ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ମାଡ଼ କଲେ ଆତଙ୍କବାଦୀ, ଏନକାଉଣ୍ଟର ଜାରି

ଏନକାଉଣ୍ଟରରେ ଜମ୍ମୁ-କଶ୍ମୀର ପୁଲିସ ସହ ସ୍ଥଳନ ସେନା ଓ ସିଆରପିଏଫ ଯବାନମାନେ ସାମିଲ ରହିଛନ୍ତି। 

ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ମାଡ଼ କଲେ ଆତଙ୍କବାଦୀ, ଏନକାଉଣ୍ଟର ଜାରି

ଜମ୍ମୁ-କଶ୍ମୀରର ବାନ୍ଦିପୋରାରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଆରମ୍ଭ ହୋଇଛି। ଗୁଇନ୍ଦା ସୂଚନା ଆଧାରରେ ଆଜି ସୁରକ୍ଷାକର୍ମୀମାନେ ଉପତ୍ୟକାର ଉତ୍ତରପୂର୍ବ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

ସେମାନେ ବାନ୍ଦିପୁରର ଚୁନ୍ତାୱାଡି କୈସ୍ତାନ ଅଞ୍ଚଳକୁ କର୍ଡନ କରୁଥିବା ବେଳେ ସେଠାରେ ରହିଥିବା ଆତଙ୍କବାଦୀମାଦେ ଗୁଳି ମାଡ଼ ଆରମ୍ଭ କରିଦେଇଥିଲେ। ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦିଆଯାଇଛି।

ଏବେ ବି ସେଠାରେ ଗୁଳି ବିନିମୟ ଜାରି ରହିଥିବା ବେଳେ ଅଧିକ ସଂଖ୍ୟକ ଫୋର୍ସକୁ ପଠାଯାଇଛି। ଏନକାଉଣ୍ଟରରେ ଜମ୍ମୁ-କଶ୍ମୀର ପୁଲିସ ସହ ସ୍ଥଳନ ସେନା ଓ ସିଆରପିଏଫ ଯବାନମାନେ ସାମିଲ ରହିଛନ୍ତି। 

ଅନ୍ୟପକ୍ଷରେ ଆଉ ଏକ ପୃଥକ ଅପରେସନ ଦ୍ୱାରା ଜମ୍ମୁ-କଶ୍ମୀର ପୁଲିସ୍‌ ଆର୍ମିର ୨୨ ରାଷ୍ଟ୍ରୀୟ ରାଇଫଲ୍ସ ଓ ସିଆରପିଏଫର ୯୨ ବାଟାଲିୟନ ଜରିଆରେ ଜଣେ ଆତଙ୍କବାଦୀକୁ ଧରିବାକୁ ସକ୍ଷମ ହୋଇଛି।

ଗିରଫ ଆତଙ୍କବାଦୀ ଜଣକ ହେଲା ଆଶିକ ହୁସେନ ୱାନି। ତା’ ଘର ସୋପୋରର ତୁଜାର ଶରୀଫ ଅଞ୍ଚଳରେ। ୱାନ ପାଖରୁ ଗୋଟିଏ ପିସ୍ତଲ, ମାଗାଜିକ ଓ ୭ଟି ଜୀବନ୍ତ ଗୁଳି ଜବତ ହୋଇଛି।