ। ଯବାନମାନେ କାବୁ କରିଥିବା ବ୍ୟକ୍ତିକୁ ପଚରାଉଚରା କରିବା ପରେ ସେ ମାଓବାଦୀ ସଙ୍ଗଠନର କୋଣ୍ଟା ଏରିଆ କମିଟିରେ ଭଣ୍ଡାରପଦର ଆରପିସି ସଭାପତି ପଦରେ କାର୍ଯ୍ୟ କରୁଥିବା କହିଥିଲେ। ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ କରି ବିସ୍ଫୋରକ ସାମଗ୍ରୀ ଖଞ୍ଜିବା ଉଦ୍ଦେଶ୍ୟରେ ସେମାନେ ଜଙ୍ଗଲ ମଧ୍ୟରେ ଯୋଜନା କରୁଥିବା ସ୍ବୀକାର କରିଥିଲେ। ଯବାନମାନେ ତାଙ୍କ ନିକଟରୁ ୫ଟି ଜିଲୋଟିନ ରଡ, ୪ଟି ଇଲେକ୍ଟ୍ରିକ ଡିଟୋନେଟର, କର୍ଡେକ୍ସ ତାର, ଟିଫିନ, ମାଓବାଦୀ ପୋଷ୍ଟର ଆଦି ଜବତ କରି କାୱାସୀ ଯୋଗାଙ୍କୁ ଗିରଫ କରିଥିଲେ।

The post ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ କରି ଖଞ୍ଜୁଥିଲେ ବିସ୍ଫୋରକ ସାମଗ୍ରୀ: ମାଡ଼ି ବସିଲେ ଯବାନ appeared first on Dharitri Odia News.