ସେନାର ମେଡିକାଲ ସେବାର ଡାଇରେକ୍ଟର ଜେନେରାଲ ହେଲେ ସାଧନା ନାୟର, ପଦ ସମ୍ଭାଳିବାରେ ହେଉଛନ୍ତି ପ୍ରଥମ ମହିଳା
ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ସାଧନା ସକ୍ସେନା ନାୟର, ଭାରତୀୟ ସେନାର ମେଡିକାଲ ସେବାର ଡାଇରେକ୍ଟର ଜେନେରାଲ ହୋଇଛନ୍ତି। ଏହି ପଦ ସମ୍ଭାଳିବାରେ ସେ ହେଉଛନ୍ତି ଦେଶର ପ୍ରଥମ ମହିଳା । ଏହା ପୂର୍ବରୁ ସେ ଏୟାର ମାର୍ଶଲ ପଦରେ ପଦୋନ୍ନାତି ପରେ ସଶସ୍ତ୍ର ବଳର ଚିକିତ୍ସା ସେବାର ମହାନିର୍ଦ୍ଦେଶକ ପଦ ସମ୍ଭାଳିବାରେ ମଧ୍ୟ ପ୍ରଥମ ମହିଳା ହୋଇଥିଲେ। ଜେନେରାଲ ସାଧନା ସକ୍ସେନା ଭାରତୀୟ ବାୟୁ ସେନାର ପଶ୍ଚିମ ଏୟାର କମାଣ୍ଡ ଏବଂ ଟ୍ରେନିଂ କମାଣ୍ଡର ପ୍ରଥମ ମହିଳା ଚିଫ୍ ମେଡିକାଲ ଅଫିସର ମଧ୍ୟ ରହିସାରିଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ ଗୁରୁବାର ଏକ ବିବୃତ୍ତିରେ କହିଛନ୍ତି ଯେ, ଲେଫ୍ଟନାଣ୍ଟ ଜେନେରାଲ ଜେନେରାଲ ସାଧନା ସକ୍ସେନା ଇସ୍ରାଏଲ ସେନା ସହ ରାସାୟନିକ, ଜୈବକ, ରେଡିଓଲଜିକାଲ ଏବଂ ପରମାଣୁ ଯୁଦ୍ଧରେ ପ୍ରଶିକ୍ଷଣ ନେଇଛନ୍ତି। ଏହା ସହ ସେ ସ୍ପିଜରେ ସ୍ବିସ ସଶସ୍ତ୍ର ବଳ ସହ ସୈନ୍ୟ ଚିକିତ୍ସା ଏଥିକ୍ସରେ ଟ୍ରେନିଂ ନେଇଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ସାଧନା ସକ୍ସେନା ନାୟର ପ୍ରୟାଗରାଜର ସେଣ୍ଟ ମ୍ୟାରୀ କଭେଣ୍ଟରୁ ସ୍କୁଲ ଶିକ୍ଷା ଆରମ୍ଭ କରିଥିଲେ। ସାଧନା ନାୟର ପୁଣେର ସଶସ୍ତ୍ର ବଳ ଚିକିତ୍ସା ମହାବିଦ୍ୟାଳୟରୁ ଗ୍ରାଜୁଏସନ କରିଥିଲେ। ସାଧନା ସକ୍ସେନା ନାୟର ଫ୍ୟାମିଲି ମେଡିସିନରେ ଗ୍ରାଜୁଏଟ ଡିଗ୍ରୀ, ମାତୃ ଏବଂ ଶିଶୁ ସ୍ବାସ୍ଥ୍ୟରେ ଡିପ୍ଲୋମା କରିଛନ୍ତି। ଆର୍ମି ମେଡିକାଲ କର୍ପରେ ୧୯୮୫ରେ ନିଯୁକ୍ତ ହୋଇଥିଲେ।ସେ ଦିଲ୍
ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ସାଧନା ସକ୍ସେନା ନାୟର, ଭାରତୀୟ ସେନାର ମେଡିକାଲ ସେବାର ଡାଇରେକ୍ଟର ଜେନେରାଲ ହୋଇଛନ୍ତି। ଏହି ପଦ ସମ୍ଭାଳିବାରେ ସେ ହେଉଛନ୍ତି ଦେଶର ପ୍ରଥମ ମହିଳା । ଏହା ପୂର୍ବରୁ ସେ ଏୟାର ମାର୍ଶଲ ପଦରେ ପଦୋନ୍ନାତି ପରେ ସଶସ୍ତ୍ର ବଳର ଚିକିତ୍ସା ସେବାର ମହାନିର୍ଦ୍ଦେଶକ ପଦ ସମ୍ଭାଳିବାରେ ମଧ୍ୟ ପ୍ରଥମ ମହିଳା ହୋଇଥିଲେ। ଜେନେରାଲ ସାଧନା ସକ୍ସେନା ଭାରତୀୟ ବାୟୁ ସେନାର ପଶ୍ଚିମ ଏୟାର କମାଣ୍ଡ ଏବଂ ଟ୍ରେନିଂ କମାଣ୍ଡର ପ୍ରଥମ ମହିଳା ଚିଫ୍ ମେଡିକାଲ ଅଫିସର ମଧ୍ୟ ରହିସାରିଛନ୍ତି।
ପ୍ରତିରକ୍ଷା ମନ୍ତ୍ରାଳୟ ଗୁରୁବାର ଏକ ବିବୃତ୍ତିରେ କହିଛନ୍ତି ଯେ, ଲେଫ୍ଟନାଣ୍ଟ ଜେନେରାଲ ଜେନେରାଲ ସାଧନା ସକ୍ସେନା ଇସ୍ରାଏଲ ସେନା ସହ ରାସାୟନିକ, ଜୈବକ, ରେଡିଓଲଜିକାଲ ଏବଂ ପରମାଣୁ ଯୁଦ୍ଧରେ ପ୍ରଶିକ୍ଷଣ ନେଇଛନ୍ତି। ଏହା ସହ ସେ ସ୍ପିଜରେ ସ୍ବିସ ସଶସ୍ତ୍ର ବଳ ସହ ସୈନ୍ୟ ଚିକିତ୍ସା ଏଥିକ୍ସରେ ଟ୍ରେନିଂ ନେଇଛନ୍ତି।
ଲେଫ୍ଟନାଣ୍ଟ ଜେନେରାଲ ସାଧନା ସକ୍ସେନା ନାୟର ପ୍ରୟାଗରାଜର ସେଣ୍ଟ ମ୍ୟାରୀ କଭେଣ୍ଟରୁ ସ୍କୁଲ ଶିକ୍ଷା ଆରମ୍ଭ କରିଥିଲେ। ସାଧନା ନାୟର ପୁଣେର ସଶସ୍ତ୍ର ବଳ ଚିକିତ୍ସା ମହାବିଦ୍ୟାଳୟରୁ ଗ୍ରାଜୁଏସନ କରିଥିଲେ। ସାଧନା ସକ୍ସେନା ନାୟର ଫ୍ୟାମିଲି ମେଡିସିନରେ ଗ୍ରାଜୁଏଟ ଡିଗ୍ରୀ, ମାତୃ ଏବଂ ଶିଶୁ ସ୍ବାସ୍ଥ୍ୟରେ ଡିପ୍ଲୋମା କରିଛନ୍ତି। ଆର୍ମି ମେଡିକାଲ କର୍ପରେ ୧୯୮୫ରେ ନିଯୁକ୍ତ ହୋଇଥିଲେ।ସେ ଦିଲ୍ଲୀ ଏମ୍ସରେ ମେଡିକାଲ ଇଫର୍ମେଟିକ୍ସରେ ଦୁଇ ବର୍ଷର ଟ୍ରେନିଂ ମଧ୍ୟ ନେଇଛନ୍ତି। ଏହା ବ୍ୟତୀତ ସେ ଇସ୍ରାଏଲ ପ୍ରତିରକ୍ଷା ବଳ ସହ ସିବିଆରଏନ ଓ୍ବେଲଫେୟାର ଏବଂ ନ୍ୟୁଜିଲାଣ୍ଡର ସ୍ପିଜ (Speiz)ରେ ସ୍ବିସ ସଶସ୍ତ୍ର ବଳଙ୍କ ସହ ମିଲିଟାରୀ ମେଡିକାଲ ଏଥିକ୍ସରେ ଟ୍ରେନିଂ ନେଇଛନ୍ତି। ସାଧନା ସକ୍ସେନା, ଓ୍ବେଷ୍ଟର୍ଣ୍ଣ ଏୟାର କମାଣ୍ଡ, ଆଇଏଏଫ ଏବଂ ଟ୍ରେନିଂ କମାଣ୍ଡ, ଆଇଏଏଫର ପ୍ରଥମ ମହିଳା ପ୍ରିନ୍ସିପାଲ ମେଡିକାଲ ଅଫିସର ମଧ୍ୟ ରହିଛନ୍ତି।
ଲେଫ୍ଟନାଣ୍ଟ ନାୟରଙ୍କୁ ଉତ୍କୃଷ୍ଟ ସେବା ପାଇଁ ରାଷ୍ଟ୍ରପତିଙ୍କ ଦ୍ବାରା ଏୟାର ଅଫିସର କମାଣ୍ଡିଙ୍ଗ-ଇନ୍-ଚିଫ୍, ପଶ୍ଚିମ ଏୟାର କମାଣ୍ଡ ଏବଂ ଚିଫ୍ ଅଫ୍ ଦ ଏୟାର ଷ୍ଟାଫ୍ ପ୍ରଶଂସା ପତ୍ର ସହ ବିଶିଷ୍ଟ ସେବା ପଦକରେ ମଦ୍ୟ ସମ୍ମାନିତ କରାଯାଇଛି।