ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ମୃତ
ମାଲକାନଗିରି,୧୧ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ବିଜାପୁର ଜିଲାରେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ମୁନଗା ଜଙ୍ଗଲରେ ଡିଭିସିଏମ୍ ଦିନେଶ ମୋଡିୟମ୍, ଆକାଶ ହେମଲା, କମ୍ପନୀ ନଂ ୨ କମାଣ୍ଡର ବେଲ୍ଲା, ମିଲିସିୟା ପ୍ଲାଟୁନ କମାଣ୍ଡର କମଲୁ ଓ ଅନ୍ୟ ୩୦ରୁ ୪୦ ମାଓବାଦୀଙ୍କ ଉପସ୍ଥିତି ସମ୍ବନ୍ଧୀୟ ସୁଚନା ପାଇ ଡିଆର୍ଜି ଯବାନମାନେ ଉକ୍ତ ଜଙ୍ଗଲକୁ କୋମ୍ବିଂ ଲାଗି ଯାଇଥିଲେ। ତେବେ ମାଓବାଦୀଙ୍କ ଦ୍ୱାରା ପୂର୍ବରୁ ଉକ୍ତ ଜଙ୍ଗଲରେ ଆଇଇଡି ଖଞ୍ଜା […] The post ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ମୃତ appeared first on Dharitri Odia News.
ମାଲକାନଗିରି,୧୧ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ବିଜାପୁର ଜିଲାରେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ମୁନଗା ଜଙ୍ଗଲରେ ଡିଭିସିଏମ୍ ଦିନେଶ ମୋଡିୟମ୍, ଆକାଶ ହେମଲା, କମ୍ପନୀ ନଂ ୨ କମାଣ୍ଡର ବେଲ୍ଲା, ମିଲିସିୟା ପ୍ଲାଟୁନ କମାଣ୍ଡର କମଲୁ ଓ ଅନ୍ୟ ୩୦ରୁ ୪୦ ମାଓବାଦୀଙ୍କ ଉପସ୍ଥିତି ସମ୍ବନ୍ଧୀୟ ସୁଚନା ପାଇ ଡିଆର୍ଜି ଯବାନମାନେ ଉକ୍ତ ଜଙ୍ଗଲକୁ କୋମ୍ବିଂ ଲାଗି ଯାଇଥିଲେ। ତେବେ ମାଓବାଦୀଙ୍କ ଦ୍ୱାରା ପୂର୍ବରୁ ଉକ୍ତ ଜଙ୍ଗଲରେ ଆଇଇଡି ଖଞ୍ଜା ଯାଇଥିବା ବେଳେ ଯବାନମାନଙ୍କ କୋମ୍ବିଂ ସମୟରେ ଆଇଇଡି ବିସ୍ଫୋରଣ ହୋଇଥିଲା। ଫଳରେ ଜଣେ ଯବାନ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟମାନେ ଆଗକୁ ଯାଇଥିଲେ। ତେବେ ମାଓବାଦୀମାନେ ଯବାନଙ୍କ ଆସୁଥିବା ଦେଖି ପ୍ରଥମେ ଗୁଳି ଚାଳଣା କରିଥିଲେ । ପାଲଟା ଜବାବରେ ଯବାନମାନେ ମଧ୍ୟ ଗୁଳି ଚାଳନା କରିଥିବା ବେଳେ ତାଙ୍କ ଆକ୍ରମଣକୁ ସାମନା କରି ନ ପାରି ଜଙ୍ଗଲରେ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ଜବାନମାନେ ଜଣେ ମାଓବାଦୀଙ୍କ ମୃତଦେହ ସହ ଗୋଟିଏ ୯ ଏମ୍ଏମ୍ ପିସ୍ତଲ, ଗୋଟିଏ ଆଇଇଡି ୬ ରିମୋଟ ସ୍ବିଚ୍ ଜବତ କରିଛନ୍ତି।
The post ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ମୃତ appeared first on Dharitri Odia News.