ସେଲିଂରେ ବିଷ୍ଣୁଙ୍କୁ ଅଲିମ୍ପିକ ଯୋଗ୍ୟତା
ଆଡିଲେଡ୍, ୧ା୨(ପି.ଟି.): ଏସିଆନ ଗେମ୍ସ ବ୍ରୋଞ୍ଜ ବିଜେତା ବିଷ୍ଣୁ ସର୍ବାନନ ଏଠାରେ ଚାଲିଥିବା ବିଶ୍ୱ ସେଲିଂ ଚାମ୍ପିୟନଶିପ୍ରେ ପ୍ୟାରିସ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଫଳରେ କ୍ରମାଗତ ଦ୍ୱିତୀୟ ଥର ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସେ ପ୍ରଥମ ଭାରତୀୟ ସେଲର ବିବେଚିତ ହୋଇଛନ୍ତି। ମୁମ୍ବାଇସ୍ଥିତ ଆର୍ମି ୟାଚିଂ ନୋଡ୍ରେ ଜଣେ ସୁବେଦାର ଭାବେ କାର୍ଯ୍ୟରତ ୨୪ ବର୍ଷୀୟ ସର୍ବାନନ ଏଠାରେ ଚାଲିଥିବା ଆଇଏଲସିଏ-୭ ବିଶ୍ୱ ଚାମ୍ପିୟନଶିପ୍ରେ ୨୬ତମ ସ୍ଥାନ ଅଧିକାର କରି ଆଗାମୀ […] The post ସେଲିଂରେ ବିଷ୍ଣୁଙ୍କୁ ଅଲିମ୍ପିକ ଯୋଗ୍ୟତା appeared first on Dharitri Odia News.
ଆଡିଲେଡ୍, ୧ା୨(ପି.ଟି.): ଏସିଆନ ଗେମ୍ସ ବ୍ରୋଞ୍ଜ ବିଜେତା ବିଷ୍ଣୁ ସର୍ବାନନ ଏଠାରେ ଚାଲିଥିବା ବିଶ୍ୱ ସେଲିଂ ଚାମ୍ପିୟନଶିପ୍ରେ ପ୍ୟାରିସ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଫଳରେ କ୍ରମାଗତ ଦ୍ୱିତୀୟ ଥର ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସେ ପ୍ରଥମ ଭାରତୀୟ ସେଲର ବିବେଚିତ ହୋଇଛନ୍ତି। ମୁମ୍ବାଇସ୍ଥିତ ଆର୍ମି ୟାଚିଂ ନୋଡ୍ରେ ଜଣେ ସୁବେଦାର ଭାବେ କାର୍ଯ୍ୟରତ ୨୪ ବର୍ଷୀୟ ସର୍ବାନନ ଏଠାରେ ଚାଲିଥିବା ଆଇଏଲସିଏ-୭ ବିଶ୍ୱ ଚାମ୍ପିୟନଶିପ୍ରେ ୨୬ତମ ସ୍ଥାନ ଅଧିକାର କରି ଆଗାମୀ ପ୍ୟାରିସ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଚାମ୍ପିୟନଶିପ୍ରେ ସମଗ୍ର ବିଶ୍ୱରୁ ମୋଟ ୧୫୨ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ୟାରିସ ୨୦୨୪ ପାଇଁ ସେ ପ୍ରଥମ ଭାରତୀୟ ସେଲର ଭାବେ ଯୋଗ୍ୟତା ଅର୍ଜନ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୯ରେ ଅନୁଷ୍ଠିତ ୨୧ ବର୍ଷରୁ କମ୍ ବିଶ୍ୱ ଚାମ୍ପିୟନଶିପ୍ରେ ସେ ଏକ ବ୍ରୋଞ୍ଜ ପଦକ ଲାଭ କରିଥିଲେ।
The post ସେଲିଂରେ ବିଷ୍ଣୁଙ୍କୁ ଅଲିମ୍ପିକ ଯୋଗ୍ୟତା appeared first on Dharitri Odia News.