ସେପ୍ଟେମ୍ୱର ୯ରୁ ୨୮ ଯାଏଁ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ, ୧୪ରେ ଭାରତ-ପାକିସ୍ତାନ ମ୍ୟାଚ୍ !
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ୟୁଏଇରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ୱର ୯ରୁ ଆରମ୍ଭ ହେବ ଓ ସେପ୍ଟେମ୍ୱର ୨୮ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଏସିଆନ୍ କ୍ରିକେଟ୍ କାଉନସିଲ୍ (ଏସିସି)ର ଅଧ୍ୟକ୍ଷ ମୋହସିନ ନକଭୀ ଏହି ସୂଚନା ଦେଇଛନ୍ତି । ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ୱର ୧୪ରେ ମ୍ୟାଚ୍ ହୋଇପାରେ ।ପାକିସ୍ତାନ କ୍ରିକେର୍ଟ ବୋର୍ଡର ଅଧ୍ୟକ୍ଷ ନକଭୀ ସୋସିଆଲ୍ ମିଡିଆ ପୋଷ୍ଟରେ ଲେଖିଛନ୍ତି, ମୁଁ ଖୁସି ଯେ ଏସିସି ଏସିଆ କପ୍ ୨୦୨୫ ଏବେ ଆନୁଷ୍ଠାନିକ ଭାବେ ୟୁଏଇରେ ସେପ୍ଟେମ୍ୱର ୯ରୁ ୨୮ ଯାଏ ଖେଳାଯିବ । ଏହା ଏକ ଚମତ୍କାର ଟୁର୍ଣ୍ଣାମେଣ୍ଟ ହେବ ଓ ଆମେ ସମସ୍ତଙ୍କୁ ଏକ ଭଲ କ୍ରିକେଟ୍ ଦେଖିବାକୁ ମିଳିବ । ଖୁବଶୀଘ୍ର ଖେଳ ସୂଚୀ ଜାରି କରାଯିବ । ଉଲ୍ଲେଖଯୋଗ୍ୟ ଯେ ଏସିଆ କପ୍ ୨୦୨୫ର ଆୟୋଜନ ଭାରତକୁ ମିଳିଛି, କିନ୍ତୁ ଭାରତ-ପାକିସ୍ତାନ ମଧ୍ୟର ତିକ୍ତ ସମ୍ପର୍କ କାରଣରୁ ନ୍ୟୁଟ୍ରଲ ଭେନ୍ୟୁରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ ।ଆଗାମୀ ଏସିଆ କପ୍ ସଂସ୍କରଣରେ ଆଠଟି ଦଳ ଅଂଶଗ୍ରହଣ କରିବେ । ଏଥିରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ, ହଂକଂ, ଓମାନ ଏବଂ ୟୁଏଇ ସାମିଲ ଅଛନ୍ତି । ଟୁର୍ଣ୍ଣାମେଣ୍ଟରେ ଆଠଟି ଦଳକୁ ଚାରିଟି ଲେଖାଏଁ ଦୁଇଟି ଗ୍ରୁପରେ ରଖାଯିବ । ତା'ପରେ ପ୍ରତ୍ୟେକ ଗ୍ରୁପରୁ ଶୀର୍ଷ ୨ ଦଳ ସୁପର-୪ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଭାର
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ୟୁଏଇରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ୱର ୯ରୁ ଆରମ୍ଭ ହେବ ଓ ସେପ୍ଟେମ୍ୱର ୨୮ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଏସିଆନ୍ କ୍ରିକେଟ୍ କାଉନସିଲ୍ (ଏସିସି)ର ଅଧ୍ୟକ୍ଷ ମୋହସିନ ନକଭୀ ଏହି ସୂଚନା ଦେଇଛନ୍ତି । ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ୱର ୧୪ରେ ମ୍ୟାଚ୍ ହୋଇପାରେ ।
ପାକିସ୍ତାନ କ୍ରିକେର୍ଟ ବୋର୍ଡର ଅଧ୍ୟକ୍ଷ ନକଭୀ ସୋସିଆଲ୍ ମିଡିଆ ପୋଷ୍ଟରେ ଲେଖିଛନ୍ତି, ମୁଁ ଖୁସି ଯେ ଏସିସି ଏସିଆ କପ୍ ୨୦୨୫ ଏବେ ଆନୁଷ୍ଠାନିକ ଭାବେ ୟୁଏଇରେ ସେପ୍ଟେମ୍ୱର ୯ରୁ ୨୮ ଯାଏ ଖେଳାଯିବ । ଏହା ଏକ ଚମତ୍କାର ଟୁର୍ଣ୍ଣାମେଣ୍ଟ ହେବ ଓ ଆମେ ସମସ୍ତଙ୍କୁ ଏକ ଭଲ କ୍ରିକେଟ୍ ଦେଖିବାକୁ ମିଳିବ । ଖୁବଶୀଘ୍ର ଖେଳ ସୂଚୀ ଜାରି କରାଯିବ । ଉଲ୍ଲେଖଯୋଗ୍ୟ ଯେ ଏସିଆ କପ୍ ୨୦୨୫ର ଆୟୋଜନ ଭାରତକୁ ମିଳିଛି, କିନ୍ତୁ ଭାରତ-ପାକିସ୍ତାନ ମଧ୍ୟର ତିକ୍ତ ସମ୍ପର୍କ କାରଣରୁ ନ୍ୟୁଟ୍ରଲ ଭେନ୍ୟୁରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ ।

ଆଗାମୀ ଏସିଆ କପ୍ ସଂସ୍କରଣରେ ଆଠଟି ଦଳ ଅଂଶଗ୍ରହଣ କରିବେ । ଏଥିରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ, ହଂକଂ, ଓମାନ ଏବଂ ୟୁଏଇ ସାମିଲ ଅଛନ୍ତି । ଟୁର୍ଣ୍ଣାମେଣ୍ଟରେ ଆଠଟି ଦଳକୁ ଚାରିଟି ଲେଖାଏଁ ଦୁଇଟି ଗ୍ରୁପରେ ରଖାଯିବ । ତା'ପରେ ପ୍ରତ୍ୟେକ ଗ୍ରୁପରୁ ଶୀର୍ଷ ୨ ଦଳ ସୁପର-୪ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଭାରତ, ପାକିସ୍ତାନ, ୟୁଏଇ ଏବଂ ଓମାନକୁ ଗ୍ରୁପ-ଏରେ ରଖାଯାଇପାରେ । ଆଫଗାନିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ହଂକଂକୁ ଗ୍ରୁପ୍-ବିରେ ରହିପାରନ୍ତି । ଏହାରି ଭିତରେ ଏସିଆ କପ୍ ୨୦୨୫ର ସମ୍ଭାବ୍ୟ ସୂଚୀ ମଧ୍ୟ ସାମନାକୁ ଆସିଛି । ଭାରତ-ପାକିସ୍ତାନ ମଧ୍ୟରେ ସେପ୍ଟେମ୍ୱର ୧୪ରେ ମୁକାବିଲା ହୋଇପାରେ ।

ଏସିଆ କପ୍ ୨୦୨୩ର ଆୟୋଜନ ପାକିସ୍ତାନ କରିଥିଲା । ତେବେ ଭାରତ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଗସ୍ତ କରିବାକୁ ମନା କରିଦେଇଥିଲା । ଏହାପରେ ଟୁର୍ଣ୍ଣାମେଣ୍ଟକୁ ହାଇବ୍ରିଡ୍ ମଡେଲରେ ଖେଳା ଯାଇଥିଲା । ଭାରତର ସବୁ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯାଇଥିଲା । ଭାରତ ଶ୍ରୀଲଙ୍କାକୁ ହରାଇ ଏସିଆ କପ୍ ୨୦୨୩ ଟାଇଟଲ୍ ଜିତିଥିଲା ।