ସୋମବାର ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍, ମୁଖ୍ୟମନ୍ତ୍ରୀଙ୍କ ସହ ମଇଦାନରେ ଅନେକ ହେଭିଓ୍ଵେଟ
ଭୁବନେଶ୍ଵର: ଆସନ୍ତକାଲି ଓଡ଼ିଶାର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରସ୍ତୁତି ସରି ସାରିଛି। ଆସ୍କା, କନ୍ଧମାଳ, ବରଗଡ଼, ବଲାଙ୍ଗୀର ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ସହ ତା ଅଧିନରେ ଥିବା ୩୫ ବିଧାନସଭାରେ ମତଦାନ କରିବେ ଭୋଟର। ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୩୫ ବିଧାନସଭା ଆସନରେ ୩୩ ହଜାର ପୋଲିସ କର୍ମଚାରୀ ନିୟୋଜିତ ହେବେ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମୋଟ୍ ଭୋଟର୍ ସଂଖ୍ୟା ହେଉଛି ୭୯ ଲକ୍ଷ ୬୯ ହଜାର ୮୮୭ । ଏହି ପର୍ଯ୍ୟାୟରେ ହେଭିୱେଟ୍ ପ୍ରାର୍ଥୀମାନଙ୍କର ଭାଗ୍ୟ ଝୁଲୁଥିବା ବେଳେ ସେଥିରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଲଢୁଥିବା ଦୁଇଟି ଆସନ ହିଞ୍ଜିଳି ଓ କଣ୍ଟାବାଞ୍ଜିରେ କାଲି ଭୋଟ୍ ପଡ଼ିବ।Also read: ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ରୋଡ ସୋ ପାଇଁ ପୁରୀର ଏହି ସବୁ ରୁଟ୍ରେ କଟକଣା ଜାରିଏହା ପୂର୍ବରୁ ପ୍ରାକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଖଲ୍ଲିକୋଟ ମର୍ଡର କେସରେ ୧୧ ଅଭିଯୁକ୍ତ ଗିରଫ ହୋଇଛନ୍ତି । SIT ଏହି ଘଟଣାର ତଦନ୍ତ ଦାୟିତ୍ୱ ନେଇଛି । ଆଇନଶୃଙ୍ଖଳା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି ଓଡିଶା ପୋଲିସ । ସାରା ରାଜ୍ୟରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରାଯାଇଛି । ୧୧ ଟି ଜିଲ୍ଲାରେ ଥିବା ୯ ହଜାର ୧୬୨ ପୁଲିଂ ବୁଥରେ ମତଦାନ ହେବ। ଏହା ମଧ୍ୟରେ ୫୫୬ ଟି ମାଓବାଦୀ ଇଲାକା ଭିତରେ ସମ୍ବେଦନଶୀଳ ବୁଥ ରହି
ଭୁବନେଶ୍ଵର: ଆସନ୍ତକାଲି ଓଡ଼ିଶାର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରସ୍ତୁତି ସରି ସାରିଛି। ଆସ୍କା, କନ୍ଧମାଳ, ବରଗଡ଼, ବଲାଙ୍ଗୀର ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ସହ ତା ଅଧିନରେ ଥିବା ୩୫ ବିଧାନସଭାରେ ମତଦାନ କରିବେ ଭୋଟର। ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୩୫ ବିଧାନସଭା ଆସନରେ ୩୩ ହଜାର ପୋଲିସ କର୍ମଚାରୀ ନିୟୋଜିତ ହେବେ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମୋଟ୍ ଭୋଟର୍ ସଂଖ୍ୟା ହେଉଛି ୭୯ ଲକ୍ଷ ୬୯ ହଜାର ୮୮୭ । ଏହି ପର୍ଯ୍ୟାୟରେ ହେଭିୱେଟ୍ ପ୍ରାର୍ଥୀମାନଙ୍କର ଭାଗ୍ୟ ଝୁଲୁଥିବା ବେଳେ ସେଥିରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଲଢୁଥିବା ଦୁଇଟି ଆସନ ହିଞ୍ଜିଳି ଓ କଣ୍ଟାବାଞ୍ଜିରେ କାଲି ଭୋଟ୍ ପଡ଼ିବ।
Also read: ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ରୋଡ ସୋ ପାଇଁ ପୁରୀର ଏହି ସବୁ ରୁଟ୍ରେ କଟକଣା ଜାରି
ଏହା ପୂର୍ବରୁ ପ୍ରାକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଖଲ୍ଲିକୋଟ ମର୍ଡର କେସରେ ୧୧ ଅଭିଯୁକ୍ତ ଗିରଫ ହୋଇଛନ୍ତି । SIT ଏହି ଘଟଣାର ତଦନ୍ତ ଦାୟିତ୍ୱ ନେଇଛି । ଆଇନଶୃଙ୍ଖଳା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି ଓଡିଶା ପୋଲିସ । ସାରା ରାଜ୍ୟରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରାଯାଇଛି । ୧୧ ଟି ଜିଲ୍ଲାରେ ଥିବା ୯ ହଜାର ୧୬୨ ପୁଲିଂ ବୁଥରେ ମତଦାନ ହେବ। ଏହା ମଧ୍ୟରେ ୫୫୬ ଟି ମାଓବାଦୀ ଇଲାକା ଭିତରେ ସମ୍ବେଦନଶୀଳ ବୁଥ ରହିଛି । ୩୩ ହଜାର ପୋଲିସ ଫୋର୍ସ ଏହି ନିର୍ବାଚନରେ ନିୟୋଜିତ ହେବେ। ଏହି ୧୧ ଟି ଜିଲ୍ଲାରେ ୬ ଶହ ୫୫ ମୋବାଇଲ ପେଟ୍ରୋଲିଂ ପାର୍ଟି କାମ କରୁଛି । ଜିପିଏସ ଜରିଆରେ କଣ୍ଟ୍ରୋଲ ରୁମ କୁ ମନିଟର କରିବ ପେଟ୍ରୋଲିଂ ପାର୍ଟି ।
ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଜଣେ ଅତିରିକ୍ତ ଏସ୍ପି ଦାୟିତ୍ୱରେ ରହିବେ ।ସମ୍ବେଦନଶୀଳ ସ୍ଥାନରେ କୁଇକ ଆକ୍ସନ ଟିମ କାମ କରିବ । ସମ୍ବେଦନଶୀଳ ବୁଥରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ହୋଇଛି । ଆଇନ ଶୃଙ୍ଖଳା ରକ୍ଷା ଓ ନିର୍ବାଚନ ପରିଚାଳନା ପାଇଁ ୧୧ ଟି ଜିଲ୍ଲା ସୀମାରେ ଥିବା ୪୮ ଟି ଚେକ ପୋଷ୍ଟ ରେ କଡାକଡି ଚେକିଂ ଚାଲିଛି। ସୀମାବର୍ତ୍ତି ଚେକ ପୋଷ୍ଟ ରେ ସମସ୍ତ ଯାନବାହନକୁ ଚେକିଂ କରାଯାଉଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ୨୫୭ ଟି ଫ୍ଲାଇଁ ସ୍କ୍ୱାର୍ଡ ବୁଲୁଛି। ଏହା ବ୍ୟତୀତ ୨୫୧ ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛି । ଏହି ୧୧ ଟି ଜିଲ୍ଲାରେ ୧୮ ଟି ଇଭିଏମ ଷ୍ଟ୍ରଙ୍ଗ ରୁମ ରହିଛି । ସେଠାରେ ମଧ୍ୟ ଇନର କାର୍ଡନ ଦାୟିତ୍ୱ ରେ ଅର୍ଦ୍ଧ ସାମରିକ ବାହିନୀ କାମ କରିବ । ଆଉଟର କର୍ଡନ ଦାୟିତ୍ୱରେ ଓଡିଶା ପୋଲିସ ରହିବ ।
ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ସ୍ପେଶାଲ ଅପରେସନ କରାଯାଇଛି । ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ ପୋଲିସ ସହ ପୂର୍ବରୁ ଓଡିଶା ପୋଲିସ ଆଲୋଚନା କରିଛି। ଆଣ୍ଟି ନକ୍ସଲ ଅପରେସନ କୁ ବ୍ୟାପକ କରାଯାଇଛି। ଅତିରିକ୍ତ ଡିଜି ଅପରେଶନ ଦେବଦତ୍ତ ସିଂ ଏ ସବୁକୁ ମନିଟର କରୁଛନ୍ତି। ସେ ବୌଦ୍ଧ ରେ କ୍ୟାମ୍ପ କରି ରହିଛନ୍ତି । ଏକ ଏୟାର ଆମ୍ବୁଲାନ୍ସ ଓ ହେଲିକପ୍ଟର ପ୍ରସ୍ତୁତ ରହିଛି। ଜାନୁଆରୀ ପ୍ରଥମ ସପ୍ତାହରୁ ଏପର୍ଯ୍ୟନ୍ତ ୫୫୫ ଟି ଆଣ୍ଟି ନକ୍ସଲ ଅପରେସନ ହୋଇଛି ।
ମଇଦାନରେ ଥିବା ହେଭିଓ୍ଵେଟ୍
ବିଜେପି ପକ୍ଷରୁ ହେଭିଓ୍ଵେଟ୍ ସାଂସଦ ପ୍ରାର୍ଥୀ ମାନେ ହେଲେ ବଲାଙ୍ଗୀର ବିଜେପି ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓ, ସୁନ୍ଦରଗଡ଼ରୁ ବିଜେପି ପ୍ରାର୍ଥୀ ଜୁଏଲ୍ ଓରାମ, ବରଗଡ଼ରୁ ପ୍ରଦୀପ ପୁରୋହିତ ସାମିଲ। ବିଜେଡିର ହେଭିଓ୍ଵେଟ୍ ସାଂସଦ ପ୍ରାର୍ଥୀ ସୁନ୍ଦରଗଡରୁ ଦିଲ୍ଲୀପ ତିର୍କୀ ଅଛନ୍ତି। କିନ୍ତୁ ବିଧାନସଭାରେ ବିଜେପି ତୁଳନାରେ ବିଜେଡିର ଅନେକ ହେଭିଓ୍ବେଟ୍ ମଇଦାନରେ ଅଛନ୍ତି। ପ୍ରମୁଖ ହେଭିୱେଟ୍ ବିଧାୟକ ପ୍ରାର୍ଥୀ ହେଲେ ବିଜେଡିର ପଦ୍ମନାଭ ବେହେରା, ନିରଞ୍ଜନ ପୂଜାରୀ, କଳିକେଶ ନାରାୟଣ ସିଂଦେଓ, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂ, ସାରଦା ନାୟକ, ପ୍ରଦୀପ ଅମାତ ଓ ବିକ୍ରମକେଶରୀ ଆରୁଖ। ବିଜେପିର ହେଭିୱେଟଙ୍କ ମଧ୍ୟରେ ଅଛନ୍ତି ବିଜେପିର ଦିଲୀପ ରାୟ, କେ.ଭି. ସିଂହଦେଓ, ସୁରେଶ ପୂଜାରୀ, ପ୍ରଦୀପ ପୁରୋହିତ ଏବଂକଂଗ୍ରେସର ସନ୍ତୋଷ ସିଂ ସାଲୁଜା ଓ ରମେଶ ଚନ୍ଦ୍ର ଜେନା ପ୍ରମୁଖ।