ସୁସ୍ମିତାଙ୍କ ଚିକିତ୍ସାକୁ ନେଇ ବଢ଼ିଲା ଆଶା: ସହାୟତା ପାଇଁ ଆଗେଇ ଆସିଲା ଜିଲା ପ୍ରଶାସନ

ଦାରିଙ୍ଗବାଡି, ୨୪।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗୌଡ଼ ସାହିର ଯୁକ୍ତ ଦୁଇ ଛାତ୍ରୀ ସୁସ୍ମିତା ଗୌଡ଼ଙ୍କ ଦୁର୍ଘଟଣାରେ ଦୁଇଟି ଗୋଡ଼ ଭାଙ୍ଗିଯାଇ ଥିବାବେଳେ ତାଙ୍କର ଆହୁରି ଅଧିକା ଚିକିତ୍ସାର ଆବଶ୍ୟକତା ରହିଛି। ତାଙ୍କର ଏଥିପାଇଁ ଆର୍ଥିକ ପରିସ୍ଥିତି ଭଲ ନ ଥିବାରୁ ତାଙ୍କର ଚିକିତ୍ସା ନେଇ ତାଙ୍କ ପରିବାର ଚିନ୍ତାରେ ରହିଛନ୍ତି। ସେ ଡାକ୍ତର ହେବାକୁ ସ୍ବପ୍ନ ଦେଖୁଥିବା ବେଳେ ସ୍ବପ୍ନ ଚୁରମାର ହୋଇଥିବା ଆଶଙ୍କା କରାଯାଇଥିଲା। ଏ ସମ୍ପର୍କିତ ଖବର କେବଳ ଧରିତ୍ରୀ ପୋର୍ଟାଲରେ […] The post ସୁସ୍ମିତାଙ୍କ ଚିକିତ୍ସାକୁ ନେଇ ବଢ଼ିଲା ଆଶା: ସହାୟତା ପାଇଁ ଆଗେଇ ଆସିଲା ଜିଲା ପ୍ରଶାସନ appeared first on Dharitri Odia News.

ସୁସ୍ମିତାଙ୍କ ଚିକିତ୍ସାକୁ ନେଇ ବଢ଼ିଲା ଆଶା: ସହାୟତା ପାଇଁ ଆଗେଇ ଆସିଲା ଜିଲା ପ୍ରଶାସନ

ଦାରିଙ୍ଗବାଡି, ୨୪।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗୌଡ଼ ସାହିର ଯୁକ୍ତ ଦୁଇ ଛାତ୍ରୀ ସୁସ୍ମିତା ଗୌଡ଼ଙ୍କ ଦୁର୍ଘଟଣାରେ ଦୁଇଟି ଗୋଡ଼ ଭାଙ୍ଗିଯାଇ ଥିବାବେଳେ ତାଙ୍କର ଆହୁରି ଅଧିକା ଚିକିତ୍ସାର ଆବଶ୍ୟକତା ରହିଛି। ତାଙ୍କର ଏଥିପାଇଁ ଆର୍ଥିକ ପରିସ୍ଥିତି ଭଲ ନ ଥିବାରୁ ତାଙ୍କର ଚିକିତ୍ସା ନେଇ ତାଙ୍କ ପରିବାର ଚିନ୍ତାରେ ରହିଛନ୍ତି। ସେ ଡାକ୍ତର ହେବାକୁ ସ୍ବପ୍ନ ଦେଖୁଥିବା ବେଳେ ସ୍ବପ୍ନ ଚୁରମାର ହୋଇଥିବା ଆଶଙ୍କା କରାଯାଇଥିଲା।

ଏ ସମ୍ପର୍କିତ ଖବର କେବଳ ଧରିତ୍ରୀ ପୋର୍ଟାଲରେ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରକାଶିତ ପରେ ଜିଲା ପ୍ରଶାସନ ସୁସ୍ମିତାଙ୍କୁ ସହାୟତା କରିବାକୁ ପଦକ୍ଷେପ ନେବା ଆରମ୍ଭ କରିଛି । ଜିଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ, ଦାରିଙ୍ଗବାଡି ତହସିଲଦାର ଶରତ ଶବର ଓ ଅନ୍ୟ କର୍ମଚାରି ଗୌଡ଼ ସାହିରେ ରହୁଥିବା ସୁସ୍ମିତାଙ୍କ ଘରେ ପହଞ୍ଚି ତାଙ୍କ ମେଡିକାଲ ରିପୋର୍ଟ, ଏକ୍ସରେ ରିପୋର୍ଟ ସବୁ ଦେଖିବା ସହ ସୁସ୍ମିତାଙ୍କ ସହ ଆଲୋଚନା କରିବା ସହ ଆର୍ଥିକ ସହାୟତା ପାଇଁ ତାଙ୍କ ଠାରୁ ତହସିଲଦାର ଦରଖାସ୍ତ ଗ୍ରହଣ କରିଛନ୍ତି।

ଆଲୋଚନା ସମୟରେ ସୁସ୍ମିତା ତହସିଲଦାର ଶରତ ସବରଙ୍କୁ ନିଜ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବା ସହ ଆହୁରି ୪ଟି ଅପରେଶନର ଆବଶ୍ୟକ ରହିଥିବା ଡାକ୍ତର ପରାମର୍ଶ ଦେଇଥିବା ଜଣାଇଥିଲେ ଏଥିସହ ସେ ଶୀଘ୍ର ସୁସ୍ଥ ହେଲେ ପୁଣି ପାଠ ପଢିବା ସହ ଭଲ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା ସେ ଜଣାଇଥିଲେ। ତହସିଲଦାର ସୁସ୍ମିତାଙ୍କ ଦରଖାସ୍ତ ଗ୍ରହଣ କରିବା ସହ ଜିଲାପାଳଙ୍କ ନିକଟକୁ ପଠାଇବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ସୁସ୍ମିତା ଯୁକ୍ତ ଦୁଇ ଦିତୀୟ ବର୍ଷର ବିଜ୍ଞାନ ଛାତ୍ରୀ ହୋଇଥିବାବେଳେ ସେ ଜାନୁୟାରୀ ପହିଲାରେ ଦୁର୍ଘଟଣାର ଶିକାର ହୋଇଥିଲେ। ସେହିଦିନ ଠାରୁ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆହୁରି ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାରୁ ସେ ଘରେ ଅଛନ୍ତି। ତାଙ୍କ ପରିବାର ସୁସ୍ମିତାଙ୍କୁ ଚିକିତ୍ସା କରାଇବା ସାମର୍ଥ ହେଉ ନ ଥିବା ତାଙ୍କ ମା’ ଶଶୀ ଗୌଡ଼ କହିଛନ୍ତି।

 

The post ସୁସ୍ମିତାଙ୍କ ଚିକିତ୍ସାକୁ ନେଇ ବଢ଼ିଲା ଆଶା: ସହାୟତା ପାଇଁ ଆଗେଇ ଆସିଲା ଜିଲା ପ୍ରଶାସନ appeared first on Dharitri Odia News.