ସରକାରଙ୍କୁ ରେକର୍ଡ ୨.୬୯ ଲକ୍ଷ କୋଟି ଟଙ୍କା ଲାଭାଂଶ ଦେବ RBI, ବୋର୍ଡ ବୈଠକ ପରେ ଘୋଷଣା

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ସରକାରଙ୍କ ପାଇଁ ୨.୬୯ ଲକ୍ଷ କୋଟି ଟଙ୍କା ଲାଭାଂଶ ଘୋଷଣା କରିଛି । ଏହି ଡିଭିଡେଣ୍ଡ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଦିଆଯିବ । ଆରବିଆଇ ବୋର୍ଡର ମେ ୨୩ ହୋଇଥିବା ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି । ତେବେ ଏହି ଲାଭାଂଶ ଘୋଷଣା ଅନୁମାନଠାରୁ କମ ରହିଛି । ବିଶେଷଜ୍ଞଙ୍କ ଅନୁମାନ ଥିଲା ଯେ କେନ୍ଦ୍ରୀୟ ବ୍ୟାଙ୍କ ସରକାରଙ୍କ ପାଇଁ ୨.୫ରୁ ୩.୫ ଲକ୍ଷ କୋଟି ଟଙ୍କାର ଲାଭାଂଶ ଘୋଷଣା କରିପାରେ ।ବିଶେଷଜ୍ଞଙ୍କ ଅନୁମାନ ଥିଲା, ଗତ ଆର୍ଥିକ ବର୍ଷରେ ଆରବିଆଇ ନିଜ ପରିଚାଳନାଠାରୁ ଅଧିକ ଆୟ କରିବ । କେନ୍ଦ୍ରୀୟ ବ୍ୟାଙ୍କ ଗତ ସପ୍ତାହରେ ଇକୋନମିକ୍ କ୍ୟାପିଟାଲ୍ ଫ୍ରେମ୍‌ୱାର୍କ (ଇସିଏଫ୍) ଉପରେ ବିଚାର କରିଥିଲା । ଏହି ଫ୍ରେମ୍‌ୱାର୍କ ଅଧିନରେ ଆର୍‌ବିଆଇ ନିଜ ଲାଭର କେତେ ଅଂଶ ସରକାରଙ୍କୁ ଲାଭାଂଶ ବାବାଦରେ ଦେବ ତାହା ସ୍ଥିର ହୋଇଥାଏ । ତେବେ ଆର୍‌ବିଆଇର ଏହି ଡିଭିଡେଣ୍ଡ ପୂର୍ବ ବର୍ଷ ତୁଳନାରେ ବହୁ ଅଧିକ । ୨୦୨୩-୨୪ରେ ଆରବିଆଇ ସରକାରଙ୍କୁ ୨.୧ ଲକ୍ଷ କୋଟି ଟଙ୍କାର ଲାଭାଂଶ ଦେଇଥିଲା ।ବିଶେଷଜ୍ଞ ମତରେ କେନ୍ଦ୍ରୀୟ ବ୍ୟାଙ୍କଠାରୁ ୨.୬୯ ଲକ୍ଷ କୋଟି ଟଙ୍କା ଲାଭାଂଶ ସରକାରଙ୍କୁ ବଡ଼ ସହାୟତା ପ୍ରଦାନ କରିବ । ଏହାଦ୍ୱାରା ସିଷ୍ଟମରେ ନମନିୟତା (ଲିକ୍ୱିଡିଟି) ବଢିବ । ଏହାସହ ସରକାରଙ୍କ ବର୍ତ୍ତୀୟ ନିଅଣ୍ଟ ଉପରେ ଚାପ କମ ପଡ଼ିବ । ଫଳରେ ସରକାର ମଧ୍ୟ ବଜାରରୁ କମ ଋଣ ନେବେ । ଗୁରୁତ୍ୱପୂର୍ଣ୍ଣ କଥା

ସରକାରଙ୍କୁ ରେକର୍ଡ ୨.୬୯ ଲକ୍ଷ କୋଟି ଟଙ୍କା ଲାଭାଂଶ ଦେବ RBI, ବୋର୍ଡ ବୈଠକ ପରେ ଘୋଷଣା

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ସରକାରଙ୍କ ପାଇଁ ୨.୬୯ ଲକ୍ଷ କୋଟି ଟଙ୍କା ଲାଭାଂଶ ଘୋଷଣା କରିଛି । ଏହି ଡିଭିଡେଣ୍ଡ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଦିଆଯିବ । ଆରବିଆଇ ବୋର୍ଡର ମେ ୨୩ ହୋଇଥିବା ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି । ତେବେ ଏହି ଲାଭାଂଶ ଘୋଷଣା ଅନୁମାନଠାରୁ କମ ରହିଛି । ବିଶେଷଜ୍ଞଙ୍କ ଅନୁମାନ ଥିଲା ଯେ କେନ୍ଦ୍ରୀୟ ବ୍ୟାଙ୍କ ସରକାରଙ୍କ ପାଇଁ ୨.୫ରୁ ୩.୫ ଲକ୍ଷ କୋଟି ଟଙ୍କାର ଲାଭାଂଶ ଘୋଷଣା କରିପାରେ ।

ବିଶେଷଜ୍ଞଙ୍କ ଅନୁମାନ ଥିଲା, ଗତ ଆର୍ଥିକ ବର୍ଷରେ ଆରବିଆଇ ନିଜ ପରିଚାଳନାଠାରୁ ଅଧିକ ଆୟ କରିବ । କେନ୍ଦ୍ରୀୟ ବ୍ୟାଙ୍କ ଗତ ସପ୍ତାହରେ ଇକୋନମିକ୍ କ୍ୟାପିଟାଲ୍ ଫ୍ରେମ୍‌ୱାର୍କ (ଇସିଏଫ୍) ଉପରେ ବିଚାର କରିଥିଲା । ଏହି ଫ୍ରେମ୍‌ୱାର୍କ ଅଧିନରେ ଆର୍‌ବିଆଇ ନିଜ ଲାଭର କେତେ ଅଂଶ ସରକାରଙ୍କୁ ଲାଭାଂଶ ବାବାଦରେ ଦେବ ତାହା ସ୍ଥିର ହୋଇଥାଏ । ତେବେ ଆର୍‌ବିଆଇର ଏହି ଡିଭିଡେଣ୍ଡ ପୂର୍ବ ବର୍ଷ ତୁଳନାରେ ବହୁ ଅଧିକ । ୨୦୨୩-୨୪ରେ ଆରବିଆଇ ସରକାରଙ୍କୁ ୨.୧ ଲକ୍ଷ କୋଟି ଟଙ୍କାର ଲାଭାଂଶ ଦେଇଥିଲା ।

ବିଶେଷଜ୍ଞ ମତରେ କେନ୍ଦ୍ରୀୟ ବ୍ୟାଙ୍କଠାରୁ ୨.୬୯ ଲକ୍ଷ କୋଟି ଟଙ୍କା ଲାଭାଂଶ ସରକାରଙ୍କୁ ବଡ଼ ସହାୟତା ପ୍ରଦାନ କରିବ । ଏହାଦ୍ୱାରା ସିଷ୍ଟମରେ ନମନିୟତା (ଲିକ୍ୱିଡିଟି) ବଢିବ । ଏହାସହ ସରକାରଙ୍କ ବର୍ତ୍ତୀୟ ନିଅଣ୍ଟ ଉପରେ ଚାପ କମ ପଡ଼ିବ । ଫଳରେ ସରକାର ମଧ୍ୟ ବଜାରରୁ କମ ଋଣ ନେବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଲାଭାଂଶ ଚଳିତ ବର୍ଷ ବଜେଟରେ ସରକାରଙ୍କ ଲାଭାଂଶ ଅନୁମାନଠାରୁ ଅଧିକ ରହିଛି । ସରକାର ଆରବିଆଇଠାରୁ ୨.୫୬ ଲକ୍ଷ କୋଟି ଟଙ୍କାର ଲାଭାଂଶ ପାଇବା ନେଇ ଅନୁମାନ କରିଥିଲେ ।