ସେପ୍ଟେମ୍ବର ୧୭ରେ ବିଏମସି ଅଧୀନ ସବୁ ବିଶ୍ବବିଦ୍ୟାଳୟ ଛୁଟି
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ୧୭(ମଙ୍ଗଳବାର)ରେ ବିଏମସି ଅଧୀନ ସବୁ ବିଶ୍ବବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛି। ‘ସୁଭଦ୍ରା ଯୋଜନା’ ଶୁଭାରମ୍ଭ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ଆସୁଥିବାରୁ ବିଏମସି ଅଧୀନ ସବୁ ବିଶ୍ବବିଦ୍ୟାଳୟକୁ ବନ୍ଦ ରଖିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି। ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ‘ସୁଭଦ୍ରା ଯୋଜନା’ ଶୁଭାରମ୍ଭ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ଆସୁଛନ୍ତି। ତେଣୁ ସେପ୍ଟେମ୍ବର ୧୭(ମଙ୍ଗଳବାର)ରେ ଭୁବନେଶ୍ବର ମହାନଗର […]

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ୧୭(ମଙ୍ଗଳବାର)ରେ ବିଏମସି ଅଧୀନ ସବୁ ବିଶ୍ବବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛି। ‘ସୁଭଦ୍ରା ଯୋଜନା’ ଶୁଭାରମ୍ଭ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ଆସୁଥିବାରୁ ବିଏମସି ଅଧୀନ ସବୁ ବିଶ୍ବବିଦ୍ୟାଳୟକୁ ବନ୍ଦ ରଖିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି।
ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ‘ସୁଭଦ୍ରା ଯୋଜନା’ ଶୁଭାରମ୍ଭ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ଆସୁଛନ୍ତି। ତେଣୁ ସେପ୍ଟେମ୍ବର ୧୭(ମଙ୍ଗଳବାର)ରେ ଭୁବନେଶ୍ବର ମହାନଗର ନିଗମ(ବିଏମସି) ଅଧୀନ ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକ ପାଇଁ ଛୁଟି ଘୋଷଣା କରାଯାଇଛି। କେବଳ ବିଏମସି ଅନ୍ତର୍ଗତ ସରକାରୀ, ଘରୋଇ ଏବଂ ଡିମଡ୍ ବିଶ୍ବବିଦ୍ୟାଳୟ ବନ୍ଦ ରହିବ। ଏ ନେଇ ସମସ୍ତ ସରକାରୀ, ଘରୋଇ ଓ ଡିମଡ୍ ବିଶ୍ବବିଦ୍ୟାଳୟକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ପୂର୍ବରୁ ସ୍କୁଲ ଓ କଲେଜଗୁଡ଼ିକ ଲାଗି ଗୋଟିଏ ଦିନ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରାଯାଇଥିଲା।