ସୁସ୍ଥ ଜୀବନଯାପନକୁ ଗୁରୁତ୍ୱ
ଭୁବନେଶ୍ୱର,୧୬।୩: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଜୀବନଯାପନ ଅତିବାହିତ କରିବା ଏକ ପ୍ରମୁଖ ସମସ୍ୟା ପାଲଟିଛି। ଫଳରେ ସବୁବର୍ଗର ଲୋକ ନାନା ପ୍ରକାର ରୋଗର ଶିକାର ହେଉଥିବାବେଳେ କିଡ୍ନୀ ରୋଗ ସେଥିମଧ୍ୟରୁ ଅନ୍ୟତମ ବୋଲି କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଆୟୋଜିତ କେୟାର କନେକ୍ଟ କର୍ମଶାଳାରେ ଯୋଗଦେଇଥିବା ଅତିଥି ତଥା ହସ୍ପିଟାଲର କିଡ୍ନୀ ରୋଗ ବିଶେଷଜ୍ଞମାନେ ଏଭଳି କିଛି ମତପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ,କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ବିଶ୍ୱ କିଡ୍ନୀ ଦିବସ ନିକଟରେ ପାଳିତ ହୋଇଯାଇଛି। ଏପରିକି […] The post ସୁସ୍ଥ ଜୀବନଯାପନକୁ ଗୁରୁତ୍ୱ appeared first on Dharitri Odia News.
ଭୁବନେଶ୍ୱର,୧୬।୩: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଜୀବନଯାପନ ଅତିବାହିତ କରିବା ଏକ ପ୍ରମୁଖ ସମସ୍ୟା ପାଲଟିଛି। ଫଳରେ ସବୁବର୍ଗର ଲୋକ ନାନା ପ୍ରକାର ରୋଗର ଶିକାର ହେଉଥିବାବେଳେ କିଡ୍ନୀ ରୋଗ ସେଥିମଧ୍ୟରୁ ଅନ୍ୟତମ ବୋଲି କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଆୟୋଜିତ କେୟାର କନେକ୍ଟ କର୍ମଶାଳାରେ ଯୋଗଦେଇଥିବା ଅତିଥି ତଥା ହସ୍ପିଟାଲର କିଡ୍ନୀ ରୋଗ ବିଶେଷଜ୍ଞମାନେ ଏଭଳି କିଛି ମତପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ,କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ବିଶ୍ୱ କିଡ୍ନୀ ଦିବସ ନିକଟରେ ପାଳିତ ହୋଇଯାଇଛି। ଏପରିକି କିଡ୍ନୀ ପ୍ରତିରୋପଣ ପରେ ଜୀବନ ବିଷୟରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ କେୟାର ହସ୍ପିଟାଲ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘କେୟାର କନେକ୍ଟ’ର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର କେୟାର ହସ୍ପିଟାଲର ଏମ୍ଏସ୍ ଡା. ଏ. ଶ୍ୟାମପ୍ରସାଦ, ଡା. ସାନନ୍ଦା ବାଗ, ଡା. ଅଶୋକ ପଣ୍ଡା, ଡା. ବିବେକାନନ୍ଦ ପଣ୍ଡା ଏବଂ ଡା. ଲୋକନାଥ ଦାଶ ପ୍ରମୁଖ ଉପସ୍ଥିତ ରହି କିଡ୍ନୀ ରୋଗ ନିରାକରଣ, ଲକ୍ଷଣ ଓ ଆଗୁଆ ପଦକ୍ଷେପ ଆଦି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।
The post ସୁସ୍ଥ ଜୀବନଯାପନକୁ ଗୁରୁତ୍ୱ appeared first on Dharitri Odia News.