ସେକ୍ସ ଟେପ୍ ମାମଲାରେ ଏଚଡି ରେବାନ୍ନାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ

ନୂଆଦିଲ୍ଲୀ : ସେକ୍ସ ଟେପ୍ ମାମଲାରେ ଏନଡିଏର ହାସନ ଲୋକସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ପ୍ରଜ୍ବଳ ରେବାନ୍ନା ଏବଂ ତାଙ୍କ ବାପା ଏଚଡି ରେବାନ୍ନାଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରଜ୍ବଳ ରେବାନ୍ନାଙ୍କ ପରେ ଏବେ ପୁଣି ଏଚଡି ରେବାନ୍ନାଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି ହୋଇଛି। ରିପୋର୍ଟ ଅନୁଯାୟୀ ଏଚଡି ରେବାନ୍ନାଙ୍କ ବିଦେଶ ଗସ୍ତ ଉପରେ କଟକଣା ଲଗାଇବାପାଇଁ ତାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ ଜାରି ହୋଇଛି। ଇତି ମଧ୍ୟରେ ୭୦୦ରୁ ଅଧିକ ନାଗରିକ ଏନସିଡବ୍ଲ୍ୟୁ […]

ସେକ୍ସ ଟେପ୍ ମାମଲାରେ ଏଚଡି ରେବାନ୍ନାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ

ନୂଆଦିଲ୍ଲୀ : ସେକ୍ସ ଟେପ୍ ମାମଲାରେ ଏନଡିଏର ହାସନ ଲୋକସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ପ୍ରଜ୍ବଳ ରେବାନ୍ନା ଏବଂ ତାଙ୍କ ବାପା ଏଚଡି ରେବାନ୍ନାଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରଜ୍ବଳ ରେବାନ୍ନାଙ୍କ ପରେ ଏବେ ପୁଣି ଏଚଡି ରେବାନ୍ନାଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି ହୋଇଛି। ରିପୋର୍ଟ ଅନୁଯାୟୀ ଏଚଡି ରେବାନ୍ନାଙ୍କ ବିଦେଶ ଗସ୍ତ ଉପରେ କଟକଣା ଲଗାଇବାପାଇଁ ତାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ ଜାରି ହୋଇଛି। ଇତି ମଧ୍ୟରେ ୭୦୦ରୁ ଅଧିକ ନାଗରିକ ଏନସିଡବ୍ଲ୍ୟୁ (ଜାତୀୟ ମହିଳା କମିସନ)କୁ ଖୋଲା ଚିଠି ଲେଖି ରେବାନ୍ନାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି କରିଛନ୍ତି। ଉକ୍ତ ଘଟଣାର ତଦନ୍ତ କରୁଥିବା ଏସଆଇଟି କର୍ଣ୍ଣାଟକର ହୋଲେନରସିପୁର ସ୍ଥିତ ରେବାନ୍ନାଙ୍କ ବାସଭବନରେ ପହଞ୍ଚି ତଦନ୍ତ କରିବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ୩୩ ବର୍ଷୀୟ ପ୍ରଜ୍ବଳ ରେବାନ୍ନା ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏଚଡି ରେବାନ୍ନାଙ୍କ ସହ ଜଡ଼ିତ ଅପହରଣ ମାମଲାରେ ଏସଆଇଟି ତଦନ୍ତ ଜୋରଦାର କରିଛି। ଜଣେ ୨୦ ବର୍ଷୀୟ ଯୁବକ ଜେଡିଏସ ବିଧାୟକଙ୍କ ସହଯୋଗୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଯୁବକଙ୍କ ଅଭିଯୋଗ ଅନୁଯାୟୀ ବିଧାୟକଙ୍କ ସହଯୋଗୀ ତାଙ୍କ ମା’ଙ୍କୁ ଅପହରଣ କରିନେଇଥିଲେ। ଅଭିଯୋଗକାରୀ ଯୁବକଙ୍କ ନାଁ ରାଜୁ ଏଚଡି। ରାଜୁ ଏବଂ ତାଙ୍କ ମା’ ରେବାନ୍ନାଙ୍କ ଫାର୍ମହାଉସରେ କାମ କରୁଥିଲେ। ଉକ୍ତ ମାମଲାରେ ତଦନ୍ତକାରୀ ଦଳ ୫୦ରୁ ଅଧିକ ସ୍ଥାନରେ ଖୋଜାଖୋଜି କଲେଣି। କିନ୍ତୁ କେଉଁଠି ବି ତାଙ୍କ ପତ୍ତା ମିଳୁନି। ପୁଲିସ ଉକ୍ତ ଘଟଣାରେ ରେବାନ୍ନାଙ୍କ ଘନିଷ୍ଠ ସହଯୋଗୀ ସତିଶଙ୍କ ମୋବାଇଲ ଫୋନ ସିଜ୍ କରିଛି। ଉକ୍ତ ମୋବାଇଲ ଫୋନକୁ ଫରେନ୍ସିକ ଲ୍ୟାବକୁ ପଠାଯାଇଛି। ସତିଶର ମୋବାଇଲ ଫୋନ ଦ୍ବାରା ପୁଲିସ ଅପହୃତ ହୋଇଥିବା ମହିଳାଙ୍କୁ ଖୋଜିବାକୁ ଚେଷ୍ଟା କରୁଛି।