ସୋମବାର ବସିବ ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକ, ମରାମତି ନେଇ ତାରିଖ ହୋଇପାରେ ଘୋଷଣା

ପୁରୀ ୨୯।୦୭: ସୋମବାର ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ରତ୍ନଭଣ୍ଡାର ମରାମତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ   ବୈଠକ ବସିବ। ରତ୍ନ ଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ ଅଧ୍ୟକ୍ଷତା ବସିବ ବୈଠକ କରିବେ। ଏହି ବୈଠକରେ ବିଶେଷ ଭାବେ ଭିତର ଓ ବାହାର ରତ୍ନ ଭଣ୍ଡାର ମରାମତି କେବେ   ଆରମ୍ଭ ହେବ । ସେନେଇ ବିସ୍ତୁତ ଆଲୋଚନା   କରାଯିବ। କେବେ ଓ କେଉଁ ଦିନ ଖୋଲାଯିବ   ତାହା ବୈଠକରେ ନିଷ୍ପତ୍ତି ହେବ ବୋଲି ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର ନାରାୟଣ ମହାନ୍ତି ସୂଚନା ଦେଇଛନ୍ତି ।  ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ରତ୍ନଭଣ୍ଡାର ସ୍ଥିତି କିଭଳି ରହିଛି ସେ ନେଇ  ଏଏସ୍‌ଆଇ ଅଧିକାରୀ ପ୍ରଥମେ ଯାଞ୍ଚ କରିବା ପରେ ମରାମତି କେବେ ଆରମ୍ଭ ହେବ ସେ ସମ୍ପର୍କରେ  ବୈଠକରେ ଆଲୋଚନା କରାଯିବ। ଲେଜର ସ୍କାନିଂ, ଆଧୁନିକ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରାଯିବା  ନେଇ ଏଏସ୍‌ଆଇଙ୍କ ସହ ବିଚାରବିମର୍ଶ କରାଯିବ। ବୈଠକରେ ୧୧ ଜଣିଆ କମିଟି ସଦସ୍ୟ ଉପସ୍ଥିତ ରହିବେ। ସୂଚନା ଥାଉ କି ରତ୍ନ ଭଣ୍ଡାରର ଦୁଇଟି ପର୍ଯ୍ୟାୟରେ ଖୋଲା ଯାଇଥିଲା । ପ୍ରଥମେ ଗତ ୧୪  ତାରିଖରେ ଖୋଲାଯାଇ ବାହାର ରତ୍ନ ଭଣ୍ଡାରରୁ  ସମସ୍ତ ସୁନା ଅଳଙ୍କାର ଓ ଜିନିଷପତ୍ର ଅସ୍ଥାୟୀ  ଚାଙ୍ଗଡ଼ା ଓ ଫୁଲ ଘରକୁ ସ୍ଥାନାନ୍ତର କରାଯାଇଥିଲା ।  ସେହିଭଳି ଗତ ୧୮ତାରିଖ ଅର୍ଥାତ୍‌ ଦ୍ୱିତୀୟ  ପର୍ଯ୍ୟାୟରେ ଭିତର ରତ୍ନ ଭଣ୍ଡାର ତାଲା ଖୋଲ

ସୋମବାର ବସିବ ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକ, ମରାମତି ନେଇ ତାରିଖ ହୋଇପାରେ ଘୋଷଣା

ପୁରୀ ୨୯।୦୭: ସୋମବାର ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ରତ୍ନଭଣ୍ଡାର ମରାମତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ   ବୈଠକ ବସିବ। ରତ୍ନ ଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ ଅଧ୍ୟକ୍ଷତା ବସିବ ବୈଠକ କରିବେ। ଏହି ବୈଠକରେ ବିଶେଷ ଭାବେ ଭିତର ଓ ବାହାର ରତ୍ନ ଭଣ୍ଡାର ମରାମତି କେବେ   ଆରମ୍ଭ ହେବ । ସେନେଇ ବିସ୍ତୁତ ଆଲୋଚନା   କରାଯିବ। କେବେ ଓ କେଉଁ ଦିନ ଖୋଲାଯିବ   ତାହା ବୈଠକରେ ନିଷ୍ପତ୍ତି ହେବ ବୋଲି ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର ନାରାୟଣ ମହାନ୍ତି ସୂଚନା ଦେଇଛନ୍ତି ।  

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ରତ୍ନଭଣ୍ଡାର ସ୍ଥିତି କିଭଳି ରହିଛି ସେ ନେଇ  ଏଏସ୍‌ଆଇ ଅଧିକାରୀ ପ୍ରଥମେ ଯାଞ୍ଚ କରିବା ପରେ ମରାମତି କେବେ ଆରମ୍ଭ ହେବ ସେ ସମ୍ପର୍କରେ  ବୈଠକରେ ଆଲୋଚନା କରାଯିବ। ଲେଜର ସ୍କାନିଂ, ଆଧୁନିକ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରାଯିବା  ନେଇ ଏଏସ୍‌ଆଇଙ୍କ ସହ ବିଚାରବିମର୍ଶ କରାଯିବ। ବୈଠକରେ ୧୧ ଜଣିଆ କମିଟି ସଦସ୍ୟ ଉପସ୍ଥିତ ରହିବେ। ସୂଚନା ଥାଉ କି ରତ୍ନ ଭଣ୍ଡାରର ଦୁଇଟି ପର୍ଯ୍ୟାୟରେ ଖୋଲା ଯାଇଥିଲା । 

ପ୍ରଥମେ ଗତ ୧୪  ତାରିଖରେ ଖୋଲାଯାଇ ବାହାର ରତ୍ନ ଭଣ୍ଡାରରୁ  ସମସ୍ତ ସୁନା ଅଳଙ୍କାର ଓ ଜିନିଷପତ୍ର ଅସ୍ଥାୟୀ  ଚାଙ୍ଗଡ଼ା ଓ ଫୁଲ ଘରକୁ ସ୍ଥାନାନ୍ତର କରାଯାଇଥିଲା ।  ସେହିଭଳି ଗତ ୧୮ତାରିଖ ଅର୍ଥାତ୍‌ ଦ୍ୱିତୀୟ  ପର୍ଯ୍ୟାୟରେ ଭିତର ରତ୍ନ ଭଣ୍ଡାର ତାଲା ଖୋଲା ଯାଇଥିଲା । ସମସ୍ତ ସୁନା ଅଳଙ୍କାରକୁ ସୁରକ୍ଷିତ  ଭାବେ ଖଟଶେଜ ଘର(ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌)କୁ  ସ୍ଥାନାନ୍ତର କରାଯାଇଥିଲା । ୬ଟି ନୂଆ ଆଲମାରୀରେ  ସବୁ ରତ୍ନ ଅଳଙ୍କାର ରଖାଯାଇଥିଲା । ସ୍ଥାନାନ୍ତର ଲାଗି  ଦୀର୍ଘ ୭ ଘଣ୍ଟା ସମୟ ଲାଗିଥିଲା।